Get Updates
Get notified of breaking news, exclusive insights, and must-see stories!

ସମସ୍ତ ଭ୍ୟୁଅରସିପ ରେକର୍ଡ ଭାଙ୍ଗିଲା ଆଇପିଏଲ ୨୦୨୫, ୧ ବିଲିଅନ ଦର୍ଶକ ଦେଖିଲେ ଫାଇନାଲ ମ୍ୟାଚ୍

ଆଇପିଏଲ ୧୮ତମ ଟାଇଟଲ ହାସଲ କରିଥିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଟୁର୍ଣ୍ଣାମେଣ୍ଟରେ ନୂଆ ଚାମ୍ପିଅନ ମିଳିଲା । ଆଇପିଏଲ ୨୦୨୫ ଭ୍ୟୁଅରସିପ ମାମଲାରେ ଗତ ସମସ୍ତ ରେକର୍ଡ ଭାଙ୍ଗିଛି । ଚଳିତବର୍ଷ ଆଇପିଏଲ ସିଜିନକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗସକୁ ହରାଇ ଜିତିଛି ।

ଅଫିସିଆଲ ବ୍ରଡକାଷ୍ଟର ଜିଓଷ୍ଟାର ମୁତାବକ, ଆଇପିଏଲ ୨୦୨୫ ଟିଭି ଏବଂ ଡିଜିଟାଲ ପ୍ଲାଟଫର୍ମରେ ମୋଟ ୮୪୦ ବିଲିଅନ ମିନିଟରୁ ଅଧିକ ଦେଖାଯାଇଛି । ଏକ ବିଲିଅନରୁ ଅଧିକ ଲୋକ ଟୁର୍ଣ୍ଣାମେଣ୍ଟକୁ ଦେଖିଛନ୍ତି । ଆଇପିଏଲ ଆରମ୍ଭ ମ୍ୟାଚରେ ଭ୍ୟୁଅରସିପ ଅଧିକ ରହିଥିଲା । ଜିଓ ହଟଷ୍ଟାରରେ ପ୍ରଥମ ୩ଟି ମ୍ୟାଚ ପୂର୍ବ ବର୍ଷ ତୁଳନାରେ ୪୦ ପ୍ରତିଶତ ଅଧିକ ରହିଥିଲା । ଯାହାକୁ ମୋଟ ୧୩୭ କୋଟି ଲୋକ ଦେଖିଥିଲେ ।

IPL 2025 broke all viewership records

ଆଇପିଏଲ ୨୦୨୫ ଫାଇନାଲ ମ୍ୟାଚ ଟି୨୦ ଇତିହାସରେ ସବୁଠାରୁ ଅଧିକ ଦେଖାଯାଇଥିବା ମ୍ୟାଚ ହୋଇଥିଲା । ଏହି ମ୍ୟାଚକୁ ଅଲଗା ଅଲଗା ପ୍ଲାଟଫର୍ମରେ ୩୧.୭ ବିଲିଅନ ମିନିଟ ୱାଚଟାଇମ ମିଳିଥିଲା, ଯାହା ଏପର୍ଯ୍ୟନ୍ତ ରେକର୍ଡ । ଟିଭିରେ ଏହି ଟାଇଟଲକୁ ୧୬୯ ମିଲିଅନ ଲୋକ ଦେଖିଛନ୍ତି । ଡିଜିଟାଲ ପ୍ଲାଟଫର୍ମରେ ୮୯୨ ମିଲିଅନ ଭିଡିଓ ଭ୍ୟୁ ଏବଂ ୫୫ ମିଲିଅନ ଦର୍ଶକ ଦେଖିଛନ୍ତି । ଷ୍ଟାର ସ୍ପୋଟର୍ସରେ ୪୫୬ ବିଲିଅନ ମିନିଟ ଲାଇଭ କଭରେଜ ଦେଇଥିଲା, ଯାହା ଟୁର୍ଣ୍ଣାମେଣ୍ଟର ପାଇଁ ସବୁଠାରୁ ଅଧିକ ।

ଆଇପିଏଲ ଇତିହାସରେ ପୂର୍ବରୁ କୌଣସି ଟିମ ଯାହା କରି ପାରି ନଥିଲେ, ସେକଥା କରିଥିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବା ଆରସିବି। ଦଳର କାମଚଳା ଅଧିନାୟକ ଜିତେଶ ଶର୍ମାଙ୍କ ବିସ୍ଫୋରକ ତଥା ଅପରାଜିତ ୮୫ ରନ ବଳରେ ଆରସିବି ନୂଆ ଇତିହାସ ସୃଷ୍ଟି କରିଛି। ୨୦୨୫ ଆଇପିଏଲରେ ନିଜର ଶେଷ ଲିଗ୍ ମ୍ୟାଚ୍‌ରେ ଆରସିବି ୬ ୱିକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ହରାଇ ଦେଇଛି ।

୨୨୮ ରନର ବିଶାଳ ଟାର୍ଗେଟକୁ ଦଳ ୮ ବଲ ପୂର୍ବରୁ ହାସଲ କରି ନେଇଛି । ଆଇପିଏଲ ଇତିହାସରେ ଆରସିବି ପ୍ରଥମଥର ପାଇଁ ଏତେ ରନକୁ ପିଛା କରି ସଫଳତାର ସହ ହାସଲ କରିବାକୁ ସକ୍ଷମ ହୋଇଛି । ସେହିପରି ଆଇପିଏଲ ଇତିହାସରେ ଏତେ ରନ ଚେଜ୍‌ କରିବା ତାଲିକାରେ ଆରସିବି ତୃତୀୟ ସ୍ଥାନରେ ପହଞ୍ଚି ଯାଇଛି । ସର୍ବାଧିକ ରନ ଚେଜ କରିଥିବା ଦଳର ତାଲିକାରେ ପଞ୍ଜାବ କିଙ୍ଗସ ୧ ନଂ ସ୍ଥାନରେ ଓ ସନ ରାଇଜର୍ସ ହାଇଦ୍ରାବାଦ ଦ୍ୱିତୀୟ ସ୍ଥାନରେ ରହିଛି ।

ମଙ୍ଗଳବାର ବିଜୟ ସହ ଆରସିବି ଆଉ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛି । ଦଳ ଘର ବାହାରେ ଚଳିତ ସିଜିନରେ ଖେଳିଥିବା ସମସ୍ତ ୭ଟି ଯାକ ମ୍ୟାଚ୍‌ ଜିତିବାକୁ ସକ୍ଷମ ହୋଇଛି। ଆଇପିଏଲରେ ଗୋଟିଏ ଟିମ ତା'ର ହୋମ ଗ୍ରାଉଣ୍ଡରେ ୭ଟି ଓ ବାହାରେ ୭ଟି ମ୍ୟାଚ୍‌ ଖେଳିଥାଏ । ଆରସିବି ପ୍ରଥମଥର ଭାବେ ଗୋଟିଏ ସିଜିନରେ ଘର ବାହାରେ କୌଣସି ମ୍ୟାଚ୍‌ ନ ହାରିବା ରେକର୍ଡର ଅଧିକାରୀ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+