ଦିଲ୍ଲୀ କ୍ୟାପିଟାଲ୍ସ ନୂଆ କ୍ୟାପ୍ଟେନ୍ ଅକ୍ଷର ପଟେ
Axar Patel: IPL 2025 ସିଜିନ୍ ଆରମ୍ଭ ହେବାକୁ ଯାଉଛି । ଏହାରି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି ଦୀର୍ଘ ଦିନର ଅପେକ୍ଷା ପରେ ଶେଷରେ ଦିଲ୍ଲୀ କ୍ୟାପିଟାଲ୍ସ ନିଜ ଅଧିନାୟକଙ୍କ ନାମ ଘୋଷଣା କରିଛି । ଇଣ୍ତିଆନ କ୍ରିକେଟ ଟିମର ଅଲରାଉଣ୍ତର ଅକ୍ଷର ପଟେଲ ଆପିଏଲ 2025ରେ ଦିଲ୍ଲୀର ନେତୃତ୍ୱ ନେବେ । ଏହା ପୂର୍ବରୁ ଦଳ କେଏଲ ରାହୁଲଙ୍କୁ ଅଧିନାୟକ କରିବ ବୋଲି କଳ୍ପନାଜଳ୍ପନା ଲାଗି ରହିଥିଲା ହେଲେ ଶେଷ ଅକ୍ଷରୁ କ୍ୟାପଟେନ ଭାବେ ଦାୟିତ୍ୱ ମିଳିଛି ।
ସୂଚନା ଅନୁସାରେ IPL 2025 ନିଲାମୀରେ ଦିଲ୍ଲୀ ଅକ୍ଷରଙ୍କୁ 14 କୋଟି ଟଙ୍କାରେ କିଣିଥିଲା । ଏବେ ଫ୍ରାଞ୍ଚାଇଜି ତାଙ୍କୁ ଏକ ବଡ଼ ଦାୟିତ୍ବ ଦେଇଛି । ଟି-୨୦ କ୍ରିକେଟରେ ଅକ୍ଷର 16ଟି ମ୍ୟାଚରେ ଦମଦାର ନେତୃତ୍ବ ନେଇଥିଲେ ଯେଉଁ ମ୍ୟାଚରେ ଭାରତ 10ଟି ମ୍ୟାଚରେ ବିଜୟୀ ହୋଇଥିଲା ।

ଅକ୍ଷର ପଟେଲ ପ୍ରଥମ ଥର ପାଇଁ ଆଇପିଏଲ 2019 ସିଜିନରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିଥିଲେ। ଅକ୍ଷର ପଟେଲ ପଞ୍ଜାବ କିଙ୍ଗ୍ସର ଅଂଶ ଥିଲେ। ଏହି ମୁମ୍ବାଇ ଇଣ୍ଡିଆନ୍ସରୁ ତାଙ୍କର ଆଇପିଏଲ କ୍ୟାରିୟର ଆରମ୍ଭ କରିଥିଲେ। ସେ 2013 ଆଇପିଏଲ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସର ଏକ ଅଂଶ ଥିଲେ, କିନ୍ତୁ ଏହା ପରେ ମୁମ୍ବାଇ ଇଣ୍ଡିଆନ୍ସ ଛାଡି ଦେଇଥିଲା। 2014 IPL ମେଗା ନିଲାମରେ, ପଞ୍ଜାବ କିଙ୍ଗସ୍ ଅକ୍ଷର ପଟେଲଙ୍କୁ ତାଙ୍କ ଦଳରେ ସାମିଲ କରିଥିଲା।
ବ୍ୟାଟିଂ ବ୍ୟତୀତ ଅକ୍ଷର ପଟେଲ ତାଙ୍କ ବୋଲିଂରେ ଫ୍ୟାନ୍ସଙ୍କୁ ପ୍ରଭାବିତ କରିଛନ୍ତି । ଅକ୍ଷର ପଟେଲ 150ଟି ଆଇପିଏଲ ମ୍ୟାଚ୍ରେ 130.88 ଷ୍ଟ୍ରାଇକ୍ ରେଟ୍ ଏବଂ 21.47 ଆଭରେଜରେ 1653 ରନ୍ କରିଛନ୍ତି। ଏହା ବ୍ୟତୀତ, ଜଣେ ବୋଲର ଭାବରେ, ଅକ୍ଷର ପଟେଲ 7.28 ଇକୋନୋମି ଏବଂ 25.9ଷ୍ଟ୍ରାଇକ୍ ରେଟ୍ ସହିତ 123ଟି ୱିକେଟ୍ ନେଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ଅକ୍ଷର ପଟେଲଙ୍କ ସର୍ବୋତ୍ତମ ବୋଲିଂ କରି 21 ରନ ଦେଇ 4 ୱିକେଟ୍ ନେଇଥିଲେ ।












Click it and Unblock the Notifications