IPL 2024: ଆଜି ଦୁବାଇରେ ୨୦୨୪ ଆଇପିଏଲ ନିଲାମୀ, ୩୩୩ ଖେଳାଳିଙ୍କ ଉପରେ ରହିଛି ନଜର
IPL 2024 Auction: ଆଉ କିଛି ସମୟ ମଧ୍ୟରେ ଦୁବାଇରେ ଇଣ୍ତିଆନ୍ ପ୍ରିମିୟର ଲିଗ୍ 2024 ସଂସ୍କରଣ ପାଇଁ ନିଲାମ ଡକାଯିବ । ପ୍ରଶଂସକମାନେ ଉତ୍ସାହର ସହିତ IPL 2024 ପାଇଁ ମିନି ନିଲାମକୁ ଅପେକ୍ଷା କରିଛନ୍ତି । ଆଜି ମଧ୍ୟାହ୍ନ 1 ଟାରୁ ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ମୋଟ୍ 333 ଜଣ ଖେଳାଳି ନିଲାମୀରେ ଅଂଶଗ୍ରହଣ କରିଥିବା ବେଳେ 10 ଫ୍ରାଞ୍ଚାଇଜ ଖେଳାଳି କିଣିବେ । ଏଥିପାଇଁ 1166 ଜଣ ଖେଳାଳୀଙ୍କ ନାଁ ପଞ୍ଜିକରଣ ହୋଇଛି । ସେମାନଙ୍କ ମଧ୍ୟରୁ 333 ଜଣଙ୍କୁ ନିଲାମି ପାଇଁ ଚୟନ କରାଯାଇଛି ।

ଏହି ନିଲାମରେ ମୋଟ୍ 23 ଖେଳାଳି ଅଛନ୍ତି ଯେଉଁମାନଙ୍କର ବେଶ୍ ପ୍ରାଇଜ୍ 2 କୋଟି ଟଙ୍କା ରହିଛି । 13 ଖେଳାଳିଙ୍କ ମୂଲ୍ୟ 1.5 କୋଟିରେ ରଖାଯାଇଛି । ଅନେକ ଟିମର ନଜର ଏହି ସମସ୍ତ ଖେଳାଳିଙ୍କ ଉପରେ ରହିଛି । ଆରମ୍ଭରୁ ଏହି ଖେଳାଳିଙ୍କ ଉପରେ ବିଡିଂ କରାଯିବ । ଏହି ନିଲାମରେ 333 ଖେଳାଳି ବିଡ୍ ହେବାକୁ ଯାଉଛନ୍ତି । କିନ୍ତୁ ଏଥିମଧ୍ୟରୁ କେବଳ 77 ଖେଳାଳିଙ୍କୁ ଟିମ୍ କିଣିବା ନେଇ ସୂଚନା ରହିଛି ।
୨୪୧ ଜଣ ଭାରତୀୟ ଖେଳାଳି ରହିଥିବା ବେଳେ ୧୧୯ ବିଦେଶୀ ପ୍ଲେୟାର ରହିଛନ୍ତି । ସେହିପରି ୧୧୧ କ୍ୟାପ ଏବଂ ୨୧୫ ଅନ୍କ୍ୟାପ ଖେଳାଳି ରହିଛନ୍ତି । ଆଇପିଏଲ୍ ୨୦୨୪ ଲାଗି ୧୦ଟି ପ୍ରାଞ୍ଚାଇଜ ମୋଟ ୭୭ ଖେଳାଳିଙ୍କୁ କିଣିପାରିବେ ।
ମାଗଣାରେ ଲାଇଭ୍ ଦେଖିପାରିବେ
ନିଲାମ ଭାରତୀୟ ସମୟ ଅପରାହ୍ନ 1 ଟାରୁ ଆରମ୍ଭ ହେବ । ମିନି ନିଲାମକୁ ଭାରତର ଷ୍ଟାର ସ୍ପୋର୍ଟସ ନେଟୱାର୍କ ଚ୍ୟାନେଲରେ ଦେଖିହେବ ମୋବାଇଲ୍ ବ୍ୟବହାରକାରୀମାନେ ଜିଓ ସିନେମା ଆପରେ ମାଗଣାରେ ଏହି ନିଲାମକୁ ଉପଭୋଗ କରିପାରିବେ । IPL 2024 ମିନି ନିଲାମର ଲାଇଭ୍ ଷ୍ଟ୍ରିମିଂ ଜିଓ ଆପରେ ମାଗଣାରେ କରାଯିବ । ଏଭଳି ପରିସ୍ଥିତିରେ ଉପଭୋକ୍ତାମାନେ ମୋବାଇଲରେ ଜିଓ ଆପ୍ ଡାଉନଲୋଡ୍ କରି ନିଲାମକୁ ଉପଭୋଗ କରିପାରିବେ ।












Click it and Unblock the Notifications