ଆଇପିଏଲ ଫାଇନାଲ: ଟସ୍ ଜିତି ପ୍ରଥମେ ବ୍ୟାଟିଙ୍ଗ କରିବ ସନରାଇଜର୍ସ ହାଇଦ୍ରାବାଦ
ଟସ୍ ଜିତି ପ୍ରଥମେ ବ୍ୟାଟିଙ୍ଗ କରିବ ହାଇଦ୍ରାବାଦ । ଆଇପିଏଲର ଫାଇନାଲ ମ୍ୟାଚରେ କେକେଆର୍ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଏହି ମ୍ୟାଚରେ ସଂଘର୍ଷ ଦେଖିବାକୁ ମିଳିବ । ଉଭୟ ଦଳ ସନ୍ତୁଳିତ ଏବଂ ଲିଗ୍ ପର୍ଯ୍ୟାୟରେ ବିସ୍ଫୋରକ ବ୍ୟାଟିଂ ହେବା ପରେ ଟପ୍ ଦୁଇରେ ପ୍ରବେଶ କରିଛନ୍ତି । ପଏଣ୍ଟ ଟେବୁଲରେ କେକେଆର ଶୀର୍ଷ ଦଳ ହୋଇଛି । ଫାଇନାଲ୍ ମ୍ୟାଚ୍ ରେ ମଧ୍ୟ କେକେଆର୍ ଠାରୁ ସମାନ ଆଶା ରହିବ ।

ଟ୍ରଫି ଉଠାଇବା ପାଇଁ ଉଭୟ ଅଧିନାୟକ ପ୍ୟାଟ୍ କମିନ୍ସ ଏବଂ ଶ୍ରେୟସ୍ ଆୟରଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । କେକେଆର୍ ଦୁଇଟି ଟାଇଟଲ୍ ଜିତିଛି ଏବଂ ହାଇଦ୍ରାବାଦ ପୂର୍ବରୁ ଥରେ ଫାଇନାଲ୍ ଜିତିଛି । ଉଜ୍ଜ୍ୱଳ ଖେଳାଳିଙ୍କ ଦ୍ୱାରା ସଜ୍ଜିତ ଦଳ ଚେନ୍ନାଇର ଚେପାକ୍ ଷ୍ଟାଡିୟମରେ ପରସ୍ପରକୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି ।
ଯଦି ଆମେ ଉଭୟ ଦଳ ମଧ୍ୟରେ ହେଡ୍ ଟୁ ହେଡ୍ ରେକର୍ଡ ବିଷୟରେ କଥା ହେବା, ତେବେ କୋଲକାତା ନାଇଟ୍ ରାଇଡର୍ସ ଆଗରେ ଅଛି । ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲରେ ଦୁଇ ଦଳ ମଧ୍ୟରେ ମୋଟ 27 ଟି ମ୍ୟାଚ୍ ଖେଳାଯାଇଛି । ସେଥିମଧ୍ୟରୁ କୋଲକାତା ନାଇଟ୍ ରାଇଡର୍ସ 18 ଟି ମ୍ୟାଚ୍ ଜିତିଥିବାବେଳେ ସନରାଇଜର୍ସ ହାଇଦ୍ରାବାଦ ଦଳ 9 ଟି ମ୍ୟାଚ୍ ଜିତିଛି ।
ଉଭୟ କେକେଆର୍ ଏବଂ ହାଇଦ୍ରାବାଦ ଦଳ ପ୍ରସ୍ତୁତ ହୋଇ ଆଇପିଏଲ ମ୍ୟାଚ୍ ଜିତି ଟ୍ରଫି କବଜା କରିବାକୁ ଚେଷ୍ଟା କରିବେ ।
କୋଲକାତା ନାଇଟ୍ ରାଇଡର୍ସ (ଚୁଡାନ୍ତ ଏକାଦଶ ): ରେହମାନୁଲ୍ଲା ଗୁରୁବାଜ (ୱିକେଟ କିପର), ସୁନୀଲ ନାରିନ, ଭେଙ୍କଟେଶ ଆୟର, ଶ୍ରେୟସ ଆୟର (ଅଧିନାୟକ), ରିଙ୍କୁ ସିଂ, ଆନ୍ଦ୍ରେ ରସେଲ, ରାମଣଦୀପ ସିଂ, ମିଚେଲ ଷ୍ଟାର୍କ, ବୈଭବ ଆରୋରା, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ
ସନରାଇଜର୍ସ ହାଇଦ୍ରାବାଦ ( ଚୁଡାନ୍ତ ଏକାଦଶ ): ଟ୍ରାଭିସ୍ ହେଡ୍, ଅଭିଷେକ ଶର୍ମା, ରାହୁଲ ତ୍ରିପାଠୀ, ଆଡେନ ମାର୍କ୍ରାମ, ନୀତୀଶ ରେଡ୍ଡୀ, ହେନ୍ରିଚ୍ କ୍ଲାସେନ୍ (ୱିକେଟ କିପର), ଶାହାବାଜ ଅହମ୍ମଦ, ପାଟ କମିନ୍ସ (ଅଧିନାୟକ), ଭୁବନେଶ୍ୱର କୁମାର, ଜୟଦେବ ଉନାଦକତ, ଟି ନଟରାଜନ












Click it and Unblock the Notifications