IPL 2025: ଦ୍ୱିତୀୟ ଦିନର ଭୁବନେଶ୍ୱର କୁମାର ସବୁଠାରୁ ମହଙ୍ଗା ଖେଳାଳି

ଆଇପିଏଲ ୨୦୨୫ ଦ୍ୱିତୀୟ ଦିନର ଅକ୍ସନରେ ଭାରତର ଦ୍ରୁତ ବୋଲର ଭୁବନେଶ୍ୱର କୁମାର ସବୁଠାରୁ ମହଙ୍ଗା ଖେଳାଳି ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ୧୦.୭୫ କୋଟି ଟଙ୍କାରେ କିଣିଛି।

୨୦୨୪ରେ ଭୁବନେଶ୍ୱର କୁମାର ହାଇଦ୍ରାବାଦ ପାଇଁ ଖେଳୁଥିଲେ। ହେଲେ ମେଗା ଅକ୍ସନ ପୂର୍ବରୁ ତାଙ୍କୁ ହାଇଦ୍ରାବାଦ ରିଲିଜ କରିଦେଇଥିଲା। ସେ ୨ କୋଟି ଟଙ୍କାର ବେସ ପ୍ରାଇସ ସହ ଅକ୍ସନକୁ ଆସିଥିଲେ। ମୁମ୍ବାଇ ତାଙ୍କୁ କିଣିବା ପାଇଁ ପ୍ରଥମ ବିଡ ଲଗାଇଥିଲା। ଲକ୍ଷ୍ନୌ ମଧ୍ୟ ଏହି ରେସରେ ସାମିଲ ହୋଇଥିଲା। ଲକ୍ଷ୍ନୌ ଓ ମୁମ୍ବାଇ ୧୦.୫୦ କୋଟି ଯାଏ ବିଡ ଡାକିଥିଲେ। ହେଲେ ହଠାତ୍‌ ଏହା ଭିତରେ ଆରସିବି ପଶିଥିଲା। ପ୍ରାଞ୍ଚାଇଜ ୧୦.୭୫ କୋଟି ଟଙ୍କାରେ ଭୁବନେଶ୍ୱର କୁମାରଙ୍କୁ କିଣିଛି।

ଭୁବନେଶ୍ୱରଙ୍କ ପରେ ସବୁଠାରୁ ଦାମୀ ଖେଳାଳି ହେଉଛନ୍ତି ଦୀପକ ଚହର। ଚେନ୍ନାଇ ପାଇଁ ଖେଳି ଆସୁଥିବା ଦୀପକ ଚହରଙ୍କୁ ଏଥର ମୁମ୍ବାଇ କିଣିଛି। ୯.୨୫ କୋଟି ଟଙ୍କା ବଳରେ ସେ ମୁମ୍ବାଇକୁ ଆସିଛନ୍ତି। ତାଙ୍କୁ ନେବା ପାଇଁ ପଞ୍ଜାବ ଓ ମୁମ୍ବାଇ ମଧ୍ୟରେ ଟକ୍କର ହୋଇଥିଲା। ଏହାପରେ ଚେନ୍ନାଇ ମଧ୍ୟ ୮ କୋଟି ଯାଏ ବିଡ ଲଗାଇଥିଲା। ହେଲେ ମୁମ୍ବାଇ ୯.୨୫ କୋଟିର ବିଡ ଡାକିବାରୁ ଚେନ୍ନାଇ ରେସରୁ ଓହରି ଯାଇଥିଲା।

Bhubaneswar Kumar

ଅନ୍ୟତମ ଦ୍ରୁତ ବୋଲର ଆକାଶ ଦୀପଙ୍କୁ ଲକ୍ଷ୍ନୌ ୮ କୋଟି ଟଙ୍କାରେ କିଣିଥିବା ବେଳେ ମୁକେଶ କୁମାରଙ୍କୁ ଦିଲ୍ଲୀ ଆରଟିଏମ ବ୍ୟବହାର କରି ୮ କୋଟିରେ ନେଇଛି। ପଞ୍ଜାବ ତାଙ୍କୁ ନେବା ପାଇଁ ସର୍ବାଧିକ ବିଡ ଡାକିଥିଲେ ହେଁ ଦିଲ୍ଲୀ ମୁକେଶ କୁମାରଙ୍କୁ ଛାଡ଼ି ନାହିଁ। ୨୦୨୪ରେ ମଧ୍ୟ ମୁକେଶ ଦିଲ୍ଲୀ ପାଇଁ ଖେଳିବା ସହ ଦମଦାର ପ୍ରଦର୍ଶନ କରିଥିଲେ।

୨୦୨୪ରେ ଚେନ୍ନାଇ ପାଇଁ ଖେଳିଥିବା ତୁଷାର ଦେଶପାଣ୍ଡେଙ୍କୁ ରାଜସ୍ଥାନ ରୟାଲ୍ସ ୬.୫୦ କୋଟି ଟଙ୍କାରେ କିଣିଛି। ତାଙ୍କୁ ନେବା ପାଇଁ ଚେନ୍ନାଇ ବିଡ ଲଗାଇଥିଲେ ହେଁ ଆରଟିଏମ ବ୍ୟବହାର କରି ନଥିଲା।

ମୁମ୍ବାଇ ପାଇଁ ୨୦୨୪ରେ ଖେଳିଥିବା ଦକ୍ଷିଣ ଆଫ୍ରିକାର ଗେରାଲ୍ଡ କୋଏଜି ଏଥର ୨.୪୦ କୋଟି ଟଙ୍କାରେ ଗୁଜରାଟ ଟାଇଟନ୍ସ ପାଖକୁ ଯାଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ରୋଭମାନ ପାୱେଲଙ୍କୁ ୧.୫୦ କୋଟିରେ କେକେଆର, ଫାଫ ଡୁପ୍ଲେସିସଙ୍କୁ ଦିଲ୍ଲୀ ବେସ ପ୍ରାଇସ ୨ କୋଟିରେ, ୱାଶିଂଟନ ସୁନ୍ଦରଙ୍କୁ ୩.୨୦ କୋଟିରେ ଗୁଜରାଟ, ସାମ କରାନଙ୍କୁ ୨.୪୦ କୋଟିରେ ଚେନ୍ନାଇ, ମାର୍କୋ ୟାନସେନଙ୍କୁ ପଞ୍ଜାବ ୭ କୋଟି, ନୀତୀଶ ରାଣାଙ୍କୁ ରାଜସ୍ଥାନ ୪.୨୦ କୋଟି, ରିୟାନ ରିକେଲଟନଙ୍କୁ ମୁମ୍ବାଇ ୧ କୋଟି, ଜୋଶ ଇଙ୍ଗଲିଶଙ୍କୁ ପଞ୍ଜାବ ୨.୬୦ କୋଟି, କୃନାଲ ପାଣ୍ଡ୍ୟାଙ୍କୁ ଆରସିବି ୫.୭୫ କୋଟି, ଲକି ଫର୍ଗୁସନଙ୍କୁ ପଞ୍ଜାବ ବେସ ପ୍ରାଇସ ୨ କୋଟି ଓ ଆଫଗାନିସ୍ତାନର ଆଲ୍ଲା ଗଜନଫରଙ୍କୁ ମୁମ୍ବାଇ ୪.୮୦ କୋଟି ଟଙ୍କାରେ କିଣିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+