IPL 2025: ଦୀର୍ଘ ୧୧ ବର୍ଷ ପରେ ବାରବାଟିରେ ଟି୨୦ କ୍ରିକେଟର ମହାକୁମ୍ଭ ଆଇପିଏଲ !
ଦୀର୍ଘ ୧୧ ବର୍ଷ ପରେ ଟି୨୦ କ୍ରିକେଟର ମହାକୁମ୍ଭ ଆଇପିଏଲ ବାରବାଟିକୁ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି । ଏପ୍ରିଲ ୬ ତାରିଖରେ କୋଲକାତାର ଇଡେନ ଗାର୍ଡେନ୍ସରେ କୋଲକାତ ନାଇଟ ରାଇଡର୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ମଧ୍ୟରେ ଖେଳାଯିବ ।
ଚଳିତ ସିଜନରେ ଗୋଟିଏ ଆଇପିଏଲ ମ୍ୟାଚ ବାରବାଟୀକୁ ଫେରିବାର ସମ୍ଭାବନା ରହିଛି । ଏହି ମ୍ୟାଚ ସହିତ ଓଡ଼ିଶାର କ୍ରିକେଟ ଫ୍ୟାନଙ୍କୁ ମ୍ୟାଚ ଦେଖିବାର ସୁଯୋଗ ମିଳିବାକୁ ଯାଉଛି।

ଏପ୍ରିଲ ୬ ତାରିଖରେ ହେବାକୁ ଥିବା ମ୍ୟାଚ ସୁରକ୍ଷା ଦୃଷ୍ଟିକୋଣରୁ ସ୍ଥାନାନ୍ତରିତ ହେବାର ସମ୍ଭାବନା ରହିଛି। ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ସୂଚନା ଅନୁସାରେ ଏପ୍ରିଲ ୬ ତାରିଖରେ ରାମ ନବମୀ ପାଳିତ ହେବ। ଏହି ଦିନରେ ପଶ୍ଚିମବଙ୍ଗରେ ୨୦ ହଜାରରୁ ଅଧିକ ଶୋଭାଯାତ୍ରା ବାହାରିବ ।
ଏହି ସବୁ ଶୋଭାଯାତ୍ରାକୁ ସୁରକ୍ଷା ଦେବାକୁ ହେଲେ ଷ୍ଟାଡିୟମରେ ସୁରକ୍ଷା ଦେବା ସମ୍ଭବ ନୁହେଁ ବୋଲି କ୍ରିକେଟ ଆସୋସିଏଶନ ଅଫ ବେଙ୍ଗଲ ସଭାପତି ସ୍ନେହାଶିଷ ଗାଙ୍ଗୁଲି କହିଛନ୍ତି।












Click it and Unblock the Notifications