IPL Final:ଫାଇନାଲ୍ରେ ହାଇଦ୍ରାବାଦ୍ ବ୍ୟାଟର ଧରାଶାୟୀ; କୋଲକାତାକୁ ୧୧୪ ରନ୍ର ଟାର୍ଗେଟ୍
ଆଇପିଏଲ୍ ୨୦୨୪ର ଗ୍ରାଣ୍ଡ୍ ଫିନାଲେରେ ସନରାଇଜର୍ସ ହାଇଦ୍ରାବାଦ କୋଲକାତା ନାଇଟ୍ ରାଇଡର୍ସକୁ ୧୧୪ ରନ୍ ବିଜୟ ଲକ୍ଷ୍ୟ ଦେଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ୍ ୧୮.୩ ଓଭରରେ ୧୧୩ ରନ୍ରେ ଅଲଆଉଟ୍ ହୋଇଯାଇଛି ।
କେକେଆର୍ ବିପକ୍ଷରେ ଆଇପିଏଲ୍ 2024 ର ଫାଇନାଲ ମ୍ୟାଚ୍ ରେ ସନରାଇଜର୍ସ ହାଇଦ୍ରାବାଦର ବୋଲିଂ ସଂପୂର୍ଣ୍ଣ ଭାରି ପଡିଥିଲା । ଟସ୍ ଜିତିବା ଏବଂ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବା ପରେ ହାଇଦ୍ରାବାଦ ଗୋଟିଏ ପରେ ଗୋଟିଏ ୱିକେଟ୍ ହରାଇଛି ଏବଂ ପୁରା ଦଳ 113 ରନ୍ ସ୍କୋରରେ ଆଉଟ୍ ହୋଇଛି
ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ହାଇଦ୍ରାବାଦ । ଅଭିଷେକ ଶର୍ମା ମାତ୍ର ୨ ରନ୍ କରି ପ୍ୟାଭିଲିୟନ୍ ଫେରିଥିବା ବେଳେ ଦୁର୍ଦ୍ଦଶ ବ୍ୟାଟର ଟ୍ରେଭିସ ହେଡ ଖାତା ବି ଖୋଲି ପାରିନଥିଲେ । ସେହିଭଳି ରାହୁଲ ତ୍ରିପାଠୀ ମାତ୍ର ୯ ରନ କରି ଆଉଟ ହୋଇଥିଲେ ।

ପରେ ଏଡେନ୍ ମାର୍କରମ ୨୦ ରନ୍ କରି ଆଉଟ ହୋଇଥିଲା ବେଳେ ନୀତିଶ କୁମାର ରେଡ୍ଡୀ ୧୩ ରନ୍, ହେନରିଚ୍ କ୍ଲାସେନ୍ ୧୬ ରନନ, ସେହବାଜ ଅହମଦ ୮ ରନ୍, ଅବଦୁଲ ସମଦ ୪ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ଜୟଦେବ ଉନାଦକତ୍ ୪ ରନ୍ କରି ଆଉଟ ହୋଇଥିବା ବେଳେ ଅଧିନାୟକ ପାଟ୍ କମିନ୍ସ ୨୪ ରନ୍ କରି ଆଉଟ ହୋଇଥିଲେ । ଭୁବନେଶ୍ବର କୁମାର ୦ ରନ୍ କରି ନଟ୍ଆଉଟ ଥିଲେ ।
କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ପ୍ରାୟ ସମସ୍ତ ବୋଲର ଦମଦାର ପ୍ରଦର୍ଶନ କରିଥିଲେ । ହର୍ଶିତ ରାଣା ୪ ଓଭରରେ ୨୪ ରନ୍ ଦେଇ ୨ଟି ଓ୍ବିକେଟ୍ ନେଇଥିବା ବେଳେ ସୁନିଲ ନରୀନ ୪ ଓଭରରେ ୧୬ ରନ ୧ ଓ୍ବିକେଟ୍, ବରୁଣ ଚକ୍ରବର୍ତ୍ତୀ ୨ ଓଭରରେ ୯ ରନ୍ ୧ ଓ୍ବିକେଟ୍, ଆନ୍ଦ୍ରେ ରସେଲ ୨.୩ ଓଭରରେ ୧୯ ରନ୍ ୩ ଓ୍ବିକେଟ୍, ବୈଭବ ଆରୋରା ୩ ଓଭରରେ ୨୪ ରନ୍ ୧ ଓ୍ବିକେଟ ଓ ମିଚେଲ ଷ୍ଟାର୍କ ୩ ଓଭରରେ ୧୪ ରନ୍ ଦେଇ ୨ଓ୍ବିକେଟ ନେଇଥିଲେ ।












Click it and Unblock the Notifications