ଆଇପିଏଲ 2023: କାହିଁକି କ୍ୟାପ୍ଟେନ୍ସି ଛାଡ଼ିବାର ଧମକ ଦେଲେ ଧୋନି ? ଜାଣନ୍ତୁ ମାହିଙ୍କ ରାଗିବା ପଛର କାରଣ...

IPL 2023, Ms Dhoni Angery: ଆଇପିଏଲ ୨୦୨୩ରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ (ସିଏସକେ) ସୋମବାର ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୧୨ ରନରେ ହରାଇ ଚମତ୍କାର ବିଜୟ ହାସଲ କରିଛି ।

ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୭ ୱିକେଟ ହରାଇ ୨୧୭ ରନ କରିଥିଲା । କିନ୍ତୁ ଭଲ ଆରମ୍ଭ ସତ୍ତ୍ୱେ କେଏଲ ରାହୁଲଙ୍କ ଦଳ ୭ ୱିକେଟ ହରାଇ କେବଳ ୨୦୫ ରନ କରିବାକୁ ସକ୍ଷମ ହୋଇଥିଲା । ତେବେ ମ୍ୟାଚ ବିଜୟୀ ହେବା ସତ୍ୱେ ବି ନାଖୁସ୍ ଥିଲେ ଧୋନି । ଏପରି ଅଧିନାୟକ ପଦ ଛାଡିବାର ଚେତାବନି ମଧ୍ୟ ଦେଇଛନ୍ତି ଏମଏସ୍ । ହେଲେ ଏହା ପଛର କାରଣ କଣ...

IPL 2023

ବାସ୍ତବରେ ସୋମବାର ମ୍ୟାଚରେ ଚେନ୍ନାଇର ବୋଲରମାନେ ଅନେକ ଅତିରିକ୍ତ ରନ ଦେଇଥିଲେ। ୧୮ ରନ ଅତିରକ୍ତ ଭାବେ ଲକ୍ଷ୍ନୌକୁ ମିଳିଥିଲା। ଏଥିରେ ୨ଟି ଲେଗ ବାଇ, ୧୩ଟି ୱାଇଡ ଓ ୩ଟି ବୋଲ ରହିଥିଲା। ପ୍ରଥମ ମ୍ୟାଚ୍‌ରେ ମଧ୍ୟ ଚେନ୍ନାଇର ବୋଲରମାନେ ଗୁଜରାଟ ଟାଇଟନ୍ସ ବିରୋଧରେ ୧୨ ରନ ଅତିରକ୍ତ ଭାବେ ଦେଇଥିଲେ। ଯାହାକୁ ନେଇ ଧୋନି ନା ଖୁସ୍ ଥିବା ମ୍ୟାଚରେ କହିଥିଲେ । ଏଥି ସହିତ ସେ ଅଧିନାୟକ ପଦ ଛାଡିବାର ଚେତାବନୀ ମଧ୍ୟ ଦେଇଥିଲେ ।

ଧୋନି କହିଛନ୍ତି, "ଦ୍ରୁତ ବୋଲିଂରେ ସାମାନ୍ୟ ସୁଧାରର ଆବଶ୍ୟକ ରହିଛି । ସ୍ଥିତି ଅନୁସାରେ ବୋଲିଂ କରିବାକୁ ପଡ଼ିବ। ପ୍ରତିପକ୍ଷ ଟିମର ବୋଲରମାନେ କ'ଣ କରୁଛନ୍ତି, ତା' ଉପରେ ନଜର ରଖିବାକୁ ହେବ।

ଏହାପରେ ସେ ନିଜର ମଜାଳିଆ ଶୈଳୀରେ କହିଛନ୍ତି, 'ଆମର ବୋଲରମାନେ ୱାଇଡ୍ ବୋଲିଂ କରିବା ଉଚିତ୍ ନୁହେଁ, ନଚେତ୍ ସେମାନଙ୍କୁ ଜଣେ ନୂଆ ଅଧିନାୟକଙ୍କ ନେତୃତ୍ୱରେ ଖେଳିବାକୁ ପଡ଼ିବ। ଏହା ମୋର ଦ୍ୱିତୀୟ ଚେତାବନୀ'।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+