IPL 2025 ; ଆଜି ଦିଲ୍ଲୀ- ସନ୍‌ରାଇଜର୍ସ, ରାଜସ୍ଥାନ-ଚେନ୍ନଇ ହେବେ ମୁହାଁମୁହିଁ

ଆଜି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)-୧୮ର ଦୁଇଟି ମ୍ୟାଚ ଖେଳାଯିବ। ବିଶାଖାପାଟଣାରେ ଅପରାହ୍ଣ ୩ଟା୩୦ରେ ଦିଲ୍ଲୀ କ୍ୟାପିଟାଲ୍‌ସ -ସନରାଇଜର୍ସ ହାଇଦରାବାଦ୍‌କୁ ଓ ଗୁଆହାଟୀରେ ରାତି ୭ଟା୩୦ରେ ରାଜସ୍ଥାନ ରୟାଲ୍‌ସ -ଚେନ୍ନଇ ସୁପରକିଙ୍ଗ୍‌ସକୁ ଭେଟିବ। ଅକ୍ଷର ପଟେଲଙ୍କ ନେତୃତ୍ବାଧିନ ଦିଲ୍ଲୀ କ୍ୟାପିଟାଲ୍‌ସ ପ୍ରଥମ ମ୍ୟାଚରେ ୧ ୱିକେଟରେ ଲକ୍ଷ୍ନୌ ସୁପରଜିଆଣ୍ଟ୍‌ସକୁ ପରାସ୍ତ କରିଥିଲା। ଦଳ ୨୧୦ରନ ବିଜୟ ଲକ୍ଷ୍ୟକୁ ହାସଲ କରିବାରେ ସଫଳ ହୋଇଥିଲା। ଆଶୁତୋଷ ଶର୍ମା ଚମତ୍କାର ଇନିଂସ ଖେଳିଥିଲେ।

IPL 2025

ବ୍ୟାଟିଂ ବିଭାଗରେ ଫାଫ ଡୁପ୍ଲେସି, ତ୍ରିଷ୍ଟାନ ଷ୍ଟବ୍‌ସ, ଅକ୍ଷର ପଟେଲ ଓ ବିପରାଜ ନିଗମ ରନ କରିଥିଲେ। ବୋଲିଂରେ ମିଚେଲ ଷ୍ଟାର୍କ ପ୍ରଥମ ମ୍ୟାଚରେ ୩ଟି ୱିକେଟ ନେଇଥିଲେ ମଧ୍ୟ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଷ୍ଟାର୍କଙ୍କ ବାଦ୍‌ ମୁକେଶ କୁମାର, ବିପରାଜ ନିଗମ, ମୋହିତ ଶର୍ମା, କୁଳଦୀପ ଯାଦବ ପ୍ରମୁଖ ବୋଲର ରହିଛନ୍ତି। ଦଳ ବିଜୟ ଧାରାକୁ ବଜାୟ ରଖିବାକୁ ଚେଷ୍ଟା କରିବ। ଅନ୍ୟପକ୍ଷରେ ପ୍ୟାଟ୍‌ କମିନ୍‌ସଙ୍କ ନେତୃତ୍ବାଧିନ ସନରାଇଜର୍ସ ହାଇଦରାବାଦ୍‌ ପ୍ରଥମ ମ୍ୟାଚରେ ୪୪ରନରେ ରାଜସ୍ଥାନ ରୟାଲ୍‌ସକୁ ପରାସ୍ତ କରିଥିବାବେଳେ ଦ୍ବିତୀୟ ମ୍ୟାଚରେ ଲକ୍ଷ୍ନୌ ସୁପରଜିଆଣ୍ଟ୍‌ସ ନିକଟରୁ ୫ ୱିକେଟରେ ପରାଜିତ ହୋଇଥିଲା। ଈଶାନ କିଷନ ରାଜସ୍ଥାନ ବିପକ୍ଷରେ ଶତକ ହାସଲ କରିଥିବାବେଳେ ଲକ୍ଷ୍ନୌ ବିପକ୍ଷରେ ଖାତା ଖୋଲି ପାରିନଥିଲେ। ​‌ଟ୍ରାଭିସ​‌ ହେଡ୍‌ , ହେନରିକ କ୍ଳାସେନ ଓ ନୀତିଶ କୁମାର ରେଡ୍ଡି ମଧ୍ୟ ରନ କରୁଛନ୍ତି। ବ୍ୟାଟିଂ ବିଭାଗରେ ଦଳ ଶକ୍ତିଶାଳୀ ଥିବାରୁ ଦିଲ୍ଲୀ କ୍ୟାପିଟାଲ୍‌ସ ବିପକ୍ଷରେ ବଡ଼ ସ୍କୋର କରିବାକୁ ଉଦ୍ୟମ କରିବ। ବୋଲିଂରେ ମହମ୍ମଦ ସାମି, ସିମରଜିତ ସିଂହ,ପ୍ୟାଟ୍‌ କମିନ୍‌ସ, ଆଡାମ ଜାମ୍ପା ହର୍ଶଲ ପଟେଲ ପ୍ରମୁଖ ରହିଛନ୍ତି। ବୋଲିଂରେ ଦଳ ଏପର୍ଯ୍ୟନ୍ତ ଦୁର୍ବଳ ପ୍ରଦର୍ଶନ କରିଛି। ଦିଲ୍ଲୀ ବିପକ୍ଷରେ ଦଳ ବୋଲିଂ ବିଭାଗକୁ ସୁଧାରିବାକୁ ଉଦ୍ୟମ କରିବ।
ଗୁଆହାଟୀରେ ଚେନ୍ନଇ ସୁପରକିଙ୍ଗ୍‌ସ ଓ ରାଜସ୍ଥାନ ରୟାଲ୍‌ସ ମଧ୍ୟରେ ମ୍ୟାଚ ଖେଳାଯିବ। ରିୟାନ ପରାଗଙ୍କ ନେତୃତ୍ବାଧିନ ରାଜସ୍ଥାନ ରୟାଲ୍‌ସ ପ୍ରଥମ ଦୁଇ ମ୍ୟାଚରେ ସନରାଇଜର୍ସ ହାଇଦରାବାଦ୍‌ ଓ କଲକାତା ନାଇଟ୍‌ ରାଇଡର୍ସ ନିକଟରୁ ପରାଜିତ ହୋଇଛି। ଦଳ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ବିଫଳ ହେଉଛି। ସଞ୍ଜୁ ସାମସନ, ଯଶସ୍ବୀ ଜୟସୱାଲ, ରିୟାନ ପରାଗ, ନୀତିଶ ରାଣା, ସିମରନ ହେତମେୟାର, ଧ୍ରୁବ ଜୁରେଲ ପ୍ରମୁଖଙ୍କ ଉପରେ ବ୍ୟାଟିଂ ଭାର ନିର୍ଭର କରୁଛି। ଉକ୍ତ ବ୍ୟାଟ୍‌ସମ୍ୟାନମାନଙ୍କୁ ବଡ଼ ଇନିଂସ ଖେଳିବାକୁ ପଡ଼ିବ। ବୋଲିଂରେ ଜେଫ୍ରା ଆର୍ଚର ୨ଟି ମ୍ୟାଚରୁ ୬.୩ ଓଭର ବୋଲିଂ କରି ୧୦୯ରନ ଦେଇଥିବାବେଳେ ଗୋଟିଏ ହେଲେ ୱିକେଟ ହାସଲ କରିପାରିନାହାନ୍ତି। ଯାହା ଦଳକୁ ଚିନ୍ତାରେ ପକାଇଛି। ଅନ୍ୟମାନଙ୍କ ମଧ୍ୟରେ ମହେଶ ତୀକ୍ଷଣା, ସନ୍ଦୀପ ଶର୍ମା, ୱାନିନ୍ଦୁ ହାସରଙ୍ଗା, ତୁଷାର ଦେଶପାଣ୍ଡେ ପ୍ରମୁଖ ମହଙ୍ଗା ସାବ୍ୟସ୍ତ ହେଉଛନ୍ତି। ଦଳ ବୋଲିଂକୁ ନେଇ ବଡ଼ ଚିନ୍ତାରେ ପଡ଼ିଛି। ଚେନ୍ନଇ ସୁପରକିଙ୍ଗ୍‌ସ ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍‌ସକୁ ପରାସ୍ତ କରି ଭଲ ଆରମ୍ଭ କରିଥିଲେ ମଧ୍ୟ ଦ୍ବିତୀୟ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିକଟରୁ ପରାଜିତ ହୋଇଛି। ବୋଲିଂ ଅପେକ୍ଷା ବ୍ୟାଟିଂ ଚିନ୍ତା ଦଳକୁ ବେଶି ଘାରିଛି। ରଚିନ ରବୀନ୍ଦ୍ରଙ୍କୁ ଛାଡ଼ିଦେଲେ ଅନ୍ୟ କୋଣସି ବ୍ୟାଟ୍‌ସମ୍ୟାନ ନିୟମିତ ରନ କରୁନାହାନ୍ତି। ବୋଲିଂରେ ନୂର ଅହମ୍ମଦ ଭଲ ପ୍ରଦର୍ଶନ କରିବା ସହିତ ଦୁଇଟି ମ୍ୟାଚରୁ ୭ଟି ୱିକେଟ ନେଇଛନ୍ତି। ଦଳ ରାଜସ୍ଥାନ ରୟାଲ୍‌ସ ବିପକ୍ଷରେ ବିଜୟ ଧାରାକୁ ଫେରିବା ନେଇ ଉଦ୍ୟମ କରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+