IPL 2025: ଆଶୁତୋଷ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ, ଲକ୍ଷ୍ନୌକୁ ୦୧ ଉଇକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ଆଇପିଏଲ୍ ୨୦୨୫ ରେ ସବୁଠାରୁ ରୋମାଞ୍ଚକର ମ୍ୟାଚ୍ ରେ ଦିଲ୍ଲୀ କ୍ୟାପିଟାଲ୍ସ ଶେଷ ଓଭରରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ପରାସ୍ତ କରିଥିଲା ।

ସିଜିନର ଚତୁର୍ଥ ମ୍ୟାଚ୍‌ରେ ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨୦୯ ରନ୍ ସ୍କୋର କରିଥିଲେ। ଦଳ ତରଫରୁ ନିକୋଲାସ ପୁରନ ଏବଂ ମିଚେଲ ମାର୍ଶ ଚମତ୍କାର ବ୍ୟାଟିଂ କରିଥିଲେ। ଏହା ପରେ ମାତ୍ର ୭ ରନ୍ ରେ ୩ ଉଇକେଟ୍ ଏବଂ ୬୫ ରନ୍ ରେ ୫ ଉଇକେଟ୍ ହରାଇଥିବା ଦିଲ୍ଲୀ ଆଶୁତୋଷ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦୃଢ଼ ପ୍ରତ୍ୟାବର୍ତ୍ତନ କରି ଶେଷ ଓଭରରେ ମାତ୍ର ୧ ଉଇକେଟରେ ମ୍ୟାଚ୍ ଜିତିଥିଲା।

ଦିଲ୍ଲୀ ଏକଦା ସଙ୍କଟ ସମୟ ଦେଇ ଗତି କରୁଥିଲେ ହେଁ ଆଶୁତୋଷଙ୍କ ଅପରାଜିତ ୬୬ ରନ ବଳରେ ୧୯.୩ ଓଭରରେ ୯ ଉଇକେଟ ହରାଇ ୨୧୧ ରନରେ ପହଞ୍ଚି ଯାଇଥିଲା। ୩୧ଟି ବଲ୍‍ର ସମ୍ମୁଖୀନ ହୋଇଥିବା ଆଶୁତୋଷ ନିଜ ଇନିଂସ ମଧ୍ୟରେ ୫ଟି ଲେଖାଏ ଚୌକା ଓ ଛକା ମାରି ମ୍ୟାଚ ବିଜେତା ସାବ୍ୟସ୍ତ ହୋଇଥିଲେ। ଅନ୍ୟ ବ୍ୟାଟରଙ୍କ ମଧ୍ୟରେ ବିପ୍ରଜ ନିଗମ ୩୯, ଟ୍ରିଷ୍ଟନ ଷ୍ଟବ୍ସ ୩୪ ରନ କରିଥିଲେ। ଦିଲ୍ଲୀ ୧୧୩ ରନ ମଧ୍ୟରେ ୬ ଉଇକେଟ ହରାଇଥିବାବେଳେ ଆଶୁତୋଷ ଓ ଭିପ୍ରଜ ୭ମ ଉଇକେଟରେ ୨୨ ବଲ୍‍ରୁ ୫୫ ରନ ଯୋଗକରି ମୋମେଣ୍ଟମ ବଦଳାଇ ଦେଇଥିଲେ। ଲକ୍ଷ୍ନୌ ପକ୍ଷରୁ ଶାର୍ଦ୍ଦୂଳ ଠାକୁର, ମନିମାରାନ ସିଦ୍ଧାର୍ଥ, ଦିଗଭେଶ ରାଠି ଓ ରବି ବିଷ୍ଣୋଇ ୨ଟି ଲେଖାଏ ଉଇକେଟ ନେଇଥିଲେ।

IPL 2025 Ashutosh Sharma

ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିସ୍ଫୋରକ ଆରମ୍ଭ କରିଥିଲା। ଓପନିଂ ଯୋଡ଼ିରେ ୨୮ ବଲ୍‍ରୁ ୪୬ ରନ ସଂଗ୍ରହ କରି ଦଳପାଇଁ ବଡ଼ ସ୍କୋରର ପ୍ଲାଟଫର୍ମ ପ୍ରସ୍ତୁତ କରିଥିଲେ ଏଡେନ ମାରକ୍ରମ ଓ ମିଚେଲ ମାର୍ଶ।

ମାରକ୍ରମ ଯଦିଓ ୧୫ ରନ କରି ଆଉଟ ହୋଇଥିଲେ ତେବେ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖତ୍ ମାର୍ଶ ଓ ପୁରନ ଦ୍ୱିତୀୟ ଉଇକେଟରେ ୮୭ ରନର ଭାଗୀଦାରି ଗଢ଼ିଥିଲେ। ମାର୍ଶ ୭୨ (୩୬ ବଲ, ୬ ଚୌକା, ୬ ଛକା) ଏବଂ ପୁରନ ୭୫ (୩୦ ବଲ, ୬ ଚୌକା, ୭ ଛକା) ରନରେ ଆଉଟ ହେବା ସହ ଲକ୍ଷ୍ନୌ ମୋମେଣ୍ଟମ ହରାଇଥିଲା। ଦିଲ୍ଲୀ ପକ୍ଷରୁ ମିଚେଲ ଷ୍ଟାର୍କ ସର୍ବାଧତ୍କ ୩ଟି, କୁଲଦୀପ ଯାଦବ ୨ଟି ଏବଂ ଭିପରାଜ ନିଗମ ଓ ମୁକେଶ କୁମାର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+