ଇତିହାସ ରଚିଲେ ୟୁଜବେନ୍ଦ୍ର ଚହଲ, ପଛରେ ପଡିଲେ ଅନେକ ଷ୍ଟାର ବୋଲର
ଜୟପୁର: ଆଇପିଏଲ ୨୦୨୩ରେ ଇତିହାସ ରଚିଲେ ରାଜସ୍ଚାନ ସ୍ପିନର ୟୁଜବେନ୍ଦ୍ର ଚହଲ । ପଛରେ ପଡିଲେ ଅନେକ ଷ୍ଟାର ବୋଲର ।
ରବିବାର ଦିନ ଆଇପିଏଲ୍ର ୫୨ ତମ ମୁକାବିଲାରେ ହାଇଦ୍ରାବାଦ ବିପକ୍ଷରେ ୪ ଓଭରରେ ୨୯ ରନ୍ ଦେଇ ୪ଟି ୱିକେଟ ହାସଲ କରିଛନ୍ତି ଚହଲ । ଏହା ସହିତ ସେ ପାଲଟି ଯାଇଛନ୍ତି ଆଇପିଏଲର ସର୍ବଶ୍ରେଷ୍ଠ ବୋଲର । ଏହି ତାଲିକାରେ ସିଏସକେର ଡ୍ୱେନ ବ୍ରାଭୋଙ୍କୁ ପଛରେ ପକାଇ ଦେଇଛନ୍ତି ।

ଏପିରିକି ସବୁଠାରୁ କମ୍ ମ୍ୟାଚ୍ ଖେଳି ୱିକେଟ୍ ନେବାରେ ଆଇପିଏଲ୍ ଇତିହାସରେ ପ୍ରଥମ ଖେଳାଳି ସାଜିବେ । ଚହଲ ୧୪୨ଟି ମ୍ୟାଚ୍ ଖେଳି ୧୮୩ ୱେକେଟ୍ ନେଇଥିବା ବେଳେ ବ୍ରାଭୋ ୧୬୧ଟି ମ୍ୟାଚ୍ ଖେଳି ୧୮୩ ୱିକେଟ୍ ନେଇଛନ୍ତି । ତାଙ୍କ ପଛକୁ ପିୟୁଷ ଚାୱଲା ୧୭୫ ମ୍ୟାଚ୍ ଖେଳି ୧୭୪ ୱିକେଟ୍ ୱିକେଟ୍ ନେଇଛନ୍ତି । ଏହାପରେ ଅମିତ୍ ମିଶ୍ରା ୧୬୦ ମ୍ୟାଚ୍ ଖେଳି ୧୭୨ ୱିକେଟ୍, ରବିଚନ୍ଦ୍ରନ ଅଶ୍ୱିନୀ ୧୯୫ଟି ମ୍ୟାଚ୍ ଖେଳି ୧୭୧ ଓ୍ୱିକେଟ୍ ନେଇଛନ୍ତି ।
ଆଇପିଏଲରେ ସର୍ବାଧିକ ୱିକେଟ ନେବା ତାଲିକାରେ ଟପ୍-୫ ରୁ ୪ ଜଣ ଭାରତୀୟ ରହିଛନ୍ତି । ତେବେ ଏହି ତାଲିକାରେ ଭାରତୀୟ ସ୍ପିନର ରାଜ୍ କରୁଥିବା ଦେଖିବାକୁ ମିଳିଛି । ଏକମାତ୍ର ଫାଷ୍ଟ ବୋଲର ଭାବରେ ଡ୍ୱେନ ବ୍ରାଭୋ ଏହି ଲିଷ୍ଟରେ ସାମିଲ ରହିଛନ୍ତି । ଚହଲ ଏବଂ ବ୍ରାଭୋଙ୍କ ବ୍ୟତୀତ ପୀୟୁଷ ଚାୱଲା, ଅମିତ ମିଶ୍ରା ଏବଂ ରବିଚନ୍ଦ୍ରନ ଅଶ୍ୱୀନ ଏହି ତାଲିକାରେ ସ୍ଥାନ ପାଇଛନ୍ତି ।
- ୧- ୟୁଜବେନ୍ଦ୍ର ଚହଲ- ୧୮୩ ଓ୍ୱିକେଟ୍ (୧୪୨ ମ୍ୟାଚ୍)
- ୨- ଡୁଏନ୍ ବ୍ରାଭୋ- ୧୮୩ ଓ୍ୱିକେଟ୍ (୧୬୧ ମ୍ୟାଚ୍)
- ୩-ପିୟୁସ ଚାଓ୍ୱଲା- ୧୭୪ ଓ୍ୱିକେଟ୍ (୧୭୫ ମ୍ୟାଚ୍)
- ୪- ଅମିତ ମିଶ୍ରା- ୧୭୨ ଓ୍ୱିକେଟ୍ (୧୬୦ ମ୍ୟାଚ୍)
- ୫-ରବିଚନ୍ଦ୍ରନ ଅଶ୍ୱିନୀ- ୧୭୧ ଓ୍ୱିକେଟ୍ (୧୯୫ ମ୍ୟାଚ୍)












Click it and Unblock the Notifications