IPL 2025: ବିଜୟ ଟ୍ରାକକୁ ଫେରିପାରୁନି ଚେନ୍ନାଇ, 18ରନରେ ଜିତିଲା ପଞ୍ଜାବ କିଙ୍ଗ୍ସ

ପ୍ରିୟାଂଶ ଆର୍ଯ୍ୟଙ୍କ ଶତକୀୟ ଇନିଂସ ବଳରେ ଆଇପିଏଲରେ ତୃତୀୟ ବିଜୟ ହସଲ କଲା ଆୟର ବାହିନୀ । ଆଇପିଏଲର 22 ତମ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍ସକୁ 18ରନରେ ପରାସ୍ତ କରିଛି ପଞ୍ଜାବ କିଙ୍ଗ୍ସ । ଚଳିତ ସିଜିନରେ ଲଗାତାର ଚତୁର୍ଥ ଥର ପାଇଁ ପରାଜିତ ହୋଇଛି ସିଏସକେ ।

ମହାରାଜା ଯାଦବେନ୍ଦ୍ର ସିଂ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ପଞ୍ଜାବ କିଙ୍ଗ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଆଜି ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ପଞ୍ଜାବ । ଯାହା ଦଳ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଛି । ପ୍ରଥମେ ବ୍ୟାଟିଂ କରି 20 ଓଭରରେ 6 ଓ୍ବିକେଟ ହରାଇ 219 ରନ କରିଥିଲା ଦଳ । ପରେ 220 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଚେନ୍ନାଇ, କିନ୍ତୁ 20 ଓଭରରେ 5 ଓ୍ବିକେଟ ହରାଇ 201 ରନରେ ଅଟକିଥିଲା ସିଏସକେ ।

IPL 2025

ବିଜୟ ଟ୍ରାକକୁ ଫେରିପାରୁନି ଚେନ୍ନାଇ

ବର୍ତ୍ତମାନ ସୁଦ୍ଧା ଆଇପିଏଲରେ 5ଟି ମ୍ୟାଚ ଖେଳିସାରିଲାଣି ଦଳ । ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଲଗାତାର 4ଟି ମ୍ୟାଚରେ ପରାଜିତ ହେବାରେ ଲାଗିଛି । ଦ୍ବିତୀୟ ବିଜୟ ପାଇଁ ଦଳ ସଂଘର୍ଷ କରୁଥିଲେ ମଧ୍ୟ ବିଫଳ ହେଉଛି । ଦୁର୍ବଳ ବ୍ୟାଟିଂ ବୋଲିଂ ଏହାର କାରଣ ବୋଲି କୁହାଯାଉଛି । ସେହିପରି ମହେନ୍ଦ୍ର ସିଂ ଧୋନିଙ୍କ ବ୍ୟାଟିଂକୁ ନେଇ ପ୍ରଶ୍ନ ଉଠିଥିଲା । ସେ ଆଜି 5ନମ୍ବରରେ ବ୍ୟାଟିଂ କରିବାକୁ ଆସି 12 ବଲରେ ଗୋଟିଏ ଚୌକା ଓ 3 ଛକା ବଳରେ 27 ରନ କରି ପାଭିଲିୟନକୁ ଫେରିଯାଇଥିଲେ । ଡେଭେନ କନଓ୍ବେ ଅର୍ଦ୍ଧଶତକ ହାସଲ କରିଥିଲେ । ସେ 2 ଛକା ଓ 6 ଚୌକା ବଳରେ 96 ରୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରଚିନ 36, ଦୁବେ 42 ରନ କରିଥିଲେ । ପଞ୍ଜାବ ପକ୍ଷରୁ ଲୋକି 2ଟି, ୟଶଠାକୁର ଓ ମାକ୍ସଓ୍ବେଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ପ୍ରିୟାଂଶ ଆର୍ଯ୍ୟଙ୍କ ଧୂଆଁଧାର ଶତକ

ପଞ୍ଜାବ ପକ୍ଷରୁ ଓପନିଂ କରିବାକୁ ଆସି ପ୍ରିୟାଂଶ ଆର୍ଯ୍ୟ ଶତକୀୟ ପାଳି ଖେଳିଥିଲେ । ପାଓ୍ବାର ପ୍ଲେରେ ସେ ମାତ୍ର 19 ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ ଓ 39 ବଲରେ ଶତକ ମାରିଥିଲେ । 42 ବଲରେ 7ଟି ଚୌକା ଏବଂ 9ଟି ଛକା ବଳରେ 103 ରନ କରି ଭାରତୀୟ ଭାବେ ଦ୍ୱିତୀୟ ଦ୍ରୁତତମ ଶତକ ହାସଲ କରିଥିଲେ । ପଞ୍ଜାବ କିଙ୍ଗସ୍ ର ଗୋଟିଏ ପାର୍ଶ୍ୱରୁ ୱିକେଟ୍ ପତନ ଚାଲିଥିବା ବେଳେ ଅନ୍ୟ ପେଟେ ସେ ବେଶ ଧୌର୍ଯ୍ୟ ସହ କ୍ରିଜରେ ଛିଡା ହୋଇ ଗୋଟିଏ ପରେ ଗୋଟିଏ ଲମ୍ବା ସଟ ମାରିଚାଲିଥିଲେ । ଚେନ୍ନାଇ ବୋସଲରଙ୍କୁ ନିର୍ଘାତ ପ୍ରହାର କରିଥିଲେ । ଶଶାଙ୍କ ଶେଖର 52 ଓ ମାକ୍ରୋ 34 ରନ କରିଥିବା ବେଳେ ଅନ୍ୟ କେହି ବ୍ୟାଟର 10 ରନ କରିବାକୁ ମଧ୍ୟ ସମର୍ଥ ହୋଇନଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+