କୋଲକାତା ପାଇଁ ହାଇଦ୍ରାବାଦ ଦେଲା ୧୬୦ ରନର ବିଜୟ ଲକ୍ଷ୍ୟ

ଅହମଦାବାଦ୍‌: ଆଇପିଏଲ କ୍ୱାଲିଫାୟର-୧ ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ(କେକେଆର) ଏବଂ ସନ୍ ରାଇଜର୍ସ ହାଇଦ୍ରାବାଦ୍‌(ଏସଆରଏଚ) ମୁହାଁମୁହିଁ ହୋଇଛନ୍ତି । ଅହମଦାବାଦ୍‌ର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ସନ୍ ରାଇଜର୍ସ ହାଇଦ୍ରାବାଦ୍ ଅଧିନାୟକ ପ୍ୟାଟ୍ କମିନ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ।

ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ ରାଇଡର୍ସ ସମ୍ମୁଖରେ ୧୬୦ ରନର ବିଜୟ ଲକ୍ଷ୍ୟ ରଖିଛି । ହାଇଦ୍ରାବାଦର ଦୁଇ ଷ୍ଟାର ଓପନର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଫେଲ ମାରିଥିଲେ । ଚଳିତ ସଂସ୍କରଣରେ ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ବିସ୍ଫୋରକ ବ୍ୟାଟିଂ ଦଳର ବିଜୟରେ ମୂଖ୍ୟ କାରଣ ସାଜୁଥିଲା । ଟ୍ରେଭିସ ହେଡ ଖାତା ଖୋଲି ନ ପାରି ଓ ଅଭିଷେକ ଶର୍ମା ୩ ରନ କରି ଆଉଟ ହୋଇଥିଲେ ।

kkr vs srh

ରାହୁଲ ତ୍ରିପାଠୀ(୫୫), ହେଇନରିକ କ୍ଲାସେନ (୩୨) ଓ ପ୍ୟାଟ କୁମିନ୍ସ ୩୦ ରନର ଇନିଂସ ଖେଳିବା ଯୋଗୁ ଦଳ ୧୫୦ରୁ ଊର୍ଦ୍ଧ୍ୱ ସ୍କୋର କରିପାରିଥିଲା । ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁ ଦଳ ୧୯.୩ ଓଭରରେ ୧୫୯ ରନ କରି ଅଲଆଉଟ ହୋଇ ଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+