IPL 2025: ଆଇପିଏଲ ୨୦୨୫ ସସପେଣ୍ଡ କଲା ବିସିସିଆଇ
ଆଇପିଏଲ ସସପେଣ୍ଡ । ଆଇପିଏଲ ୨୦୨୫ ସସପେଣ୍ଡ କଲା ବିସିସିଆଇ । ଭାରତ-ପାକିସ୍ଥାନ ଉତ୍ତେଜନା ଭିତରେ ବିସିସିଆଇ ଏହି ବଡ ନିଷ୍ପତ୍ତି ନେଇଛି।

ଏହି ଘଟଣା ଧର୍ମଶାଳାରେ ପଞ୍ଜାବ କିଙ୍ଗସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହୋଇଥିବା ମ୍ୟାଚ ସୁରକ୍ଷା ସମସ୍ୟା କାରଣରୁ ବାତିଲ ହେବାର କିଛି ଘଣ୍ଟା ପରେ ଘଟିଛି।
ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ଆଇପିଏଲ୍ ମ୍ୟାଚ୍ ଅଧାରୁ ବାତିଲ ହେବା ପରେ ଚଳିତ ଲିଗ୍ ଉପରେ ଆଶଙ୍କାର ବାଦଲ ଛାୟୀ ହୋଇଯାଇଛି। ଲିଗ୍ରେ ଅଂଶଗ୍ରହଣ କରୁଥିବା ବିଦେଶୀ ଖେଳାଳିମାନେ ସ୍ବଦେଶ ଫେରିବାକୁ ଚାହୁଁଥିବା ବେଳେ ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲ ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ଡାକରା ଦିଆଯାଇଥିଲା।
ଚଳିତ ଆଇପିଏଲ୍କୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି । ଗଭର୍ଣ୍ଣିଂ କାଉନସିଲ ସଦସ୍ୟ ଏକତ୍ରିତ ହୋଇ ବର୍ତ୍ତମାନ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ।












Click it and Unblock the Notifications