IPL 2025 Auction: ପ୍ରଥମ ଖେଳାଳି ଭାବରେ ଅର୍ଶଦୀପ ସିଂହକୁ କିଣିଲା ପଞ୍ଜାବ କିଙ୍ଗସ ,୧୮ କୋଟିରେ ବିକ୍ରି ହେଲେ ଅର୍ଶଦୀପ
ଅର୍ଶଦୀପ ସିଂହକୁ କିଣିଲା ପଞ୍ଜାବ କିଙ୍ଗସ ।୧୮ କୋଟିରେ ବିକ୍ରି ହେଲେ ଅର୍ଶଦୀପ ।ଏହି ବାମହାତୀ ଦ୍ରୁତ ବୋଲରଙ୍କୁ କିଣିବା ପାଇଁ ପ୍ରାୟ ସବୁ ପ୍ରାଞ୍ଚାଇଜ ଲାଗି ପଡ଼ିଥିଲା। ତେବେ ଆରଟିଏମ କାର୍ଡ ବଳେ ପଞ୍ଜାବ ଅର୍ଶଦୀପ ସିଂହଙ୍କୁ ନିଜ ସହ ୧୮ କୋଟି ଟଙ୍କାରେ ସାମିଲ କରିଛି।
ବାସ୍ତବରେ ଅର୍ଶଦୀପଙ୍କୁ ୧୫.୭୫ କୋଟି ଟଙ୍କାରେ ସନ ରାଇଜର୍ସ ହାଇଦ୍ରାବାଦ କିଣିଥିଲା। କିନ୍ତୁ ନିୟମ ଅନୁସାରେ ପଞ୍ଜାବକୁ ଆରଟିଏମର ବ୍ୟବହାର କରିବାକୁ ବିକଳ୍ପ ମିଳିଥିଲା। ଶେଷରେ ପଞ୍ଜାବ ତାଙ୍କୁ ନିଜ ପାଖରେ ରହିଛି।

୨୦୨୪ରେ ମଧ୍ୟ ଅର୍ଶଦୀପ ପଞ୍ଜାବ ପକ୍ଷରୁ ଖେଳୁଥିଲେ। ହେଲେ ମେଗା ଅକ୍ସନ ପୂର୍ବରୁ ତାଙ୍କୁ ପଞ୍ଜାବ ଛାଡ଼ି ଦେଇଥିଲା। ଏବେ ରେକର୍ଡ ୧୮ କୋଟି ଟଙ୍କାରେ ପଞ୍ଜାବ ପୁଣି ତାଙ୍କୁ କିଣିଛି।
ସେହପରି ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରବାଡାଙ୍କୁ ନେବା ପାଇଁ ଗୁଜରାଟ ଓ ମୁମ୍ବାଇ ମଧ୍ୟ ଟକ୍କର ହୋଇଥିଲା। ୭ କୋଟି ଯାଏ ମୁମ୍ବାଇ ରବାଡାଙ୍କୁ ନେବାକୁ ଚେଷ୍ଟା କରିଥିଲା। ହେଲେ ଏହାପରେ ଆରସିବି ଅକ୍ସନରେ ପ୍ରବେଶ କରିଥିଲା। ଗୁଜରାଟ ଓ ଆରସିବି ମଧ୍ୟରେ ବିଡ ୱାର ଚାଲିଥିଲା। କିନ୍ତୁ ଶେଷରେ ଗୁଜରାଟ ତାଙ୍କୁ ୧୦.୭୫ କୋଟିରେ ନିଜ ସହ ସାମିଲ କରିଛି।












Click it and Unblock the Notifications