IPL 2024: ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଲାଗିଲା ଝଟକା, ଦଳରୁ ଆଉଟ୍ ହେଲେ ଶିଭମ୍ ମାଭି
IPL 2024: ଆଇପିଏଲ୍ ୨୦୨୪ରେ ମଙ୍ଗଳବାର ସନ୍ଧ୍ୟାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ (LSG) ମଧ୍ୟରେ ଏକ ମ୍ୟାଚ୍ ଖେଳାଯାଇଥିଲା ।ଯେଉଁଥିରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ୨୮ ରନ୍ ବ୍ୟବଧାନରେ ମ୍ୟାଚ୍ ଜିତିଥିଲା । ହେଲେ ଏବେ ଦଳକୁ ଝଟକା ଲାଗିଛି । ଲକ୍ଷ୍ନୌ ସୁପର ଜାଏଣ୍ଟସର ଷ୍ଟାର ଫାଷ୍ଟ ବୋଲର ଶିଭମ୍ ମାଭି ଆହତ ହୋଇଛନ୍ତି ଏବଂ ଆପିଏଲ ୧୭ ତମ ସିଜିନରୁ ବାଦ୍ ପଡିଛନ୍ତି । ଏନେଇ ଲକ୍ଷ୍ନୌ ସୁପର ଜାଏଣ୍ଟସ ପକ୍ଷରୁ ଏକ ଭିଡିଓ ସେୟାର କରି ସୂଚନା ଦିଆଯାଇଛି ।

ସୂଚନାଥାଉ ଯେ, ୨୫ ବର୍ଷୀୟ ଶିବମ ମାଭିଙ୍କୁ ଲକ୍ଷ୍ନୌ ସୁପର ଜଏଣ୍ଟସ୍ ଆଇପିଏଲ୍ ୨୦୨୪ ନିଲାମରେ ୬.୪ କୋଟି ଟଙ୍କାରେ କିଣିଥିଲେ। ରିପୋର୍ଟ ଅନୁଯାୟୀ, ମାଭି ମ୍ୟାଚ୍ ଆରମ୍ଭରୁ ସମ୍ପୂର୍ଣ୍ଣ ଫିଟ୍ ନଥିଲେ ଏବଂ ସେଥିପାଇଁ ସେ ଚଳିତ ସିଜନରେ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ଖେଳି ନାହାଁନ୍ତି, ଏବଂ ଶେଷରେ ମାଭି ଦଳ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ଲକ୍ଷ୍ନୌ ଫ୍ରାଞ୍ଚାଇଜ୍ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛି। ଏହି ଭିଡିଓରେ ଶିଭମ୍ ମାଭିଙ୍କୁ କ୍ୟାମ୍ପ ଛାଡୁଥିବାର ଦେଖିବା ପାଇଁ ମିଳୁଛି ।
You'll come back stronger, Shivam. And we're with you all the way. 💙 pic.twitter.com/zYSs3URV1p
— Lucknow Super Giants (@LucknowIPL) April 3, 2024
୨୦୧୮ ମସିହାରେ ଅଣ୍ଡର -୧୯ ବିଶ୍ୱକପରେ ନିଜର ବିସ୍ଫୋରକ ବୋଲିଂ ସହିତ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଶିଭମ୍ । ସେ ଦେଶ ପାଇଁ ୬ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ବେଳେ IPLରେ ୩୨ଟି ମ୍ୟାଚ୍ ଖେଳିଛନ୍ତି । ମାଭି ଦୀର୍ଘ ସମୟ ଧରି କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଆପିଏଲ ଖେଳିଥିଲେ । ରିପୋର୍ଟ ଅନୁସାରେ, ମାଭି ୧୪୦ କିଲୋମିଟର ବେଗରେ ବୋଲିଂ କରିଥାନ୍ତି ।
ଚଳିତ ବର୍ଷ ସିଜିନ୍ ଆରମ୍ଭରୁ ହିଁ ଲକ୍ଷ୍ନୌ ସୁପର ଜାଏଣ୍ଟସ ଖେଳାଳୀଙ୍କୁ ନେଇ ଆହତ ସମସ୍ୟା ଲାଗି ରହିଛି । ଦ୍ରୁତ ବୋଲର ମହମ୍ମଦ ସାମି ମଧ୍ୟ ଆହତ ପାଇଁ ସିଜିନରୁ ବାଦ୍ ପଡିଛନ୍ତି । ଏହାପରେ ଦଳର ଅଧିନାୟକ କେଏଲ ରାହୁଲ ମଧ୍ୟ ଆହତ ସମସ୍ୟା ପାଇଁ ପଞ୍ଜାବ କିଙ୍ଗସ୍ ବିପକ୍ଷ ମ୍ୟାଚରେ ଅଧିନାୟକତ୍ୱ କରିନଥିଲେ ।












Click it and Unblock the Notifications