IPL 2025: ୧୦ ବର୍ଷ ପରେ ମୁମ୍ବାଇକୁ ହରାଇଲେ ବେଙ୍ଗାଲୁରୁ
ଆଇପିଏଲରେ ଗତକାଲି ଖେଳାଯାଇଥିବା ମ୍ୟାଚରେ ଭାଇ-ଭାଇ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିଥିଲା । ମୁମ୍ବାଇ ଅଧିନାୟକଙ୍କ ବିଜୟ ପଥରୋଧ କରିଥିଲେ ବଡ଼ଭାଇ କୃନାଲ ପାଣ୍ଡ୍ୟା । ଫଳରେ ଉକ୍ତ ମ୍ୟାଚରେ ମୁମ୍ବାଇ ୧୨ ରନରେ ପଛରେ ରହିଯିବା ସହ ବେଙ୍ଗାଲୁରୁ ବାଜି ମାରିନେଇଥିଲା ।
ଶେଷ ଆଡ଼କୁ ବାଜି ପଲଟାଇ ଦେଇଥିଲେ କୃନାଲ । ଉକ୍ତ ମ୍ୟାଚରେ ହାର୍ଦିକ ୧୫ଟି ବଲରୁ ୨୮୦ ଷ୍ଟ୍ରାଇକ ରେଟରେ ୪୨ ରନ୍ ସଂଗ୍ରହ କରିଥିଲେ । ଏପରି ଲାଗୁଥିଲା ମୁମ୍ବାଇ ବାଜି ମାରିନେବ । ମାତ୍ର ଠିକଣା ସମୟରେ ବଡ଼ଭାଇ କମାଲ କରିବା ଫଳରେ ହାର୍ଦିକଙ୍କ ସବୁ ପରିଶ୍ରମ ବେକାର ଯାଇଥିଲା । ଏପରି ଭାବେ କ୍ରମାଗତ ଦ୍ବିତୀୟ ପରାଜୟକୁ ନେଇ ଅଧିନାୟକ ହାର୍ଦିକ ଅତ୍ୟଧିକ ମାତ୍ରାରେ ଧୈର୍ଯ୍ୟହରା ହୋଇପଡ଼ିଥିଲେ ।

ଦୀର୍ଘ ୧୦ ବର୍ଷ ପରେ ଓ୍ଵାଙ୍ଖେଡ଼େ ଷ୍ଟାଡିୟମରେ ଲାଗି ରହିଥିବା ପରାଜୟର ଧାରାକୁ ଭାଙ୍ଗି ପାରିଛି ବେଙ୍ଗାଲୁରୁ। ଆଇପିଏଲ୍ର ୨୦ତମ ମ୍ୟାଚ୍ରେ ବେଙ୍ଗାଲୁରୁ ମୁମ୍ବାଇକୁ ୧୦ ରନରେ ହରାଇ ପାରିଛି। ତିଳକ ବର୍ମାଙ୍କ ବିସ୍ଫୋରକ ଇନିଂସ ବୃଥା ହୋଇଛି। ଚଳିତ ସିଜିନରେ ତୃତୀୟ ବିଜୟ ସହ ଆରସିବି ପଏଣ୍ଟ ତାଲିକାରେ ତୃତୀୟରେ ଥିବା ବେଳେ ମୁମ୍ବାଇ ଚତୁର୍ଥ ପରାଜୟ ସହ ଅଷ୍ଟମ ସ୍ଥାନରେ ରହିଛି।
ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ୫ ଓ୍ଵିକେଟ୍ ହରାଇ ୨୨୧ ରନ କରିଥିଲା। ଦଳ ପକ୍ଷରୁ ବିରାଟ କୋହଲି ୬୭ ରନ, ରଜତ ପାଟିଦାର ୬୪ ରନ ଓ ଜିତେଶ ଶର୍ମା ୪୦ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଜବାବରେ ମୁମ୍ବାଇ ଶେଷ ପର୍ଯ୍ୟନ୍ତ ଲଢି ୯ ଓ୍ଵିକେଟ୍ ହରା ୨୦୯ ରନ କରି ପାରିଛି। ତିଳକ ବର୍ମା ୫୬ ରନ ଓ ହାର୍ଦ୍ଦିକ ପାଣ୍ଡ୍ୟା ୪୨ ରନର ଧୂଆଁଧାର ଇନିଂସ ଖେଳିଥିଲେ। ବୋଲିଂରେ ଆରସିବି ପକ୍ଷରୁ କୃଣାଲ ପାଣ୍ଡ୍ୟା ୪ ଓ୍ଵିକେଟ୍ ନେଇ ଦଳ ବିଜୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି।
୨୨୨ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ମୁମ୍ବାଇ ଇଣ୍ଡିଆନ୍ସର ଆରମ୍ଭ ନୈରାଶ୍ୟଜନକ ଥିଲା। ୨୧ ରନ ସ୍କୋରରେ ରୋହିତ ଶର୍ମା ବ୍ୟକ୍ତିଗତ ୧୭ ରନ କରି ଆଉଟ୍ ହୋଇଥିଲେ। ରିୟାନ ରିକଲଟନ ମଧ୍ୟ ୧୭ ରନ କରି ପାଭିଲିୟନ ଫେରିଥିଲେ। ଓ୍ଵିଲ ଜ୍ୟାକ୍ସ ୨୨ ରନ କରିଥିଲେ ହେଁ ୧୮ ବଲ ଖେଳିଥିଲେ। ସୂର୍ଯ୍ୟକୁମାର ଯାଦବ କ୍ରିଜରେ ଜମି ଥିଲେ ହେଁ ୨୬ ବଲ୍ରୁ ୨୮ ରନ କରି ଆଉଟ୍ ହେବା ମୁମ୍ବାଇକୁ ମହଙ୍ଗା ପଡ଼ିଥିଲା।୯୯ ରନରେ ୪ ଓ୍ଵିକେଟ୍ ହରାଇ ମ୍ୟାଚ୍ରୁ ଦୂରରେ ଥିବା ମୁମ୍ବାଇ ପାଇଁ ଆଶା ସଞ୍ଚାର କରିଥିଲେ ତିଳକ ବର୍ମା ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା। ଉଭୟ ଏମିତି ବିସ୍ଫୋରକ ବ୍ୟାଟିଂ କରିଥିଲେ ଯେ, ମ୍ୟାଚ୍ରେ ରୋମାଞ୍ଚ ଭରିବା ସହ ମୁମ୍ବାଇ ପାଇଁ ବିଜୟ ଆଶା ଜାଗି ଉଠିଥିଲା। ଦୁଇ ବ୍ୟାଟର ପଞ୍ଚମ ଓ୍ଵିକେଟ୍ ପାଇଁ ୮୯ ରନ ଯୋଡ଼ିଥିଲେ ।
ତେବେ ଅଳ୍ପ ବ୍ୟବଧାନରେ ଦୁହେଁ ଆଉଟ୍ ହେବାରୁ ମୁମ୍ବାଇର ବିଜୟ ଆଶା ମଉଳି ଯାଇଥିଲା। ତିଳକ ବର୍ମା ୨୯ ବଲରୁ ୪ ଚୌକା ଓ ୪ ଛକା ସହ ୫୬ ରନ କରିଥିଲେ। ପାଣ୍ଡ୍ୟା ବିସ୍ପୋରକ ବ୍ୟାଟିଂ କରି ମାତ୍ର ୧୫ ବଲରୁ ୩ ଚୌକା ଓ ୪ ଛକା ସହ ୪୨ ରନ କରିଥିଲେ। ଶେଷ ଆଡ଼କୁ ମୁମ୍ବାଇ ନିୟମିତ ଓ୍ଵିକେଟ୍ ହରାଇ ୨୦୯ ରନ କରି ପାରିଥିଲା। ବୋଲିଂରେ ଆରସିବି ପକ୍ଷରୁ କୃଣାଲ ପାଣ୍ଡ୍ୟା ୪୫ ରନ ଦେଇ ୪ ଓ୍ଵିକେଟ୍ ଅକ୍ତିକାର କରିଥିଲେ। ୟଶ ଦୟାଲ ଓ ଜୋଶ ହେଜେଲଉଡ ପ୍ରତ୍ୟେକଙ୍କୁ ଦୁଇଟି ଲେଖାଏଁ ସଫଳତା ମିଳିଛି।












Click it and Unblock the Notifications