ଆଇପିଏଲ ୨୦୨୪: ଅରେଞ୍ଜ କ୍ୟାପ୍ ରେସରେ ଆଗରେ ବିରାଟ କୋହଲି, ପର୍ପଲ କ୍ୟାପ୍ ରେସରେ ବୁମ୍ରା ଶୀର୍ଷରେ
ଆଇପିଏଲ ୨୦୨୪ର ୪୬ ତମ ମ୍ୟାଚ ପରେ ଅରେଞ୍ଜ କ୍ୟାପ୍ ରେସ୍ ଏବେ ଆକର୍ଷଣୀୟ ହୋଇପଡିଛି । ୪୬ ତମ ମ୍ୟାଚରେ ଋତୁରାଜ ଗାଇକ୍ୱାଡ ୯୮ ରନର ଇନିଂସ ଖେଳିଥିଲେ । ଆଉ ଦ୍ବିତୀୟ ସ୍ଥାନକୁ ଆସିଥିଲେ ଋତୁରାଜ । ବର୍ତ୍ତମାନ ଏହି ତାଲିକାରେ ଗାଇକ୍ୱାଡ ଦ୍ୱିତୀୟ ସ୍ଥାନରେ ଏବଂ ବିରାଟ କୋହଲି ପ୍ରଥମ ସ୍ଥାନରେ ଅଛନ୍ତି ।
ବିରାଟ କୋହଲି ୧୦ ଟି ମ୍ୟାଚରୁ ୫୦୦ ରନ ସ୍କୋର୍ କରିଛନ୍ତି । ଋତୁରାଜ ଗାଇକୱାଡ଼ ୦୯ ଟି ମ୍ୟାଚରେ ୪୪୭ ରନ ସ୍କୋର କରିଛନ୍ତି। ସାଇ ସୁଦର୍ଶନ ୪୧୮ ରନ ସ୍କୋର କରିଛନ୍ତି । ସଞ୍ଜୁ ସାମସନ୍ ୩୮୫ ରନ ସ୍କୋର କରିଛନ୍ତି । କେ ଏଲ୍ ରାହୁଲ୍ ୩୭୮ ରନ ସ୍କୋର କରିଛନ୍ତି ।

ସେହିପରି ଆଇପିଏଲ ୨୦୨୪ର ୪୬ତମ ମ୍ୟାଚ ପରେ ଚେନ୍ନାଇ ସୁପର କିଙ୍ଗ୍ସର ଦୁଇ ଖେଳାଳି ପର୍ପଲ କ୍ୟାପ ରେସ୍ରେ ଶ୍ରେଷ୍ଠ ପାଞ୍ଚ ସ୍ଥାନରେ ଅଛନ୍ତି ।
ଜସପ୍ରୀତ ବୁମ୍ରା ୧୪ ଉଇକେଟ୍ ନେଇ ପ୍ରଥମ ସ୍ଥାନରେ ଥିବାବେଳେ ୧୪ ଉଇକେଟ୍ ନେଇ ମିସ୍ତାଫିଜୁର ରେହମାନ୍ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେହିପରି ୧୪ ଉଇକେଟ୍ ନେଇ ହର୍ଷଲ ପଟେଲ ବର୍ତ୍ତମାନ ତିନି ନମ୍ବରରେ ପହଞ୍ଚିଛନ୍ତି । ୧୩ ଉଇକେଟ୍ ନେଇ ମାଥିସା ପାଥିରାନା ଚତୁର୍ଥ ସ୍ଥାନରେ ଅଛନ୍ତି । ଟି ନଟରାଜନ ୧୩ ଉଇକେଟ୍ ନେଇ ପଞ୍ଚମ ସ୍ଥାନରେ ଅଛନ୍ତି ।












Click it and Unblock the Notifications