IPL 2025 : ମୁମ୍ବାଇକୁ ବୋଲ୍ଟ ଓ ରାଜସ୍ଥାନକୁ ଫେରିଲେ ଆର୍ଚର
ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ୨ ବର୍ଷର ବ୍ୟବଧାନ ପରେ ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଛନ୍ତି । ସେହିପରି ଇଂଲଣ୍ଡର ଦ୍ରୁତ ବୋଲର ଜୋଫ୍ରା ଆର୍ଚର ରାଜସ୍ଥାନ ରୟାଲ୍ସକୁ ଫେରିଛନ୍ତି । ଆର୍ଚର ରାଜସ୍ଥାନ ପକ୍ଷରୁ ଆଇପିଏଲରେ ଡେବ୍ୟୁ କରିଥିଲେ । ପରବର୍ତ୍ତୀ ଅବସ୍ଥାରେ ସେ ମୁମ୍ବାଇକୁ ଯାଇଥିଲେ। ହେଲେ ଏବେ ସେ ପୁଣି ରାଜସ୍ଥାନକୁ ଫେରିଛନ୍ତି ।
୨୦୨୪ରେ ବୋଲ୍ଟ ରାଜସ୍ଥାନ ପାଇଁ ଖେଳୁଥିଲେ। ହେଲେ ମେଗା ଅକ୍ସନରେ ତାଙ୍କୁ ମୁମ୍ବାଇ ୧୨.୫୦ କୋଟି ଟଙ୍କାରେ କିଣିଛି। ରାଜସ୍ଥାନ ମଧ୍ୟ ତାଙ୍କୁ ନେବା ପାଇଁ ଚାହିଁଥିଲା। ହେଲେ ତାଙ୍କ ଦାମ ୧୨.୫୦ କୋଟିରେ ପହଞ୍ଚିବାରୁ ରାଜସ୍ଥାନ ରେସରୁ ଓହରି ଯାଇଥିଲା।

ଆର୍ଚରଙ୍କ ପାଇଁ ମୁମ୍ବାଇ ଓ ରାଜସ୍ଥାନ ମଧ୍ୟରେ ବିଡ ୱାର ହୋଇଥିଲା। ମୁମ୍ବାଇ ତାଙ୍କୁ କିଣିବା ପାଇଁ ୧୨.୨୫ କୋଟି ଟଙ୍କା ଯାଏ ଯାଇଥିଲା। ହେଲେ ରାଜସ୍ଥାନ ୧୨.୫୦ କୋଟିରେ ପହଞ୍ଚିବାରୁ ମୁମ୍ବାଇ ରେସରୁ ଓହରି ଯାଇଥିଲା।
ଅନ୍ୟପକ୍ଷରେ ଆଫଗାନିସ୍ତାନର ନୁର ଅହମଦଙ୍କୁ ୧୦ କୋଟି, ଟି ନଟରାଜଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୧୦.୭୫ କୋଟି, ଖଲୀଲ ଅହମଦଙ୍କୁ ଚେନ୍ନାଇ ୪.୮୦ କୋଟି, ଅନରିଚ ନୋର୍ଖିୟାଙ୍କୁ କେକେଆର ୬.୫୦ କୋଟି, ଆବେଶ ଖାନଙ୍କୁ ଲକ୍ଷ୍ନୌ ୯.୭୫ କୋଟି, ପ୍ରସିଦ୍ଧ କୃଷ୍ଣଙ୍କୁ ଗୁଜରାଟ ୯.୫୦ କୋଟି, ଜୋଶ ହାଜେଲଉଡଙ୍କୁ ଆରସିବି ୧୨.୫୦ କୋଟି ଟଙ୍କାରେ କିଣିଛି।












Click it and Unblock the Notifications