ଆଇପିଏଲ ୨୦୨୪: ଅରେଞ୍ଜ କ୍ୟାପ୍ ଓ ପର୍ପଲ୍ କ୍ୟାପ୍ ରେସରେ କିଏ ଆଗରେ ?

IPL 2024: ବିରାଟ କୋହଲି ଚଳିଟ ଆଇପିଏଲରେ ଭଲ ପ୍ରଦର୍ଶନ କରୁଛନ୍ତି । ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ ସ୍କୋର କରିବା ପରେ ଅରେଞ୍ଜ କ୍ୟାପ ପାଇଁ ରେସ୍‌ରେ ଆଗୁଆ ଅଛନ୍ତି । ଦ୍ୱିତୀୟ ସ୍ଥାନରେ ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଟ୍ରାଭିସ ହେଡ ୬ ମ୍ୟାଚ୍‌ରେ ହାରାହାରି ୫୪ ରେ ୩୨୪ ରନ କରିଛନ୍ତି ।

ତେବେ ରାଜସ୍ଥାନ ରୟାଲ୍ସର ରିୟାନ ପରାଗ ଅରେଞ୍ଜ କ୍ୟାପ ରେସ୍‌ରେ ତୃତୀୟ ସ୍ଥାନରେ ଅଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ରିୟାନ ପରାଗ ୮ଟି ମ୍ୟାଚରେ ହାରାହାରି ୬୩.୬୦ରେ ୩୧୮ ରନ ସଂଗ୍ରହ କରିଛନ୍ତି। ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ ଚତୁର୍ଥ ସ୍ଥାନରେ ଅଛନ୍ତି । ଅଦ୍ୟାବଧି ସଞ୍ଜୁ ସାମସନ ୮ଟି ମ୍ୟାଚରେ ହାରାହାରି ୬୨.୮୦ରେ ୩୧୪ ରନ ସଂଗ୍ରହ କରିଛନ୍ତି।

ସେହିପରି ଅରେଞ୍ଜ କ୍ୟାପ ରେସ୍‌ଡ଼ରେ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ପଞ୍ଚମ ସ୍ଥାନରେ ଅଛନ୍ତି। ରୋହିତ ଶର୍ମା ୮ଟି ମ୍ୟାଚ୍‌ରେ ହାରାହାରି ୪୩.୨୯ରେ ୩୦୩ ରନ ସଂଗ୍ରହ କରିଛନ୍ତି ।

IPL 2024 Orange Cap and Purple Cap

ସେହିପରି ପର୍ପଲ କ୍ୟାପ ରେସ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ଜସପ୍ରୀତ ବୁମ୍‌ରା ଶୀର୍ଷରେ ଅଛନ୍ତି। ଜସପ୍ରୀତ ବୁମରା ୮ଟି ମ୍ୟାଚରେ ହାରାହାରି ୧୫.୬୯ରେ ୧୩ ୱିକେଟ ନେଇଛନ୍ତି । ଦ୍ୱିତୀୟ ସ୍ଥାନରେ ଥିବା ରାଜସ୍ଥାନ ରୟାଲ୍ସ ବୋଲର ୟୁଜବେନ୍ଦ୍ର ଚହଲଙ୍କ ନାମରେ ମଧ୍ୟ ୧୩ଟି ୱିକେଟ ଅଛି, କିନ୍ତୁ ଭଲ ହାରାହାରି ହେତୁ ବୁମ୍‌ରା ଶୀର୍ଷରେ ଅଛନ୍ତି । ପଞ୍ଜାବ କିଙ୍ଗ୍ସର ଦ୍ରୁତ ବୋଲର ହର୍ଷଲ ପଟେଲ ତୃତୀୟ ସ୍ଥାନରେ ଅଛନ୍ତି।
ହର୍ଷଲ ପଟେଲ ୮ଟି ମ୍ୟାଚରେ ହାରାହାରି ୨୧.୩୮ରେ ୧୩ ଉଇକେଟ ନେଇଛନ୍ତି । ଏହିପରି ପର୍ପଲ କ୍ୟାପ ରେସ୍‌ରେ ଟପ-୩ ବୋଲରଙ୍କ ଉଇକେଟ ସମାନ।

ତାଲିକାରେ ଚତୁର୍ଥ ସ୍ଥାନ ଅଧିକାର କରିଥିବା ମୁମ୍ବାଇ ଇଣ୍ଡିଆନ୍ସର ଜେରାଲ୍ଡ କୋଟଜୀ ୮ଟି ମ୍ୟାଚରେ ହାରାହାରି ୨୪ରେ ୧୨ଟି ଉଇକେଟ ନେଇଛନ୍ତି। ପଞ୍ଜାବ କିଙ୍ଗ୍ସର ସାମ କୁରାନ ଏବଂ ଚେନ୍ନାଇ ସୁପର କିଙ୍ଗ୍ସର ମୁସ୍ତଫିଜୁର ରହମାନ ପ୍ରତ୍ୟେକ ୧୧ଟି ଉଇକେଟ ନେଇଛନ୍ତି। ତେବେ ଆଗକୁ ଏହା ପରିବର୍ତ୍ତନ ହୋଇପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+