IPL 2024: କେକେଆରକୁ ଆଇପିଏଲ ଫାଇନାଲ ଟିକେଟ୍, ସନରାଇଜର୍ସକୁ ୮ ଉଇକେଟରେ ହରାଇଲା କେକେଆର
ଆଇପିଏଲ ଫାଇନାଲରେ କେକେଆର । ସନରାଇଜର୍ସକୁ ଏକ ତରଫା ଭାବରେ ହରାଇ କେକେଆର ଆଇପିଏଲ ୨୦୨୪ର ଫାଇନାଲରେ ପ୍ରବେଶ କରିଛି । କୋଲକାତା ୮ ଉଇକେଟରେ ହାଇଦ୍ରାବାଦକୁ ପରାଜୟ କରିଛି ।
କେକେଆର୍କୁ ୧୬୦ ରନ୍ର ଟାର୍ଗେଟ ଦେଇଥିଲା ହାଇଦ୍ରାବାଦ । ଏହାର ଜବାବରେ କୋଲକାତା ୮ ଉଇକେଟରେ ହାଇଦ୍ରାବାଦକୁ ପରାଜୟ କରିଛି । ତେବେ ପ୍ରଥମ କ୍ୱାଲିଫାୟରରେ ପରାଜୟ ସତ୍ତ୍ୱେ ଦଳ ପାଖରେ ଆଉ ଏକ ସୁଯୋଗ ରହିବ। ଦଳକୁ କ୍ୱାଲିଫାୟର ୨ ଖେଳିବାକୁ ହେବ।
ଟସ୍ ଜିତି ବ୍ୟାଟିଂ କରିବାକୁ ଓହ୍ଲାଇଥିବା ହାଇଦ୍ରାବାଦ ଟିମ୍ର ଆରମ୍ଭ ବହୁତ ଖରାପ ଆରମ୍ଭ କରିଥିଲା । ଦଳ ୩୯ ରନ୍ରେ ୪ ଉଇକେଟ ହରାଇଥିଲା। ଏହାପରେ ରାହୁଲ ତ୍ରିପାଠୀ ୩୫ ବଲ୍ରେ ୫୫ ଏବଂ ହେନରିକ କ୍ଲାସେନ ୨୧ ବଲ୍ରେ ୩୨ ରନ୍ର ଇନିଂସ ଖେଳି ଦଳକୁ ୧୫୯ ରନ୍ର ସମ୍ମାନଜନକ ସ୍କୋର ପର୍ଯ୍ୟନ୍ତ ପହଞ୍ଚାଇଥିଲେ ।
ଉଭୟ ଖେଳାଳିଙ୍କ ମଧ୍ୟରେ ୫ମ ଉଇକେଟ ପାଇଁ ୩୭ ବଲ୍ରେ ୬୨ ରନ୍ର ଭାଗିଦାରୀ ହୋଇଥିଲା। ଶେଷରେ କମିନ୍ସ ୩୦ ରନ୍ କରିଥିଲେ । ଏହାଛଡ଼ା ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ୨୦ ରନ୍ କରିପାରି ନ ଥିଲେ ।

ଅପରପକ୍ଷେ କେକେଆର୍ ବୋଲରମାନେ ଜବରଦସ୍ତ ବୋଲିଂ କରିଥିଲେ । ଷ୍ଟାର୍କ ସର୍ବାଧିକ ୩ ଉଇକେଟ ନେଇଥିଲେ । ସେହିଭଳି କେକେଆର୍ ବ୍ୟାଟ୍ସମ୍ୟାନ୍ ଭାବେ ଶ୍ରେୟସ ୨୪ ବଲ୍ରେ ୫୮ ରନ୍(ଅପରାଜିତ) ଏବଂ ଭେଙ୍କଟେଶ ଆୟର ୨୮ ବଲ୍ରେ ୫୧ ରନ୍ କରିଥିଲେ ।
ପ୍ରଥମ କ୍ୱାଲିଫାୟରରେ କୋଲକାତା ଏବଂ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଥିଲେ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଏହି ମୁକାବିଲାରେ ହାଇଦ୍ରାବାଦ ଅଧିନାୟକ ପ୍ୟାଟ୍ କମିନ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ।
କ୍ଵାଲିଫାୟରରେ ପରାଜିତ ଟିମ୍ ଏଲିମିନେଟର ମ୍ୟାଚର ବିଜେତା ଟିମ ସହ ଦ୍ୱିତୀୟ କ୍ୱାଲିଫାୟାର ଖେଳିବେ । ଏଲିମିନେଟର ମ୍ୟାଚ ବେଙ୍ଗାଳୁରୁ-ରାଜସ୍ଥାନ ମଧ୍ୟରେ ଖେଳାଯିବ । ଦ୍ୱିତୀୟ କ୍ୱାଲିଫାୟାରର ବିଜେତା ସହ ପ୍ରଥମ କ୍ୱାଲିଫାୟରର ବିଜେତା ସିହ ଫାଇନାଲ ଖେଳିବ ।












Click it and Unblock the Notifications