ଅନୁଷ୍କାଙ୍କ ପାଖକୁ ଆସୁଥିଲେ ଫ୍ୟାନ୍ସ , ଭଡ଼କି ଗଲେ ବିରାଟ୍; କହିଲେ....

Virat Kohli Got Angry Fans: ଆଇପିଏଲରେ ବ୍ୟସ୍ତତା ସତ୍ତ୍ୱେ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅଭିନେତ୍ରୀ ଅନୁଷ୍କା ଶର୍ମା ବେଙ୍ଗାଲୁରୁର ଲୋକପ୍ରିୟ ଭୋଜନାଳୟ CTR ରେ କିଛି ସୁସ୍ୱାଦୁ ଖାଦ୍ୟ ଖାଇବାକୁ ଯାଇଥିଲେ ।

ଏହି ସମୟରେ ଭିଡ଼ ଭିତରେ ସେମାନେ ଅଟକି ଯାଇଥିଲେ । ହୋଟେଲର ମୁଖ୍ୟ ଦ୍ୱାରଠାରୁ ପ୍ରାୟ 10 ମିଟର ଦୂରରେ ଥିବା କାର ପାଖରେ ପହଞ୍ଚିବା ପାଇଁ ତାଙ୍କୁ ବହୁ ପରିଶ୍ରମ କରିବାକୁ ପଡିଥିଲା । ତେବେ ଉଭୟଙ୍କୁ କଡା ସୁରକ୍ଷା ମଧ୍ୟରେ କୋହଲି କାରକୁ ନେବାକୁ ଚେଷ୍ଟା କରାଯାଇଥିଲା । ଏହି ସମୟରେ ଜଣେ ପ୍ରଶଂସକ ଅନୁଷ୍କାଙ୍କ ସହ ଜବରଦସ୍ତ ସେଲଫି ନେବାକୁ ଚେଷ୍ଟା କରିଥିଲେ । ଯାହାକୁ ଦେଖି କୋହଲି ଭଡ଼କି ଯାଇଥିଲେ । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Virat Kohli

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଫ୍ୟାନ୍‌ ଜଣଙ୍କ ନିୟମ ଭାଙ୍ଗି ଅନୁଷ୍କାଙ୍କ ପାଖକୁ ଆସୁଥିବା ବେଳେ ବିରାଟ ତାଙ୍କୁ ଅନୁଷ୍କାଙ୍କଠୁ ଦୂରରେ ରହିବାକୁ ପରାମର୍ଶ ଦେଇଥିଲେ । ପୂର୍ବରୁ ମଧ୍ୟ ଆଇପିଏଲରେ ମ୍ୟାଚକୁ ନେଇ ବିରାଟ ବିରକ୍ତ ହେବାର ଲୋକେ ଦେଖିଥିବେ । ବିରାଟ କ୍ରିକେଟ୍‌ ପ୍ରତି ଯେତେ ଗୁରୁତ୍ୱ ଦିଅନ୍ତି, ନିଜ ପରିବାରକୁ ବି ସେତିକି ଗୁରୁତ୍ୱ ଦିଅନ୍ତି ।

ସେହିପରି ବିରାଟ ଓ ଅନୁଷ୍କାଙ୍କ ଏକ ଡ୍ୟାନ୍ସ ଭିଡିଓ ମଧ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି । ରବିବାର ରାତିରେ ଆର୍‌ସିବି ୭ ରନ୍‌ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିବା ଅନୁଷ୍କା ଏହି ଭିଡିଓକୁ ନିଜ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ସେୟାର କରିଥିଲେ । ଉଭୟ ବିରାଟ ଓ ଅନୁଷ୍କା କିଛି ସମୟ ପାଇଁ ଏକ ପଞ୍ଜାବୀ ନୃତ୍ୟରେ ନାଚିବାର ଏଥିରେ ଦେଖିବାକୁ ମିଳିଛି ।

କୋହଲି ଚଳିତ ସିଜନରେ ଏପର୍ଯ୍ୟନ୍ତ 4ଟି ଅର୍ଦ୍ଧଶତକ ସ୍କୋର କରିଛନ୍ତି । ଆଇପିଏଲର 16 ତମ ସିଜନରେ ବିରାଟ କୋହଲି ତାଙ୍କ ଫର୍ମକୁ ଫେରିଛନ୍ତି । ହାରାହାରି 46.50ରେ 7ଟି ମ୍ୟାଚରୁ 279 ରନ୍ ସ୍କୋର କରିଛନ୍ ବିରାଟ୍ । ତାଙ୍କର ଷ୍ଟ୍ରାଇକ୍ ହାର ମଧ୍ୟ 141.62 ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+