ଆଇପିଏଲ ୨୦୨୪: ଅନଲାଇନ ଟିକେଟ ବୁକିଂ ଆରମ୍ଭ, ସର୍ଭର ଡାଉନକୁ ନେଇ ଅସନ୍ତୁଷ୍ଟ କ୍ରିକେଟ ପ୍ରେମୀ
ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ୧୭ତମ ସଂସ୍କରଣ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଆଉ ଏଥିପାଇଁ ଅନଲାଇନ୍ ଟିକେଟ ବୁକିଂ ଆରମ୍ଭ ହୋଇଛି ।
ସିଏସକେ ଓ ଆରସିବି ମ୍ୟାଚ ପାଇଁ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚର ଟିକେଟର ମୂଲ୍ୟ ୧୭ଶହ ଟଙ୍କାରୁ ଆରମ୍ଭ ହୋଇ ୭ହଜାର ୫ଶହ ପର୍ଯ୍ୟନ୍ତ ରହିଛି । ପ୍ରଥମ ମ୍ୟାଚ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ବେଳେ ହୋଟେଲ, ଷ୍ଟାଡିୟମ ସମେତ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ହେଲେ ଅନଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ସାଇଟ କ୍ରାସ କାରଣରୁ ଅନେକ ଦର୍ଶକ ଟିକେଟ ପାଇବାରୁ ବଂଚିତ ହୋଇ ନିଜର ଅସନ୍ତୋଷ ଜାହିର କରିଛନ୍ତି ।

ଆଇପିଏଲ୍-୨୦୨୪ର ପ୍ରଥମ ପର୍ଯ୍ୟାୟ ସିଡ୍ୟୁଲ ଘୋଷଣା କରାଯାଇ ସାରିଛି । ତେବେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ପରେ ଦ୍ବିତୀୟ ପର୍ଯ୍ୟାୟ ସିଡ୍ୟୁଲ ଭାରତରେ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି। ଭାରତରେ ଲୋକସଭା ନିର୍ବାଚନ ଏପ୍ରିଲ୍ ୧୯ରୁ ଜୁନ୍ ୧ ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ କରାଯିବ। ଏହା ମଧ୍ୟରେ ଆଇପିଏଲର ଦ୍ବିତୀୟ ପର୍ଯ୍ୟାୟ ପଡୁଛି ।
ଆଇପିଏଲ ଅଧ୍ୟକ୍ଷ ଅରୁଣ ଧୁମତ ବାରମ୍ବାର କହି ଆସୁଛନ୍ତି ଯେ, ଆଇପିଏଲର ଦ୍ବିତୀୟ ପର୍ଯ୍ୟାୟର ଆୟୋଜନ ଭାରତରେ ହିଁ କରାଯିବ।
ନିର୍ବାଚନ ଭେନ୍ୟୁ ଏବଂ ତାରିଖ ପରେ ଅଇପିଏଲର ଦ୍ବିତୀୟ ପର୍ଯ୍ୟାୟର ଭେନ୍ୟୁ ଧାର୍ଯ୍ୟ କରାଯିବ।












Click it and Unblock the Notifications