IPL 2025: ଆଇପିଏଲ ନିଲାମୀରେ ୧୩ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଏବଂ ୪୨ ବର୍ଷୀୟ ଜେମ୍ସ ଆଣ୍ଡରସନ
ଆସନ୍ତା ୨୪ ଏବଂ ୨୪ ତାରିଖରେ ଆଇପିଏଲ ମେଗା ଅକ୍ସନ ହେବାକୁ ଯାଉଛି । ୧୫୭୪ ଖେଳାଳି ମେଗା ଅକ୍ସନରେ ଭାଗ ନେବାକୁ ଫର୍ମ ପକାଇଥିବାବେଳେ ୫୭୪ ଜଣଙ୍କ ସର୍ଟଲିଷ୍ଟ କରାଯାଇଛି । ତେବେ ଏହି ଖେଳାଳିଙ୍କ ମଧ୍ୟରେ ୩୬୬ ଭାରତୀୟ ଏବଂ ୨୦୮ ଜଣ ବିଦେଶୀ ଖେଳାଳି ରହିଛନ୍ତି । ସବୁଠାରୁ ବଡ଼ କଥା ହେଉଛି କି, ଏହି ଖେଳାଳିଙ୍କ ମଧ୍ୟରେ ଜଣେ ୧୩ ବର୍ଷୀୟ ଖେଳାଳିଙ୍କ ନାମ ରହିଛି । ସେ ହେଉଛନ୍ତି ବିହାରର ବୈଭବ ସୂର୍ଯ୍ୟବଂଶୀ । ଚଳିତ ବର୍ଷ ସେ ପ୍ରଣଥ ଶ୍ରେଣୀ କ୍ରିକେଟରେ ଡେବ୍ୟୁ କରିଛନ୍ତି । ତାଙ୍କର ବେଶ ପ୍ରାଇସ୍ ୩୦ ଲକ୍ଷ ଟଙ୍କାର ରହିଛି ।
ଅନ୍ୟପଟେ ଯଦି ଆଣ୍ଡରସନଙ୍କ କଥା କହିବା ତାହେଲେ ଏହି ୪୨ ବର୍ଷୀୟ ଖେଳାଳିଙ୍କ ବେଶ ପ୍ରାଇସ୍ ରହିଛି ୧ କୋଟି ୨୫ ଲକ୍ଷ । ୨୦୧୪ ମସିହାଠାରୁ ସେ କୌଣସି ଟି-୨୦ ମ୍ୟାଚ ଖେଳିନାହାନ୍ତି । ଚଳିତ ବର୍ଷ ସେ ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । କିନ୍ତୁ ଏବେ ସେ ଆଇପିଏଲ ଖେଳିବାକୁ ମନ ବଳାଇଛନ୍ତି । ଯଦି ତାଙ୍କର ଆଇପିଏଲ କ୍ୟାରିୟର କଥା କହିବା ତାହେଲେ ସେ ୨୦୦୭ରୁ ୨୦୦୯ ପର୍ଯ୍ୟନ୍ତ ଖେଳିଛନ୍ତି । କିନ୍ତୁ ସେ ଦୀର୍ଘଦିନ ଧରି ଟି-୨୦ ମ୍ୟାଚ ଖେଳିନାହାନ୍ତି । ମାତ୍ର ଏଥରକ ମେଗା ଅକ୍ସନରେ ଭାଗ ନେବାକୁ ଯାଉଛନ୍ତି ।

ବୈଭବଙ୍କ କ୍ୟାରିୟର
ମାତ୍ର ଚାରି ବର୍ଷ ବୟସରେ ବୈଭବ ବ୍ୟାଟ୍ ଉଠାଇଥିଲେ। ଅଳ୍ପ ବୟସରେ କ୍ରିକେଟ୍ ପ୍ରତି ପୁଅର ଅସୀମ ଆଗ୍ରହକୁ ଅନୁଭବ କରିପାରିଥିଲେ ବୈଭବଙ୍କ ପିତା ସଞ୍ଜୀବ ସୂର୍ଯ୍ୟବଂଶୀ। ପୁଅ ଖେଳିବା ପାଇଁ ଏକ ସ୍ୱତନ୍ତ୍ର ପିଚ୍ ନିର୍ମାଣ କରିଥିଲେ। ଚାରି ବର୍ଷ ପରେ ତାଙ୍କୁ ସମସ୍ତିପୁର କ୍ରିକେଟ୍ ଏକାଡେମୀରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦୁଇ ବର୍ଷ ତାଲିମ ନେବା ପରେ ସେ ଅଣ୍ଡର-୧୬ ଦଳରେ ଯୋଗ ଦେଇଥିଲେ। ସେତେବେଳେ ବୈଭବଙ୍କୁ ମାତ୍ର ୧୦ ବର୍ଷ ବୟସ ହୋଇଥିଲା। ସେହି ବୟସରେ ସେ ବିହାରର ସମସ୍ତ ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟ ଜିତିଥିଲେ। ଏହାପରେ ଭିନୋ ମଙ୍କଡ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଥିଲେ ବୈଭବ। ଯାହା ବିହାର କ୍ରିକେଟ୍ ବୋର୍ଡର ଦୃଷ୍ଟି ଆକର୍ଷଣ କରିଥିଲା। ତେଣୁ ସେ ୨୦୨୪ରେ ବିହାର ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟରେ ଡେବ୍ୟୁ କରିଥିଲେ।
କ୍ରମାଗତ ପ୍ରଭାବୀ ପ୍ରଦର୍ଶନ ପରେ ସେ ଟିମ୍ ଇଣ୍ଡିଆର ଅଣ୍ଡର-୧୯ ଦଳ ପାଇଁ ମଧ୍ୟ ମନୋନୀତ ହୋଇଥିଲେ। ସେ ବର୍ତ୍ତମାନ ରଣଜୀ ୨୦୨୪-୨୫ ଟୁର୍ଣ୍ଣାମେଣ୍ଟ ଖେଳୁଛନ୍ତି। ବାମହାତୀ ବ୍ୟାଟର ବୈଭବଙ୍କର ବିଶେଷତ୍ୱ ହେଉଛି ଆକ୍ରମଣାତ୍ମକ ଖେଳିବା। ଆଇପିଏଲ୍ ୨୦୨୫ର ମେଗା ନିଲାମ ୨୪ ଏବଂ ୨୫ ନଭେମ୍ବରରେ ସାଉଦି ଆରବରେ ଅନୁଷ୍ଠିତ ହେବ। ଏହି ନିଲାମରେ ବୈଭବ ସର୍ବକନିଷ୍ଠ ଖେଳାଳି ହୋଇଥିବାବେଳେ ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ (୪୨ ବର୍ଷ) ସବୁଠାରୁ ବୟସ୍କ ଖେଳାଳି।












Click it and Unblock the Notifications