ଆଇପିଏଲ: ଅଧିକ ଖେଳାଳି ରିଟେନଶନ ପାଇଁ ଅନୁରୋଧ, ଆଗାମୀ ୩ଟି ସିଜନ ମେଗା ଅକ୍ସନ
ଏଥର ଇଣ୍ଡିଆନ ପ୍ରିମିୟର ଲିଗର ମେଗା ଅକ୍ସନ ଆୟୋଜିତ ହେବ । ଆଗାମୀ ୩ଟି ସିଜନ ପାଇଁ ଫ୍ରାଂଚାଇଜରୀ ଖେଳାଳିଙ୍କୁ ଟିମରେ ନେବେ । ଇତି ମଧ୍ୟରେ ଅଧିକାଂଶ ଫ୍ରାଂଚାଇଜର ଖେଳାଳି ରିଟେନଶନ ସଂଖ୍ୟା ବଢ଼େଇବା ପାଇଁ ଅନୁରୋଧ କରିଛନ୍ତି ।
୫ରୁ୭ ଖେଳାଳିଙ୍କୁ ସେମାନେ ଦଳରେ ରଖିବା ପାଇଁ ଚାହୁଁଛନ୍ତି । ଚଳିତ ବର୍ଷ ଶେଷ ଭାଗରେ ମେଗା ଅକ୍ସନ ଆୟୋଜିତ ହେବ । ୨୦୨୧ରୁ ବିସିସିଆଇ ଓ ଆଇପିଏଲ ଆୟୋଜକ କମିଟି ସର୍ବାଧିକ ୪ ଖେଳାଳିଙ୍କୁ ଦଳରେ ରଖିପାରିବା ପାଇଁ ନେଇ ଅନୁମତି ପ୍ରଦାନ କରିଥିଲେ । ଏଥିରେ ୩ରୁ ଅଧିକ ଭାରତୀୟ ଓ ୨ରୁ ଅଧିକ ବିଦେଶୀ ଖେଳାଳି ରହିପାରିବେ ନାହିଁ ।
ଚଳିତ ମାସ ଶେଷ ଭାଗରେ ସମସ୍ତ ଫ୍ରାଂଚାଇଜରଙ୍କୁ ନେଇ ବୈଠକ ବସିବ । ଏହା ପରେ କେତେ ଖେଳାଳି ଟିମରେ ରିଟେନ କରିପାରିବେ ତାହା ଚୂଡାନ୍ତ ହେବ । ରାଇଟ ଟୁ ମ୍ୟାଚ କାର୍ଡ ମାଧ୍ୟମରେ ଗୋଟିଏ ଟିମ ଜଣେ ଖେଳାଳିଙ୍କୁ ନେଇପାରିବ । ପ୍ରକାଶିତ ରିପୋର୍ଟ ଅନୁସାରେ ଇମ୍ପାକ୍ସ ପ୍ଲେୟାର ନିୟମ ପୂର୍ବ ଭଳି ବଳବତର ରହିବ । ଟିମଗୁଡିକ ସେମାନଙ୍କ ପର୍ସରେ ଅଧିକ ଅର୍ଥ ପାଇଁ ଅନୁରୋଧ କରିଛନ୍ତି । ଏଥର ୨୦କୋଟି ବୃଦ୍ଧି କରାଯିବା ସମ୍ଭାବନା ରହିଛି ।

ପୂର୍ବରୁ ଗୋଟିଏ ଟିମ ନିଲାମୀ ପାଇଁ ୧୦୦ କୋଟି ଟଙ୍କା ପର୍ସରେ ରଖିପାରୁଥିଲା । ଏଥର ମେଗା ଅକ୍ସନରେ ସବୁ ଟିମ ଅନେକଗୁଡିଏ ପରିବର୍ତନ କରିବେ ବୋଲି ଆଶା କରାଯାଉଛି । ରୋହିତ ଶର୍ମା କେଉଁ ଟିମ ସହିତ ରହିବେ ଏବଂ ମହେନ୍ଦ୍ର ସିଂ ଧୋନୀଙ୍କ ଖେଳିବା ସମ୍ପର୍କରେ ଏବେ ବି ସସପେନ୍ସ ରହିଛି ।
ସ୍ବଦେଶରେ ପହଞ୍ଚିଲା ଟିମ୍ ଇଣ୍ଡିଆ
ସ୍ବଦେଶରେ ପହଞ୍ଚିଲା ଟିମ୍ ଇଣ୍ଡିଆ । ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛି ଦଳ । ଦୀର୍ଘ ଦିନର ବ୍ୟବଧାନ ପରେ ଟିମ୍ ଇଣ୍ଡିଆ ସ୍ବଦେଶରେ ପହଁଚିଛି । ଲୋକେ ନିଜର ପସନ୍ଦ ଯୋଗ୍ୟ ଖେଳାଳୀଙ୍କ ଫଟୋ ଧରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସବୁଠୁ ଗୋଟିଏ ଶବ୍ଦ ଇଣ୍ଡିଆ ଇଣ୍ଡିଆ। ଦିଲ୍ଲୀ ଏୟାରପୋର୍ଟ ଆଗରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି ।
ରୋହିତ ଶର୍ମା ଏବଂ ଭାରତୀୟ ଖେଳାଳିଙ୍କ ପ୍ରଥମ ଝଲକ ଟି-୨୯ ବିଶ୍ୱକପ ଟ୍ରଫି ସହିତ ପ୍ରକାଶ ପାଇଛି । ରୋହିତ ଶର୍ମାଙ୍କ ହାତରେ ଏହି ଟ୍ରଫି ଦୃଶ୍ୟମାନ ହେଉଛି । ବିମାନବନ୍ଦର ଛାଡିବାବେଳେ ସେ ଏହାକୁ ତାଙ୍କ ହାତରେ ଧରିଥିଲେ ।












Click it and Unblock the Notifications