Get Updates
Get notified of breaking news, exclusive insights, and must-see stories!

IPL 2025 AUCTION: ଆଇପିଏଲରେ ସବୁଠୁ ମହଙ୍ଗା ଖେଳାଳି ହେବେ ଋଷଭ ପନ୍ତ !

ଇରଫାନ୍ ଆଇପିଏଲ୍-୨୦୨୫ ନିଲାମିକୁ ନେଇ ଭବିଷ୍ୟବାଣୀ କରିବା ସହ ସବୁଠୁ ଦାମୀ ଖେଳାଳି କିଏ ହେବ ତାହା ଜଣାଇଛନ୍ତି | ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଇରଫାନ୍ ଏହି ଭବିଷ୍ୟବାଣୀ କରିଛନ୍ତି।

ପୂର୍ବ ଆଇପିଏଲ ନିଲାମରେ, ମିଚେଲ ଷ୍ଟାର୍କଙ୍କୁ ଆଇପିଏଲ ଦଳ କେ.କେ.ଆର. ୨୪.୭୫ କୋଟିରେ କିଣିଥିଲା | ଏହା ପରେ ଆଇପିଏଲ ଇତିହାସରେ ସବୁଠାରୁ ଦାମୀ ଖେଳାଳି ପାଲଟିଥିଲେ ମିଚେଲ | ବର୍ତ୍ତମାନ ଆଇପିଏଲ-୨୦୨୫ ପାଇଁ ମେଗା ନିଲାମି ଆରମ୍ଭ ହେବାକୁ ଯାଉଛି | ଏଥର କେଉଁ ଦଳ କାହାକୁ କେତେ ଟଙ୍କାରେ କିଣିବ ସେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି | ଏମଧ୍ୟରେ ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନ ନିଜର ପ୍ରତିକ୍ରିୟା ରଖିଛନ୍ତି।

IPL 2025 AUCTION

ଇରଫାନ୍ ତାଙ୍କ ପୋଷ୍ଟରେ ସ୍ୱୀକାର କରିଛନ୍ତି ଯେ, ଆଇପିଏଲ-୨୦୨୫ ପାଇଁ ହେବାକୁ ଥିବା ନିଲାମିରେ ଋଷବ ପନ୍ତଙ୍କ ଉପରେ ଟଙ୍କା ବର୍ଷା ହେବ ଏବଂ ସେ ମିଚେଲ ଷ୍ଟାର୍କଙ୍କ ରେକର୍ଡ ଭାଙ୍ଗିବେ। ଇରଫାନ୍ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, "ମିଚେଲ ଷ୍ଟାର୍କଙ୍କ ନିଲାମ ରେକର୍ଡ ବିପଦରେ ଅଛି। ଋଷବ ପନ୍ତ ଏହାକୁ ଭାଙ୍ଗିବାକୁ ପ୍ରସ୍ତୁତ ଅଛନ୍ତି।" ଇରଫାନଙ୍କ ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ମୁହଁ ଖୋଲିଲେ ପନ୍ତ:

ଋଷଭ ପନ୍ତ ନିଜେ ସୁନୀଲ ଗାଭାସ୍କରଙ୍କ ଭିଡିଓ ଉପରେ ମନ୍ତବ୍ୟ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ପନ୍ତ ରିଟେନ ଏବଂ ନିଲାମ ବିଷୟରେ କିଛି କହିନାହାଁନ୍ତି କିନ୍ତୁ ଏଥର ସେ ନୀରବତା ଭାଙ୍ଗିଛନ୍ତି। ଏକ୍ସ ରେ ସେୟାର ହୋଇଥିବା ଭିଡିଓରେ ପନ୍ତ ଲେଖିଛନ୍ତି ଯେ, 'ମୁଁ ନିଶ୍ଚିତ ଭାବରେ କହୁଛି ଯେ, ମୋର ରିଟେନ୍ସନ୍ ଟଙ୍କାକୁ ନେଇ ନୁହେଁ।' ଋଷଭ ପନ୍ତ ୨୦୧୬ ଠାରୁ ଆଇପିଏଲରେ ଖେଳୁଛନ୍ତି। ସେ ଦିଲ୍ଲୀ ଡେୟାରଡେଭିଲ୍ସ (ବର୍ତ୍ତମାନର ଦିଲ୍ଲୀ କ୍ୟାପିଟାଲ୍ସ) ପାଇଁ ଡେବ୍ୟୁ କରିଥିଲେ। ସେବେଠାରୁ ପନ୍ତ ପ୍ରତ୍ୟେକ ନିଲାମରେ ଦିଲ୍ଲୀ ସହିତ ରହିଥିଲେ। ଫ୍ରାଞ୍ଚାଇଜ୍ ୨୦୨୧ ସିଜନରେ ପନ୍ତଙ୍କୁ ଏହାର ଅଧିନାୟକ କରିଥିଲା। କାର ଦୁର୍ଘଟଣା ହେତୁ ଗୋଟିଏ ସିଜନ୍ ଆଇପିଏଲ୍ରୁ ବାଦ୍ ପଡ଼ିବା ପରେ ମଧ୍ୟ ଫ୍ରାଞ୍ଚାଇଜ୍ ତାଙ୍କୁ ରିଟେନ୍ କରିଥିଲା

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+