IPL 2024: ଅରେଞ୍ଜ କ୍ୟାପ ରେସ୍ରେ କିଏ ଆଗରେ ? କାହା ମୁଣ୍ଡରେ ପର୍ପଲ କ୍ୟାପ ?
ଆଇପିଏଲରେ ସବୁ ଦିନ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳୁଛି । ଆଇପିଏଲରେ ମ୍ୟାଚ ସଂଖ୍ୟା ବଢିବା ସହିତ ଅରେଞ୍ଜ ଏବଂ ପର୍ପଲ କ୍ୟାପ ରେସ୍ ଅଧିକ ଆକର୍ଷଣୀୟ ହେବାରେ ଲାଗିଛି ।
ବିରାଟ କୋହଲି ଅରେଞ୍ଜ କ୍ୟାପ ରେସ୍ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ପର୍ପଲ କ୍ୟାପ ରେସରେ ମୁସ୍ତଫିଜୁର ରେହମାନ ଆଗରେ ଅଛନ୍ତି । ବିରାଟ ୩୧୬ ରନ କରିଥିବା ବେଳେ, ମୁସ୍ତଫିଜୁର ୯ ଟି ୱିକେଟ ନେଇଛନ୍ତି ।
ବର୍ତ୍ତମାନ ପର୍ଯ୍ୟନ୍ତ ଅରେଞ୍ଜ କ୍ୟାପ ରେସ୍ରେ ଶ୍ରେଷ୍ଠ-୫ ବ୍ୟାଟ୍ସମ୍ୟାନ ଭାରତୀୟ ଥିଲେ । କିନ୍ତୁ ବର୍ତ୍ତମାନ ବିଦେଶୀ ଖେଳାଳି ଶ୍ରେଷ୍ଠ-୫ରେ ପ୍ରବେଶ କରି ଏକ ନୂଆ ମୋଡ଼ ଆଣିଛନ୍ତି । ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗ୍ସର ଦ୍ରୁତ ବୋଲର ଅର୍ଶଦୀପ ସିଂ ପର୍ପଲ କ୍ୟାପ ରେସ୍ରେ ଯୋଗ ଦେଇଛନ୍ତି।
କୋହଲି ଏପର୍ଯ୍ୟନ୍ତ ୫ ମ୍ୟାଚ୍ରେ ୧୦୫.୩୩ ହାରରେ ୩୧୬ ରନ ସଂଗ୍ରହ କରିଛନ୍ତି ଏବଂ ଷ୍ଟ୍ରାଇକ ରେଟ୍ ୧୪୬.୩୦ ରହିଛି। ସେ ଗୋଟିଏ ଶତକ ଏବଂ ୨ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେହିପରି ତାଲିକାର ଦ୍ୱିତୀୟ ସ୍ଥାନରେଗୁଜରାଟ ଟାଇଟାନ୍ସର ସାଇ ସୁଦର୍ଶନ ଅଛନ୍ତି । ୫ଟି ମ୍ୟାଚରେ ସୁଦର୍ଶନ ୧୯୧ ରନ ସଂଗ୍ରହ କରିଛନ୍ତି ।

ସନରାଇଜର୍ସ ହାଇଦ୍ରାବାଦର ବିସ୍ଫୋରକ ବ୍ୟାଟ୍ସମ୍ୟାନ ହେନ୍ରିଚ କ୍ଲାସେନ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ କ୍ଲାସେନ ବହୁତ ବଡ ଇନିଂସ ଖେଳିପାରି ନ ଥିଲେ, କିନ୍ତୁ ସେ ଅରେଞ୍ଜ କ୍ୟାପ ରେସ୍ରେ ନିଜକୁ ତିନି ନମ୍ବର ସ୍ଥାନ ଅଧିକାର କରିଛନ୍ତି। ତା'ପରେ ହାଇଦ୍ରାବାଦର ହେନ୍ରିଚ କ୍ଲାସେନ ୧୮୬ ରନ ସହ ତୃତୀୟ ସ୍ଥାନରେ ଅଛନ୍ତି । ରିୟାନ ପାରାଗ ୧୮୫ ରନ ସହ ଚତୁର୍ଥ ସ୍ଥାନରେ ଏବଂ ଶୁବମାନ ଗିଲ ୧୮୩ ରନ ସହ ପଞ୍ଚମ ସ୍ଥାନରେ ରହିଛନ୍ତି ।
ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ କିଙ୍ଗ୍ସର ଦ୍ରୁତ ବୋଲର ଅର୍ଶଦୀପ ସିଂ ୪ ଉଇକେଟ ନେଇଥିଲେ, ପରେ ସେ ପର୍ପଲ କ୍ୟାପ ରେସ୍ରେ ଯୋଗ ଦେଇଛନ୍ତି । ପଞ୍ଜାବ କିଙ୍ଗ୍ସର ପେସର୍ ତୃତୀୟ ସ୍ଥାନ ଅଧିକାର କରିଛି । ଏହି ତାଲିକାରେ ଚେନ୍ନାଇ ସୁପର କିଙ୍ଗ୍ସର ମୁସ୍ତଫିଜୁର ରହମାନ ୯ ଉଇକେଟ ନେଇ ଶୀର୍ଷ ସ୍ଥାନରେ ଅଛନ୍ତି ।
ରାଜସ୍ଥାନ ରୟାଲ୍ସ ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ ପଞ୍ଜାବର ଦ୍ରୁତ ବୋଲର ଅର୍ଶଦୀପ ସିଂ ଯଥାକ୍ରମେ ୮-୮ ଉଇକେଟ ନେଇ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଅଛନ୍ତି। ତା'ପରେ ଦିଲ୍ଲୀର ଖଲିଲ ଅହମ୍ମଦ ୭ ଉଇକେଟ ନେଇ ଚତୁର୍ଥ ସ୍ଥାନରେ ଏବଂ ପଞ୍ଜାବ କିଙ୍ଗ୍ସର କାଗିସୋ ରାବାଡା ପଞ୍ଚମ ସ୍ଥାନରେ ଅଛନ୍ତି । ରାବାଡା ୭ ଉଇକେଟ ନେଇଛନ୍ତି ।












Click it and Unblock the Notifications