IPL'ଉଦଘାଟନୀ ସମାରୋହରେ ବଲିଉଡ ସେଲିବ୍ରିଟିଙ୍କ ଜଲୱା
IPL 2024 Opening Ceremony: ସାରା ବିଶ୍ୱର ନଜର ଏବେ ଆପିଏଲ୍-2024 ଉପରେ ରହିଛି । ଚଳିତ ବର୍ଷ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ । ହେଲେ ଏହା ପୂର୍ବରୁ ଏକ ଗ୍ରାଣ୍ତ ଉଦଘାଟନୀ ସମାରୋହରେର ଆୟୋଜନ କରାଯିବ । ଯେଉଁଠି ଅନେକ ବଲିଉଡ କଳାକାରଙ୍କ ସମେତ ପ୍ରସିଦ୍ଧ ଗାୟକଙ୍କୁ ମଧ୍ୟ ଦଖିବା ପାଇଁ ମିଳିବ ଯେଉଁ ମାନେ ନିଜ ଜବରଦସ୍ତ ପ୍ରଦର୍ଶନରେ ଜିଣିବେ ଲୋକଙ୍କ ମନ ।
ତେବେ ଆଉ ମାତ୍ରେ କିଛି ଘଣ୍ଟାର ଅପେକ୍ଷା ଆରମ୍ଭ ହୋଇଯିବ କ୍ରିକେଟର ମହାପର୍ବ । ଆର୍ଥାତ୍ IPL 2024 ଶୁକ୍ରବାର ଅର୍ଥାତ୍ 22 ମାର୍ଚ୍ଚ 2024ରେ ଆରମ୍ଭ ହେବା ପାଇଁ ଯାଉଛି । ଚେନ୍ନାଇ ସୁପର କିଙ୍ଗସ୍ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ । ଏହି ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍ ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ଖେଳାଯିବ ।

ହେଲେ ଏଠି ମ୍ୟାଚ୍ ପୂର୍ବରୁ ଏକ ଗ୍ରାଣ୍ତ ଉଦଘାଟନୀ ସମାରୋହର ଏକ ରଙ୍ଗୀନ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏହି ସମାରୋହ ବିଷୟରେ ଆଇପିଏଲ ଦ୍ୱାରା ଆନୁଷ୍ଠାନିକ ଭାବେ ସେଲିବ୍ରିଟିଙ୍କ ତାଲିକା ପ୍ରକାଶ କରାଯାଇଛି । ଏହି ତାଲିକାରେ ପ୍ରସିଦ୍ଧ ଅଭିନେତା ଅକ୍ଷୟ କୁମାର ଏବଂ ଭେଟେରାନ ଗାୟକ ଏ.ଆର୍ ରେହମାନଙ୍କ ନାଁ ମଧ୍ୟ ସାମିଲ ରହିଛି ।
ଚେନ୍ନାଇ ଚେପକ୍ ଷ୍ଟାଡିୟମରେ ସଂଧ୍ୟା ୬.୩୦ ମିନିଟରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଯିବ । ସେହିପରି ଜିଓ ସିନେମାରେ ଏହାର ଲାଇଭ୍ ଷ୍ଟ୍ରିମିଂ କରାଯିବା ନେଇ ସୂଚନା ରହିଛି । ତେବେ ଆଇପିଏଲ୍ ଓପିନିଂ ସେରିମନି କାର୍ଯ୍ୟକ୍ରମରେ, ଅକ୍ଷୟ କୁମାର, ଟାଇଗର ସର୍ଫ, ଗାୟକ ସୋନୁ ନିଗମ ଏବଂ ଏଆର୍ ରହମାନ ମଧ୍ୟ ନଜର ଆସିବେ ।
ସୂଚନାଥାଉ ଯେ, IPL 2023ର ଉଦଘାଟନୀ ସମାରୋହରେ ଅଭିନେତ୍ରୀ ତମନ୍ନା ଏବଂ ରଶ୍ମିକା ମନ୍ଦାନାଙ୍କ ପରି ଅଭିନେତ୍ରୀ ନିଜ ଜଲୱା ଦେଖାଇଥିଲେ ଏବଂ ଏହି ଖାସ ସଂଧ୍ୟାରେ ଚାରଚାନ୍ଦ ଲଗାଇଥିଲେ । ଏହସହ ଅରିଜିତ୍ ସିଂ ମଧ୍ୟ ନିଜ ଗୀତରେ ଏହି ସଂଧ୍ୟାକୁ ଆଉ ଟିକେ ଖାସ୍ କରିଥିଲେ ।












Click it and Unblock the Notifications