Get Updates
Get notified of breaking news, exclusive insights, and must-see stories!

ଟି-୨୦ କ୍ରିକେଟ୍‌ରେ ମାହିଙ୍କ ରେକର୍ଡ, ମୁମ୍ବାଇ ବିପକ୍ଷରେ ଲଗାତାର ତିନୋଟି ବଲରେ ତିନୋଟି ଛକା ମାରିଲେ ଧୋନୀ, ଦେଖନ୍ତୁ ଭିଡଓ

ମ୍ୟାଚ ଖେଳା ହେଉଥିଲା ମୁମ୍ୱାଇ ବନାମ ଚେନ୍ନାଇ ହେଲେ ଶୁଭିଥିଲା କେବଳ ମାହି ଆଉ ମାହି । ତିନୋଟି ବଲରେ ତିନୋଟି ଛକା ମାରି ମ୍ୟାଚ ଏପଟ ସେପଟ କରିଦେଲେ ଧୋନି । ଏହା ସହ ନୂଆ ରେକର୍ଡ ବି କଲେ ମାହି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚାରୋଟି ବଲ ଖେଳି, ଲଗାତାର ତିନୋଟି ଛକା ଓ ଡବଲ ସଂଗ୍ରହ କରିଥିଲେ।

ଟି-୨୦ ଇତିହାସରେ ଯେକୌଣସି ଦଳ ପାଇଁ ଧୋନୀଙ୍କ ଏହା ୨୫୦ ତମ ମ୍ୟାଚ ଥିଲା। ଭାରତୀୟ କ୍ରିକେଟ ଇତିହାସର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଧୋନ ଏହି ପ୍ରସଙ୍ଗରେ ପୂର୍ବତନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଅଧିନାୟକ ବିରାଟ କୋହଲିଙ୍କ ସମକକ୍ଷ ହୋଇଛନ୍ତି । ନିକଟରେ କୋହଲି ଆରସିବି ପାଇଁ ୨୫୦ମ୍ୟାଚ ଖେଳିଥିଲେ। ଏହି ଦୁଇ ଖେଳାଳିଙ୍କ ବ୍ୟତୀତ ଏପର୍ଯ୍ୟନ୍ତ କେହି ଏହି ସଫଳତା ହାସଲ କରିପାରି ନାହାନ୍ତି ।

୨୦୦୮ରେ ଆଇପିଏଲ ଆରମ୍ଭରୁ ଚେନ୍ନାଇ ସୁପର କିଙ୍ଗ୍ସ ସହିତ ଅଛନ୍ତି ମାହି। ପ୍ରଥମ ସିଜିନ ପାଇଁ ଅନୁଷ୍ଠିତ ନିଲାମରେ ସିଏସକେ ଧୋନୀଙ୍କୁ କିଣିଥିଲା । ଧୋନୀ ଏହି ଟୁର୍ଣ୍ଣାମଣ୍ଟର ସବୁଠାରୁ ସଫଳ ଅଧିନାୟକ। ତାଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ପାଞ୍ଚ ଥର ଆଇପିଏଲ ଟାଇଟଲ ଜିତିଛି । ଧୋନୀଙ୍କ ଅଧିନାୟକତ୍ୱରେ CSK ୨୦୧୦, ୨୦୧୧, ୨୦୧୮, ୨୦୨୧ ଏବଂ ୨୦୨୩ରେ ବିଜୟୀ ହୋଇଛି ।

ms Dhoni

ମଥିଶା ପାଥିରାନାଙ୍କ ରେକର୍ଡ

ଚେନ୍ନାଇ ସୁପର କିଙ୍ଗ୍ସର ଯୁବ ଦ୍ରୁତ ବୋଲର ମଥିଶା ପାଥିରାନା ଗତକାଲି ଚାରି ଓଭରରେ ୨୮ ରନ ଚାରି ଉଇିକେଟ ନେଇଥିଲେ। ଗୋଟିଏ ଇନିଂସରେ ଚାରି ଉଇକେଟ ନେଇ ସେ ସିଏସ୍‌କେ ପାଇଁ ସର୍ବକନିଷ୍ଠ ଦ୍ରୁତ ବୋଲର ହୋଇଥିଲେ। ତାଙ୍କର ବୟସ ୨୧ ବର୍ଷ ୧୧୮ ଦିନ।

ଏହାପୂର୍ବରୁ ଏହି ରେକର୍ଡ ମହିଶ୍ ତିକ୍ଷଣାଙ୍କ ନାମରେ ଥିଲା। ସେ ୨୦୨୨ରେ ଆରସିବି ବିପକ୍ଷରେ ୩୩ ରନ ଦେଇ ୪ଟି ଉଇକେଟ ନେଇଥିଲେ। ସେହି ସମୟରେ ତିକ୍ଷଣାଙ୍କ ବୟସ ୨୧ ବର୍ଷ ୨୫୪ ଦିନ ଥିଲା।

ସଫଳ ଶତକ ଅସଫଳ ରନ ଚେସ୍

ତୃତୀୟ ଥର ପାଇଁ ଜଣେ ଖେଳାଳି ଅସଫଳ ରନ ପିଛା କରି ଶତକ ହାସଲ କରିଛନ୍ତି । ଗତକାଲି ରୋହିତ ଶର୍ମା ଶତକ ପରେ ବି ମୁମ୍ବାଇ ଇଣ୍ଡିଆନସ ହାରିଥିଲେ । ଏହା ପୂର୍ବରୁ ୨୦୧୦ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିବା ୟୁସୁଫ ପଠାନ ବ୍ରାବୋର୍ନ ଷ୍ଟାଡିୟମରେ ମୁମ୍ବାଇ ବିପକ୍ଷରେ ୩୭ଟି ବଲରେ ୧୦୦ ରନ ଖେଳିଥିଲେ । ତେବେ ତାଙ୍କ ଆରଆର ଦଳ ମ୍ୟାଚ ହାରି ଯାଇଥିଲେ । ଏଥି ସହିତ ୨୦୨୧ରେ ରାଜସ୍ଥାନ ରୟାଲ୍ସର ସଞ୍ଜୁ ସାମସନ ୱାଙ୍ଖଡେରେ ପଞ୍ଜାବ କିଙ୍ଗସ ବିପକ୍ଷରେ ୬୩ ବଲରେ ୧୧୯ ରନ ଖେଳିଥିଲେ । ସଞ୍ଜୁଙ୍କ ଦଳ ମଧ୍ୟ ଏହି ମ୍ୟାଚ ହାରିଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+