ଆଇପିଏଲ 2024: ଆଜି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବନାମ ଗୁଜରାଟ ଟାଇଟାନ୍ସ
ଆଇପିଏଲ 2024 ର 52 ତମ ମ୍ୟାଚ୍ ରେ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଶନିବାର, ମେ 4 ରେ ବେଙ୍ଗାଲୁରୁରେ ଗୁଜରାଟ ଟାଇଟାନ୍ସ (ଜିଟି) କୁ ଭେଟିବ । ଦୁଇ ଦଳ ମଧ୍ୟରେ ଏହି ରୋମାଞ୍ଚକର ମ୍ୟାଚ୍ ସନ୍ଧ୍ୟା 7:30 ରେ ଆରମ୍ଭ ହେବ । ହାଇ-ଭୋଲଟେଜ୍ ମ୍ୟାଚ ପୂର୍ବରୁ, ଆସନ୍ତୁ ଆଜିର ସର୍ବୋତ୍ତମ ଡ୍ରିମ୍ -11 ଦଳ ଉପରେ ନଜର ପକାଇବା ।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଏଣ୍ଟ ଟେବୁଲରେ ଶେଷରେ । କାରଣ ସେମାନେ ଏହି ସିଜିନରେ 10 ଟି ମ୍ୟାଚ ମଧ୍ୟରୁ କେବଳ ତିନୋଟି ଜିତିଛନ୍ତି । ସେମାନେ ଗୁଜୁରାଟ ଟାଇଟାନ୍ସ ବିପକ୍ଷ ଶେଷ ମ୍ୟାଚକୁ ନଅ ୱିକେଟରେ ଜିତିଥିଲେ ଏବଂ ବିଜୟ ଧାରା ଜାରି ରଖିବାକୁ ଚେଷ୍ଟା କରିବେ । ଅନ୍ୟପକ୍ଷରେ ଜିଟି, 10 ଟି ମ୍ୟାଚରୁ ଚାରିଟି ବିଜୟ ସହିତ ପଏଣ୍ଟ ଟେବୁଲରେ ଅଷ୍ଟମ ସ୍ଥାନରେ ରହିଛି ।

ହେଡ୍ ଟୁ ହେଡ୍ ରେକର୍ଡ
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ଗୁଜୁରାଟ ଟାଇଟାନ୍ସର ହେଡ-ଟୁ-ରେକର୍ଡ ବିଷୟରେ କହିବାକୁ ଗଲେ ଉଭୟ ଦଳ ଚାରିଥର ମୁହାଁମୁହିଁ ହୋଇଛନ୍ତି ଏବଂ ଉଭୟ ଦୁଇଟି ମ୍ୟାଚ ଜିତିଛନ୍ତି । ଏହି ଦୁଇ ଦଳ ମଧ୍ୟରେ ଶେଷ ମ୍ୟାଚ୍ ଆରସିବି ନଅ ୱିକେଟ୍ ଜିତିଥିଲା ।
ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ପିଚ୍
ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମର ପିଚ୍ ବ୍ୟାଟିଂ ପାଇଁ ସ୍ୱର୍ଗଠାରୁ କମ୍ ନୁହେଁ। ଏହି ଗ୍ରାଉଣ୍ଡରେ ବୋଲରମାନଙ୍କ ପାଇଁ ବହୁତ କିଛି ନାହିଁ । ଡେଥ୍ ଓଭରରେ ଦ୍ରୁତ ବୋଲରମାନେ ଗୁରୁତ୍ୱପୂର୍ଣ୍ଣ ଯେଉଁଠାରେ ସେମାନେ କିଛି ୱିକେଟ୍ ନେବାକୁ ସକ୍ଷମ ଅଟନ୍ତି । ଏଠାରେ ଖେଳାଯାଇଥିବା ଶେଷ ଆଇପିଏଲ୍ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ହୋଇଥିଲା, ଯେଉଁଠାରେ 10 ୱିକେଟ୍ ହରାଇ ମୋଟ 549 ରନ୍ ସ୍କୋର କରାଯାଇଥିଲା। ଏହି ଗ୍ରାଉଣ୍ଡରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର 93 ଟି ମ୍ୟାଚ ମଧ୍ୟରୁ 46 ଟି ଜିତିଛି ।
RCB ବନାମ GT ସମ୍ଭାବ୍ୟ ଏକାଦଶ
ଆରସିବି ଟିମ୍: ବିରାଟ କୋହଲି, ଫାଫ୍ ଡୁ ପ୍ଲେସିସ୍ (ଅଧିନାୟକ), ୱିଲ୍ ଜ୍ୟାକ୍, ରଜତ ପାଟିଦାର, କ୍ୟାମେରନ୍ ଗ୍ରୀନ୍, ଦୀନେଶ କାର୍ତ୍ତିକ (ୱିକେଟ୍ କିପର), ଗ୍ଲେନ୍ ମ୍ୟାକ୍ସୱେଲ, କର୍ଣ୍ଣ ଶର୍ମା, ମହମ୍ମଦ ସିରାଜ, ୟଶ ଦିନଲ, ସ୍ଵପ୍ନିଲ ସିଂ, ମହିପାଲ ଲୋମୋର












Click it and Unblock the Notifications