IPL 2024 : ଆଜି ଫାଇନାଲ ମୁହାଁମୁହିଁ ହେବେ କେକେଆର୍ ଓ ଏସଆରଏଚ
ଆଜି ଆଫିଏଲ୍ ଟ୍ରଫି ଟକ୍କର। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଖେଳାଯିବା ଚଳିତ ଆଇପିଏଲ୍ ସିଜନ୍ର ଫାଇନାଲ ମୁକାବିଲା। ମୁହାଁମୁହିଁ ହେବେ ଦୁଇ ଟାଣୁଆ ଦଳ କୋଲକାତା ନାଇଟ୍ ରାଇଡର୍ସ ଓ ସନ୍ ରାଇଜର୍ସ ହାଇଦ୍ରାବାଦ।

ତୃତୀୟ ଥର ପାଇଁ କେକେଆର୍ ବିଜୟୀ ହେବା ଲକ୍ଷ୍ୟ ନେଇ ଆଜି ପଡିଆକୁ ଓହ୍ଲାଇବ। ସେହିପରି କୋଲକାତା ଠାରୁ ପ୍ରତିଶୋଧ ନେବା ଲକ୍ଷ୍ୟ ରଖି ସନ୍ ରାଇଜର୍ସ ହାଇଦ୍ରାବାଦ ଟ୍ରଫି ପାଇଁ ଲଢ଼େଇ କରିବ। ତେବେ ଏହି ଫାଇନାଲ ଫାଇଟ୍ରେ କିଏ ମାରିବ ବାଜି, କିଏ ହେବ ଚାମ୍ପିଅନ୍ ତା' ଉପରେ ସମସ୍ତଙ୍କ ନଜର ରହିଛି।
ଫାଇନାଲ ମୁକାବିଲା ପାଇଁ ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ ମଧ୍ୟ ପୂରା ପ୍ରସ୍ତୁତ ରହିଛି। ସନ୍ଧ୍ୟା ୭ଟା ୩୦ରୁ ଆଇପିଏଲ୍ର ଏହି ମହାମୁକାବିଲା ଆରମ୍ଭ ହେବ। ଏହି ମହାଲଢ଼େଇ ପାଇଁ ଦୁଇ ଦଳର ଖେଳାଳି ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି। କ୍ରିକେଟ୍ର ସବୁଦିଗରୁ ଦୁଇଟି ଯାକ ଦଳ ମହାଶକ୍ତିଶାଳୀ ହୋଇଥିବାରୁ ଫାଇନାଲ୍ ମ୍ୟାଚ୍ ବେଶ୍ ରୋମାଞ୍ଚକର ହେବା ସମ୍ଭାବନା ରହିଛି।
ହ୍ୟାଟ୍ରିକ୍ ମାରିବା ଲକ୍ଷ୍ୟ ରଖିଥିବା କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲ୍ ପଏଣ୍ଟ ଟେବୁଲର ଟପ୍ରେ ଅଛି। କ୍ୱାଲିଫାୟର-୧ ମ୍ୟାଚ୍ରେ ସନରାଇସର୍ଜ ହାଇଦ୍ରାବାଦକୁ ହରାଇ କେକେଆର୍ ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିଥିଲା। ଅନ୍ୟପଟେ ହାଇଦ୍ରାବାଦ କ୍ୱାଲିଫାୟର-୧ରେ ପରାଜିତ ହେବା ପରେ ଏଲିମିନେଟର୍ ରୂପରେ ପାଇଥିବା ଦ୍ୱିତୀୟ ସୁଯୋଗର ଭରପୂର ଫାଇଦା ଉଠାଇଥିଲା। ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି ଫାଇନାଲ୍ ଟିକେଟ୍ ଛଡ଼ାଇ ନେଇଥିଲା।












Click it and Unblock the Notifications