IPL 2024: କେକେଆର୍ ବିଜୟ ପରେ ଶାହାରୁଖ-ଗୌରୀଙ୍କ ଖାସ ନିଆରା ଅନ୍ଦାଜ୍, ଟ୍ରଫି ଧରି ଦେଲେ ପୋଜ୍
IPL 2024: କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ସନରାଇଜର୍ସ ହାଇଦ୍ରାବାଦ (SRH) କୁ ପରାସ୍ତ କରି ଆଇପିଏଲ୍ 2024 ଟ୍ରଫି ଜିତିଛି । ଦଳର ଏହି ଐତିହାସିକ ବିଜୟ ପରେ ବଲିଉଡର କିଙ୍ଗ ଖାନ ଅର୍ଥାତ୍ ଶାହାରୁଖ ଖାନ ପାଦ ଆଉ ତଳେ ଲାଗୁ ନାହିଁ । ନିଜ ପରିବାର ସହ ଏହି ଖାସ ମୁହୁର୍ତ୍ତକୁ ସେଲିବ୍ରେଟ୍ କରିଥିଲେ କିଙ୍ଗ୍ ଖାନ । ଚେନ୍ନାଇରେ ଏହି ବିଜୟ ଉତ୍ସବ ପାଳନ କରିବାକୁ ଶାହାରୁଖ କେକେଆର ଖେଳାଳିଙ୍କ ସହ ପଡ଼ିଆରେ ନଜର ଆସିଥିଲେ ।
ଭାଇରାଲ ହୋଇଥିବା ଫଟୋରେ ଶାହାରୁଖ ଖାନ ଟ୍ରଫି ଧରି କେକେଆର ଖେଳାଳିଙ୍କ ସହ ପୋଜ୍ ଦେଉଥିବାର ନଜର ଆସୁଛନ୍ତି। ନିକଟରେ ଗରମ ଏବଂ ଡିହାଇଡ୍ରେସନ୍ କାରଣରୁ ଶାହାରୁଖ ଖାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା। ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ କିଙ୍ଗ ଖାନ ସିଧା ନିଜ ଟିମକୁ ଉତ୍ସାହିତ କରିବା ପାଇଁ ଚେନ୍ନାଇରେ ପହଞ୍ଚିଥିଲେ ଏଥର ତାଙ୍କ ସହ ପତ୍ନୀ ଗୌରୀ ଖାନ ମଧ୍ୟ ନଜର ଆସିଥିଲେ ।

କେକେଆର୍ ଅଧିନାୟକ ଶ୍ରେୟସ୍ ଆୟର ଏବଂ ଅନ୍ୟ ପ୍ଲେୟାର ମାନଙ୍କ ସହ ଫଟୋ କ୍ଲିକ୍ କରିବା ପରେ ଶାହାରୁଖ 10 ବର୍ଷ ପୂର୍ବେ KKR ଜିତିବା ପରେ କ୍ଲିକ୍ କରିଥିବା ଫଟୋ ଷ୍ଟାଇଲକୁ ଦୋହରାଇଥିଲେ । 10 ବର୍ଷ ପୂର୍ବେ ଶାହାରୁଖ ଏବଂ ଗୌରୀ ଏକାଠି ଆଇପିଏଲ୍ କପ୍ ସହିତ ପୋଜ୍ ଦେଇଥିଲେ । ଇନଷ୍ଟାଗ୍ରାମରେ ଫଟୋ ସେୟାର କରିବାବେଳେ ଗୌରୀ ଲେଖିଛନ୍ତି, "ବିଜେତା" ।












Click it and Unblock the Notifications