ଆଇପିଏଲ ୨୦୨୪: ପୁଣି ନୂଆ ରେକର୍ଡ କଲେ ୟୁଜବେନ୍ଦ୍ର ଚହଲ, ପ୍ରଥମ ବୋଲର ଭାବେ ଆଇପିଏଲରେ ନେଲେ ୨୦୦ ୱିକେଟ୍
ପୁଣି ନୂଆ ରେକର୍ଡ କଲେ ୟୁଜବେନ୍ଦ୍ର ଚହଲ । ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ନେଇ ଏହି ରେକର୍ଡ଼ କରିଛନ୍ତି। ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଇତିହାସରେ ଚହଲ ଦୁନିଆର ପ୍ରଥମ ଖେଳାଳି ହୋଇପାରିଛନ୍ତି ଯିଏ ୨୦୦ ଉଇକେଟ ନେଇଛି ।
ମୁମ୍ବାଇ ବନାମ ରାଜସ୍ଥାନ ମ୍ୟାଚ ଆରମ୍ଭ ପୂର୍ବରୁ ଚାହଲ ୧୫୨ ମ୍ୟାଚରେ ୧୯୯ ଉଇକେଟ ନେଇଥିଲେ ଏବଂ ଇତିହାସ ସୃଷ୍ଟି କରିବାକୁ ତାଙ୍କୁ ମାତ୍ର ଗୋଟିଏ ଉଇକେଟ ନେବାକୁ ପଡିଥିଲା।ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ମହମ୍ମଦ ନବୀଙ୍କୁ ଆଉଟ କରି ତାଙ୍କ କ୍ୟାରିୟରରେ ୨୦୦ ୱିକେଟ୍ ପୂରଣ କରିଛନ୍ତି । ଆଇପିଏଲରେ ଦ୍ୱିତୀୟ ସର୍ବାଧିକ ଉଇକେଟ ନେଇଥିବା ବୋଲର ହେଉଛନ୍ତି ଡ୍ବେନ ବ୍ରାଭୋ, ଯିଏକି ତାଙ୍କ କ୍ୟାରିୟରରେ ୧୮୩ ଉଇକେଟ ନେଇଥିଲେ ।

ୟୁଜବେନ୍ଦ୍ର ଚହଲ ୨୦୧୩ରେ ଇଣ୍ଡିଆନ ପ୍ରିମିୟର ଲିଗରେ ପ୍ରଥମ ମ୍ୟାଚ ଖେଳିଥିଲେ ଏବଂ ଶେଷ ୧୨ ବର୍ଷ ମଧ୍ୟରେ ସେ ୩ଟି ଦଳ ପାଇଁ ଖେଳିଛନ୍ତି । ଚହଲ ୨୦୧୩ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ମାତ୍ର ଗୋଟିଏ ମ୍ୟାଚ ଖେଳି କୌଣସି ଉଇକେଟ ନେଇପାରି ନ ଥିଲେ। ଏହା ପରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ୮ଟି ସିଜିନ୍ ଖେଳିଥିଲେ। ଚହଲ ଆଇପିଏଲରେ ଆରସିବି ପାଇଁ ୧୧୩ ମ୍ୟାଚ ଖେଳିଥିଲେ, ଏଥିରେ ସେ ୧୩୯ ଉଇକେଟ ନେଇଥିଲେ ।
୨୦୨୨ରେ, ଲେଗ ସ୍ପିନ ଯାଦୁଗର ଚହଲ ରାଜସ୍ଥାନ ରୟାଲ୍ସରେ ପ୍ରବେଶ କରିଥିଲେ। ଚହଲ ବର୍ତ୍ତମାନ ପର୍ଯ୍ୟନ୍ତ ଆରଆର ପାଇଁ ୩୯ଟି ମ୍ୟାଚ ଖେଳିଛନ୍ତି, ଏଥିରେ ତାଙ୍କ ସ୍ପିନ ବଲରେ ୬୧ ଉଇକେଟ ନେଇଛନ୍ତି।
ୟୁଜବେନ୍ଦ୍ର ଚହଲ ମଧ୍ୟ ଆଇପିଏଲରେ ପର୍ପଲ କ୍ୟାପ ବିଜେତା ହୋଇଛନ୍ତି। ସେ ୨୦୨୨ ମସିହାରେ ପ୍ରଥମ ଥର ପାଇଁ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିଲେ ଏବଂ ସେହି ସିଜନରେ ସେ ୨୭ ୱିକେଟ୍ ନେଇ ପର୍ପଲ କ୍ୟାପ୍ ଜିତିଥିଲେ । ଚହଲ ମଧ୍ୟ ଜଣେ ବୋଲର ଯିଏ ୫ ଟି ଭିନ୍ନ ସିଜିନରେ ୨୦ରୁ ଅଧିକ ୱିକେଟ୍ ନେଇଛନ୍ତି । ଚଳିତ ସିଜନରେ ସେ ଏପର୍ଯ୍ୟନ୍ତ ୧୩ ୱିକେଟ୍ ନେଇଛନ୍ତି।












Click it and Unblock the Notifications