IPL 2025: ଚାମ୍ପିଅନ୍ ଟିମ୍କୁ ମିଳିବ କୋଟି କୋଟି ଟଙ୍କା, କେତେ ପାଇବ ଉପବିଜେତା ଦଳ
ଗତ ମାର୍ଚ୍ଚ ୨୨ ତାରିଖରେ ଆଇପିଏଲ୍ ୨୦୨୫ ଆରମ୍ଭ ହୋଇଥିଲା । ଆଇପିଏଲ ୨୦୨୫ରେ ୭୪ ମ୍ୟାଚ୍ ପରେ ଆଜି ଖେଳାଯିବ ଫାଇନାଲ ମ୍ୟାଚ୍ । ଆଜିର ମ୍ୟାଚ୍ ପଞ୍ଜାବ କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ ।
ଦୁଇ ଦଳ ଏଯାଏ ଥରେ ବି ଚାମ୍ପିଅନ୍ ଟାଇଟଲ୍ ହାତେଇ ପାରିନାହାନ୍ତି । ଏଥର ଦୁଇ ଦଳ ଟାଇଟଲ୍ ହାତେଇବାକୁ ସମସ୍ତ ପ୍ରକାର ଚେଷ୍ଟା କରିବେ । କୋଟି କୋଟି ଟଙ୍କା ପାଇବ ଚାମ୍ପିଅନ୍ ଦଳ । ଉପବିଜେତା ଦଳକୁ କିଛି କମ୍ ଟଙ୍କା ମିଳିବନି ।
ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପଞ୍ଜାବ କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ମଧ୍ୟରେ ଖେଳାଯିବ ଫାଇନାଲ ମ୍ୟାଚ୍ । ଚାମ୍ପିଅନ୍ ଦଳ ଉପରେ କୋଟି କୋଟି ଟଙ୍କା ବର୍ଷା ହେବ, ଏହା ସମସ୍ତେ ଜାଣନ୍ତି ।

ଏକ ରିପୋର୍ଟ ମୁତାବକ ଏଥର ଆଇପିଏଲ୍ରେ ବି ଗତ ସିଜିନ୍ ଭଳି ପୁରସ୍କାର ଟଙ୍କା ମିଳିବ । ଏଥର ଚାମ୍ପିଅନ୍ ଦଳକୁ ୨୦ କୋଟି ଟଙ୍କା ପୁରସ୍କାର ଭାବରେ ପ୍ରଦାନ କରାଯିବ । ସେହିଭଳି ଯେଉଁ ଦଳ ଫାଇନାଲ ହାରିବ ସେହି ଦଳକୁ ୧୨.୫ କୋଟି ପ୍ରଦାନ କରାଯିବ । ଖାଲି ସେତିକି ନୁହେଁ, ଯେଉଁ ଦଳ ତୃତୀୟ ସ୍ଥାନରେ ରହିବ ସେହି ଦଳକୁ ୭ କୋଟି ଟଙ୍କା ପ୍ରଦାନ କରାଯିବ । ଯେଉଁ ଦଳ ଚତୁର୍ଥ ସ୍ଥାନରେ ରହିଛି ସେହି ଦଳକୁ ୬.୫ କୋଟି ଟଙ୍କା ପ୍ରଦାନ କରାଯିବ । ଅନ୍ୟ କୌଣସି ଦଳକୁ ପୁରସ୍କାର ରାଶି ପ୍ରଦାନ କରାଯିବ ନାହିଁ । ଖାଲି ଦଳ ନୁହେଁ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯିବ । କାହାକୁ କେତେ ଟଙ୍କା ମିଳିବ ନିମ୍ନରେ ନଜର ପକାନ୍ତୁ ।
IPL ୨୦୨୫ ପୁରସ୍କାର ରାଶି
• ବିଜୟୀ ଦଳ - ୨୦ କୋଟି ଟଙ୍କା
• ରନର୍ସ-ଅପ୍ - ୧୨.୫ କୋଟି ଟଙ୍କା
• ତୃତୀୟ ସ୍ଥାନ ଅଧିକାର କରିଥିବା ଦଳ - ୭ କୋଟି ଟଙ୍କା
• ଚତୁର୍ଥ ସ୍ଥାନ ଅଧିକାର କରିଥିବା ଦଳ - ୬.୫ କୋଟି ଟଙ୍କା
• ଗୋଟିଏ ସିଜିନରେ ସର୍ବାଧିକ ୱିକେଟ୍ (ପର୍ପଲ୍ କ୍ୟାପ୍) - ୧୦ ଲକ୍ଷ ଟଙ୍କା
• ଗୋଟିଏ ସିଜିନରେ ସର୍ବାଧିକ ରନ୍ (ଅରେଞ୍ଜ କ୍ୟାପ୍) - ୧୦ ଲକ୍ଷ ଟଙ୍କା
• ସିଜିନର ଉଦୀୟମାନ(Emerging Player) ଖେଳାଳି - ୧୦ ଲକ୍ଷ ଟଙ୍କା
• ସିଜିନର ସବୁଠାରୁ ମୂଲ୍ୟବାନ ଖେଳାଳି(Valuable Player) - ୧୦ ଲକ୍ଷ ଟଙ୍କା
• ଗୋଟିଏ ସିଜିନରେ ସର୍ବାଧିକ ଛକା (Most Sixes) - ୧୦ ଲକ୍ଷ ଟଙ୍କା
• ସିଜିନର ସର୍ବୋତ୍ତମ କ୍ୟାଚ୍ (Best Catch) - ୧୦ ଲକ୍ଷ ଟଙ୍କା
• ଗୋଟିଏ ସିଜିନରେ ସର୍ବାଧିକ ଚୌକା (Most Boundaries): ୧୦ ଲକ୍ଷ ଟଙ୍କା
• ପିଚ୍ ଏବଂ ଗ୍ରାଉଣ୍ଡ ପୁରସ୍କାର: ୫୦ ଲକ୍ଷ ଟଙ୍କା
-
୩୧ ରାଜ୍ୟସଭା ସାଂସଦ କୋଟିପତି -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ହଠାତ୍ ଆମେରିକାର ଚିନ୍ତା ବଢାଇ ଦେଲା ଇରାନ, ଡିଏଗୋ ଗାର୍ସିଆ' ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
ବନ୍ଦ ହେବ ଇରାନ ଆମେରିକା ଯୁଦ୍ଧ, ସଙ୍କେତ ଦେଲେ ଆମେରିକା ରାଷ୍ଟ୍ରପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଚିଠି ଗୋଟେ ଅଫିସରୁ ବସି ଟାଇପ୍ ହୋଇଛି, ଏମାନେ ଦସ୍ତଖତ କରିଛନ୍ତି ; ପ୍ରମିଳା ମଲ୍ଲିକ -
ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା










Click it and Unblock the Notifications