କେମିତି ଆଉ କେଉଁଠୁ କିଣିବେ ଆଇପିଏଲ 2023 ଟିକେଟ୍ ? ଜାଣନ୍ତୁ, ଗୋଟିଏ କ୍ଲିକରେ...

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗର 16 ତମ ସିଜନ 31 ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି । କ୍ରିକେଟ୍ ପ୍ରଶଂସକମାନେ ଏହି ଲିଗ୍ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଖେଳାଯିବ । ଯାହା ଏକ ଧମାକା ପୂର୍ଣ୍ଣ ମୁକାବିଲା ହେବ । ଏପରି ସ୍ଥଳେ ଆସନ୍ତୁ ଜାଣିବା କେମିତି ଏବଂ କିପରି ଟିକେଟ୍ କିଣିବେ ଆଇପିଏଲ ଟିକେଟ୍ ?
ତେବେ ଆଇପିଏଲ 2023 ପାଇଁ ପ୍ରଶଂସକମାନେ ସମସ୍ତ ଟିକେଟ୍ ବୁକ୍ ମାଇଁ ସୋ, ଇନସାଇଡର୍.ଇନ୍, ଟିକେଟ୍ ଜୋନିଓ, ପେଟିଏମ୍ ମାଧ୍ୟମରେ କ୍ରୟ କରିପାରିବେ । ଟିକେଟ୍ ବୁକିଂ କରିବା ସମୟରେ ଆଇପିଏଲ୍ ପ୍ରଶଂସକମାନେ ସେମାନଙ୍କର ପ୍ରିୟ ସିଟ୍ ଚୟନ କରିପାରିବେ ।
ଯଦି ସିଟ୍ ଦର କଥା କହିବା, ତେବେ ବ୍ଲକ୍ C1, D1, F1, G1, H1, K1 ର ମୂଲ୍ୟ 400 ଟଙ୍କା । ବ୍ଲକ B1, D, E, F1, G, H, J, L1 ମୂଲ୍ୟ 500 ଟଙ୍କା । ବ୍ଲକ୍ F ର ମୂଲ୍ୟ 900 ଟଙ୍କା ସେହିପରି ବ୍ଲକ୍ C, F ର ମୂଲ୍ୟ 1000 ଟଙ୍କା । ବ୍ଲକ୍ Lର ମୂଲ୍ଯ 1800 ଟଙ୍କା, ବ୍ଲକ୍ Bର ମୂଲ୍ୟ 2100 ଟଙ୍କା ଏବଂ ବ୍ଲକ୍ କ୍ଲବ୍ ହାଉସ୍ ଉପର ମୂଲ୍ୟ 3000 ଥିବାବେଳେ ବ୍ଲକ୍ କ୍ଲବ୍ ହାଉସ୍ ଲୋୟର 9000 ଟଙ୍କା ରହିଛି ।
କେମିତି କରିବେ ବୁକିଂ
- 1. ସର୍ବପ୍ରଥମେ ପେଟିଏମ୍ ଇନସାଇଡରର ଆପ୍ କିମ୍ବା ୱେବସାଇଟକୁ ଯାଆନ୍ତୁ ।
- 2. ଆଇପିଏଲ୍ ଟିକେଟ୍ ବୁକିଂ 2023 ଉପରେ କ୍ଲିକ୍ କରନ୍ତୁ । ସେଠାରୁ ଅନ୍ଲାଇନରେ ଟିକେଟ୍ କିଣିବାର ବିକଳ୍ପ ବାଛନ୍ତୁ ।
- 3. ଏହା ପରେ IPL 2023 ଟିକେଟ୍ କିଣିବାର ଏକ ବିକଳ୍ପ ରହିବ ।
- 4. ତା'ପରେ ସିଟ୍ ଚୟନ କରନ୍ତୁ ।
- 5. ଏହା ପରେ ପେଟିଏମରୁ ଟିକେଟ୍ କିଣିବା ପାଇଁ ଦେୟ ପୈଠ କରନ୍ତୁ ।












Click it and Unblock the Notifications