ଆଇପିଏଲ ୨୦୨୪: ପ୍ରଚାର ପ୍ରସାର ଏକାଠି, ହେଲେ ଦଳ ଅଲଗା, ଦେଖନ୍ତୁ ଭିଡ଼ିଓ

ସାରା ଦେଶରେ ଏବେ ନିର୍ବାଚନୀ କ୍ରେଜ୍ । ପ୍ରଚାର ପ୍ରସାରର ନେତା ହାଲିଆ । ଆଉ ଏହାରି ଭିତରେ ରାତିରେ ଶୋଇଲା ବେଳକୁ ଟିକେ ଆଇପିଏଲର ମଜା । ଦକ୍ଷିଣ ଭାରତର ଏହି ଦୁଇ ପ୍ରସିଦ୍ଧ ରାଜନେତା । ଜଣେ ବିଜେପି ରାଷ୍ଟ୍ରୀୟ ଯୁବ ମୋର୍ଚ୍ଚା ସଭାପତି ତେଜସ୍ଵୀ ସୂର୍ଯ୍ୟା ଓ ସାଉଥ୍ ସିଙ୍ଘମ ଭାବରେ ପରିଚିତି ଆନ୍ନାମଲାଇ ।

ତେଜସ୍ଵୀ ସୂର୍ଯ୍ୟା ଗତଥର ୨୦୧୯ ଲୋକସଭା ଆସନରେ କଂଗ୍ରେସର ବରିଷ୍ଠ ନେତା ବି କେ ହରି ପ୍ରସାଦଙ୍କୁ ସାଢ଼େ ତିନି ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରିଥିଲେ । ଆଉ ଏବେ ବି ତାଙ୍କର ଫୁଲ କ୍ରେଜ ରହିଛି। ସେହିପରି ଆନ୍ନାମଲାଇ ସାଉଥ୍ ସିଂଘମ ଭାବରେ ଜଣାଶୁଣା । ସେ ବାଙ୍ଗାଲୋରର ଡିସିପି ମଧ୍ୟ ଥିଲେ । ସେ ଏବେ ତାମିଲନାଡୁ ବିଜେପିର ସଭାପତି ଅଛନ୍ତି ।

Tejasvi Surya and Annamalai

ତେବେ ଦେଶରେ ଚାଲିଥିବା ଆଇପିଏଲ କୁ ନେଇ ଜଣେ ଜାତୀୟ ଗଣମାଧ୍ୟମ ସଂସ୍ଥାର ରିପୋର୍ଟର ଦୁହିଁଙ୍କୁ ପଚାରିଥିଲେ ଆପଣ କୋଉ ଟିମକୁ ପସନ୍ଦ କରନ୍ତି । ଆଉ ଜବାବ ଆସିଥିଲା ଭାରି ମଜାଳିଆ । ତେଜସ୍ଵୀ ସୂର୍ଯ୍ୟାଙ୍କୁ ପଚାର ଯାଇଥିଲା କୋଉ ଟିମ ଆପଣଙ୍କ ପସନ୍ଦ, ବେଙ୍ଗାଲୁରୁ ନା ଚେନ୍ନାଇ । ସେ କହିଥିଲେ ବେଙ୍ଗାଲୁରୁ । ସେହିପରି ଆନ୍ନାମଲାଇ କହିଥିଲେ ଧୋନୀଙ୍କ ଶେଷ ସିଜିନ, ପରି ଶେଷରେ ଚେନ୍ନାଇ ବୋଲି କହିଥିଲେ । ଆଉ ସମ୍ବର କଥା ପଚାରିବାରୁ ତେଜସ୍ଵୀ ସୂର୍ଯ୍ୟା ଓ ଆନ୍ନାମଲାଇ ମଜାଳିଆ ଉତ୍ତର ଦେଇଥିଲେ ।

ଆଇପିଏଲର ଚଳିତ ସିଜିନ ବିଷୟରେ କହିବାକୁ ଗଲେ ରାଜସ୍ଥାନ ରୟାଲ୍ସ ଶୀର୍ଷ ନମ୍ବରରେ ଅଛି । ରାଜସ୍ଥାନରେ ୧୬ ପଏଣ୍ଟ ରହିଛି । ଏହା ପରେ କୋଲକାତା ନାଇଟ ରାଇଡର୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ଯଥାକ୍ରମେ ୧୨-୧୨ ପଏଣ୍ଟ ସହ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଅଛନ୍ତି। ତା'ପରେ ଚେନ୍ନାଇ ସୁପର କିଙ୍ଗ୍ସ ୧୦ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ଅଛି ।

ସନରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ ରାଜଧାନୀ ଯଥାକ୍ରମେ ୧୦-୧୦ ପଏଣ୍ଟ ସହ ପଞ୍ଚମ ଏବଂ ଷଷ୍ଠ ସ୍ଥାନରେ ଅଛନ୍ତି । ଗୁଜରାଟ ଟାଇଟାନ୍ସ ୮ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଛି ।। ତା'ପରେ ପଞ୍ଜାବ କିଙ୍ଗସ, ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଯଥାକ୍ରମେ ୬-୬ ପଏଣ୍ଟ ସହ ଅଷ୍ଟମ, ନବମ ଏବଂ ଦଶମ ସ୍ଥାନରେ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+