IPL 2025: ଆଜି ଚେନ୍ନଇ ସୁପର କିଙ୍ଗ୍‌ସ ବନାମ ରାଜସ୍ଥାନ ରୟାଲ୍‌ସ

ଆଇପିଏଲ୍‌ର ଚଳିତ ସଂସ୍କରଣରେ ଦୁଇ ପୂର୍ବତନ ଚମ୍ପିଆନ୍‌ ଚେନ୍ନଇ ସୁପର କିଙ୍ଗ୍‌ସ ଓ ରାଜସ୍ଥାନ ରୟାଲ୍‌ସ ବହୁ ପୂର୍ବରୁ ପ୍ଲେଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିଛନ୍ତି । ତେବେ ଔପଚାରିକତା ପୂରଣ ପାଇଁ ଉଭୟ ଦଳ ଆଜି ପରସ୍ପର ବିପକ୍ଷରେ‌ ଖେଳିବେ ।

ନୂତନ ଖେଳସୂଚୀ ଘୋଷଣା ହେବା ପରେ ସିଏସ୍‌କେର ଘରୋଇ ମ୍ୟାଚ୍‌କୁ ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଛି। ତେଣୁ ଚେନ୍ନଇର ଦର୍ଶକ ବୋଧହୁଏ ଆଇପିଏଲ୍‌ରେ ଆଉ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଦେଖିବାକୁ ପାଇବେ ନାହିଁ। ଉଭୟ ସିଏସ୍‌କେ ଓ ରାଜସ୍ଥାନ ୩ଟି ଲେଖାଏଁ ମ୍ୟାଚ୍‌ ଜିତି ପଏଣ୍ଟ ଟେବୁଲର ଶେଷ ୨ଟି ସ୍ଥାନରେ ରହିଛନ୍ତି।

ତେବେ ସିଏସ୍‌କେର ୨ଟି ମ୍ୟାଚ୍‌ ବାକିଥିବା ବେଳେ ମଙ୍ଗଳବାର ତା'ର ଅନ୍ତିମ ଲିଗ୍‌ ମ୍ୟାଚ୍‌ ଖେଳି ରାଜସ୍ଥାନ ରୟାଲ୍‌ସ ଆଇପିଏଲ୍‌ ଅଭିଯାନ ଶେଷକରିବ। ଉଭୟ ଦଳ ପ୍ଲେଅଫ୍‌ରୁ ବାଦ୍‌ ପଡ଼ି ସାରିଥିଲେ ହେଁ ମଙ୍ଗଳବାର ମ୍ୟାଚ୍‌ ଜିତି ପଏଣ୍ଟ ଟେବୁଲର ସର୍ବନିମ୍ନ ସ୍ଥାନରେ ରହିବାର ଲଜ୍ଜାରୁ ବଞ୍ଚିବାକୁ ପ୍ରୟାସ କରିବେ।

IPL 2025 Chennai Super Kings vs Rajasthan Royals today

ଚେନ୍ନଇ ସୁପର କିଙ୍ଗ୍‌ସ ପାଇଁ କାଳ ହୋଇଛି ଏହାର ବ୍ୟାଟିଂ । ଦଳର ଜଣେ ମାତ୍ର ବ୍ୟାଟ୍‌ସମ୍ୟାନ୍ ଶିବମ୍ ଦୁବେ (୩୦୧) ତିନି ଶହ ରନ୍‌ ପାର କରିଥିବା ବେଳେ ଜଣେ ବ୍ୟାଟ୍‌ସମ୍ୟାନ୍ ରବୀନ୍ଦ୍ର ଜାଡ଼େଜା (୨୭୯) ଦୁଇ ଶହ ରନ୍‌ ଅତିକ୍ରମ କରିଛନ୍ତି । ଉପରୋକ୍ତ ୨ ବ୍ୟାଟ୍‌ସମ୍ୟାନଙ୍କ ସହ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସମସ୍ତ ୧୨ଟି ମ୍ୟାଚ୍‌ ଖେଳିଛନ୍ତି। ସିଏସ୍‌କେ ବ୍ୟାଟିଂରେ ବହୁତ ପରିବର୍ତ୍ତନ କରିଥିଲେ ମଧ୍ୟ ସୁଫଳ ମିଳିନାହିଁ। ଦୁଇ ବିଦେଶୀ ବ୍ୟାଟ୍‌ସମ୍ୟାନ୍ ଡେଭନ୍ କନ୍‌ୱେ ଓ ସାମ୍ କରନ୍‌ ଗୋଟିଏ ଲେଖାଏଁ ଅର୍ଦ୍ଧଶତକ ମାରିଥିଲେ ମଧ୍ୟ ନିୟମିତ ଭାବେ ରନ୍‌ କରିନାହାନ୍ତି। ଋତୁରାଜ ଗାଏକ୍‌ୱାଡ୍‌ ଆହତ ହେବା ପରେ ସିଏସ୍‌କେର ବ୍ୟାଟିଂ ଦୁର୍ବଳ ହୋଇଯାଇଛି।

ବିଜୟ ଶଙ୍କର, ଡିୱାଲ୍‌ଡ ବ୍ରେଭିସ୍, ଆୟୁଷ ମାହ୍‌ତ୍ରେ, ରଚିନ ରବୀନ୍ଦ୍ର, ସେକ୍‌ ରସିଦ୍ ବ୍ୟାଟିଂରେ ନିୟମିତତା ଦେଖାଇ ପାରିନାହାନ୍ତି। ସିଏସ୍‌କେ ପାଇଁ ବାମହାତି ଚାଇନାମ୍ୟାନ୍ ସ୍ପିନର ନୁର୍ ଅହମ୍ମଦ ଚମ୍ପିଆନ୍‌ଙ୍କ ପରି ବୋଲିଂକରି ୨୦ଟି ୱିକେଟ୍‌ ନେଇଥିଲେ ହେଁ ଅନ୍ୟମାନେ ବିଫଳ ହୋଇଛନ୍ତି। ଖଲିଲ ଅହମ୍ମଦ ୧୪ଟି ଓ ମାଥିଶା ପାଥିରାନା ୧୨ଟି ୱିକେଟ୍‌ ନେଇଥିଲେ ହେଁ ରବୀନ୍ଦ୍ର ଜାଡ଼େଜା ବୋଲିଂରେ ବିଫଳ ହେବା ସିଏସ୍‌କେ ବିଫଳତାର ଅନ୍ୟତମ କାରଣ।

ବାମହାତି ସ୍ପିନର ଜାଡ଼େଜା ୧୨ଟି ମ୍ୟାଚ୍‌ରୁ ମାତ୍ର ୮ଟି ୱିକେଟ୍‌ ନେଇଛନ୍ତି। ଉଭୟ ଦଳଙ୍କ ମଧ୍ୟରେ ପ୍ରଥମ ଚରଣ ମ୍ୟାଚ୍‌ରେ ରାଜସ୍ଥାନ ବିଜୟୀ ହୋଇଥିଲା। ନୀତୀଶ ରାଣାଙ୍କ ବିସ୍ଫୋରକ ଇନିଂସ ବଳରେ ରାଜସ୍ଥାନ ଜିତିଥିଲା। ରାଜସ୍ଥାନ ରୟାଲ୍‌ସର ବ୍ୟକ୍ତିଗତ ପ୍ରଦର୍ଶନ ବହୁତ ଭଲ।

ଯଶସ୍ବୀ ଜୟସୱାଲ ୬ଟି ଅର୍ଦ୍ଧଶତକ ସହ ୫୨୫ ରନ୍‌ କରିଛନ୍ତି। ରିୟାନ ପରାଗ ୩୯୦, ଧ୍ରୁବ ଜୁରେଲ ୩୦୨, ସଞ୍ଜୁ ସାମ୍‌ସନ ୨୪୪, ସିମ୍ରନ୍ ହେତ୍‌ମେୟର ୨୨୭ ଓ ନୀତୀଶ ରାଣା ୨୧୭ ରନ୍‌ କରିଛନ୍ତି। ବୈଭବ ସୂର୍ଯ୍ୟବଂଶୀ ଗୋଟିଏ ଶତକ ମାରିଥିଲେ ହେଁ ନିୟମିତ ଭାବେ ରନ୍‌ କରିନାହାନ୍ତି। ବୋଲରଙ୍କ ବିଫଳତା ଯୋଗୁଁ ରାଜସ୍ଥାନ ବିଫଳ ହୋଇଛି। ଜୋଫ୍ରା ଆର୍ଚର ୧୧ଟି ୱିକେଟ୍‌ ନେଇଥିବା ବେଳେ ଶ୍ରୀଲଙ୍କାର ଦୁଇ ସ୍ପିନର ୱାନିନ୍ଦୁ ହସରଙ୍ଗା ଓ ମାହିଶ ତୀକ୍ଷଣ ଭଲ ବୋଲିଂ କରିଛନ୍ତି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+