ଆଇପିଏଲ 2023: ଆଜି ସୁପର ସନଡେ'ରେ ଡବଲ ଧମାକା
IPL 2023, Double Header, GT vs KKR, PBKS vs SRH: ଇଣ୍ଡିଆନ ପ୍ରିମିୟର ଲିଗରେ ଆଜି ସୁପର ସନଡେ'ରେ ଡବଲ ହେଡର ଅର୍ଥାତ ଦୁଇଟି ମ୍ୟାଚ । ପ୍ରଥମ ମୁକାବିଲା ଗୁଜରାଟ ବନାମ କୋଲକାତା ଓ ଦ୍ବିତୀୟ ମ୍ୟାଚରେ ପଞ୍ଜାବ ଓ ହାଇଦ୍ରାବାଦ ମୁହାଁମୁହିଁ ହେବେ । ପ୍ରଥମ ମ୍ୟାଚ୍ ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଖେଳାଯିବ ।

GT VS KKR: ତେବେ 13 ତମ ମୁକାବିଲା ଗୁଜୁରାଟ ଟାଇଟନ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ । ଟାଇଟନ୍ସ ୨ଟି ମ୍ୟାଚ୍ ଖେଳି ଅପରାଜୟ ରହିଛି । ରବିବାର ବିଜୟ ଧାରା ଜାରି ରଖି ପଏଣ୍ଟ ତାଲିକାର ଶୀର୍ଷକୁ ଉଠିବାକୁ ଟାଇଟନ୍ସ ପ୍ରୟାସ କରିବ । ଅନ୍ୟପଟେ ନାଇଟ୍ ରାଇଡର୍ସ ପୂର୍ବ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସକୁ ୮୧ ରନରେ ପରାସ୍ତ କରିଥିଲା । ବର୍ତ୍ତମାନ ଦଳର ମନୋବଳ ଦ୍ୱିଗୁଣା ରହିଛି । ଟାଇଟନ୍ସକୁ ତା' ଘରୋଇ ମୈଦାନରେ କଡ଼ା ଟକ୍କର ଦେବାକୁ ନାଇଟ୍ ରାଇଡର୍ସ ଜୋରଦାର ପ୍ରସ୍ତୁତ କରିଛି ।
ଆଜି ଘରୋଇ ଦଳର ବିସ୍ଫୋରକ ବ୍ୟାଟର ଓ ନାଇଟ ରାଇଡର୍ସର ସ୍ପିନରଙ୍କ ମଧ୍ୟରେ କଡା ମୁକାବିଲା ହେବ । ଆରସିବି ବିପକ୍ଷରେ କେକେଆରର ବୋଲର ବରୁଣ ଚକ୍ରବର୍ତ୍ତୀ 4ଟି ୱିକେଟ ଅକ୍ତିଆର କରିଥିଲେ । ଆଜିର ମୁକାବିଲାରେ ବରୁଣ ଗୁଜୁରାଟ ପାଇଁ ଚିନ୍ତାର କାରଣ ହୋଇପାରନ୍ତି ।
PBKS VS SHR: ସେପଟେ ସଂଧ୍ୟାରେ ପଞ୍ଜାବ କିଙ୍ଗ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବେ । ସନରାଇଜର୍ସର ଘରୋଇ ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଖେଳାଯିବ । କ୍ରମାଗତ ଭାବେ ୨ଟି ମ୍ୟାଚ୍ ପରାଜିତ ହୋଇଥିବା ସନରାଇଜର୍ସ ବିଜୟ ଖାତା ଖୋଲିବା ଲକ୍ଷ୍ୟରେ ରହିଛି । ପୂର୍ବ ମ୍ୟାଚ୍ ଗୁଡ଼ିକର ତ୍ରୁଟିକୁ ପରଖି ଏହାକୁ ସୁଧାରିବା ଉପରେ ଦଳ ପ୍ରାଥମିକତା ଦେବ ।

ପୂର୍ବରୁ ଘରୋଇ ଗ୍ରାଉଣ୍ଡରେ ରାଜସ୍ଥାନଠୁ 72ରନରେ ପରାସ୍ତ ହୋଇଥିଲା । ସନରାଇଜର୍ସର ବୋଲିଂ ବିଭାଗ ସୃଦୁଢ ରହିଛି ମାତ୍ର ବ୍ୟାଟିଂ ବିଭାଗକୁ ନେଇ ସମସ୍ୟା ରହିଛି । ଆଜିର ମ୍ୟାଚ ଜିତିବାକୁ ହେଲେ ଏକ ସନ୍ତୁଳିତ ଏକାଦଶକୁ ନେଇ ମୈଦାନକୁ ଓହ୍ଲାଇବାକୁ ହେବ ।
ସେପଟେ ପଞ୍ଜାବ କିଙ୍ଗ୍ସ ଇତି ମଧ୍ୟରେ ୨ଟି ମ୍ୟାଚ୍ ଖେଳି ସାରିଛି ଓ ଉଭୟ ମ୍ୟାଚରେ ବିଜୟ ହାସଲ କରିଛି । ଆଜି ଆଧିପତ୍ୟ ଜାରି ରଖିବାକୁ ପଞ୍ଜାବ କିଙ୍ଗ୍ସ ପ୍ରୟାସ କରିବ । ଅଧିନାୟକ ଶିଖର ଧାୱନ ଚମତ୍କାର ଫର୍ମରେ ରହିଛନ୍ତି । ସେହିପରି ଯୁବ ଓପନର ପ୍ରଭସିମରନ ସିଂହ, ଜିତେଶ ଶର୍ମା, ଶାହରୁଖ ଖାନ ଆଦି ଘରୋଇ ଖେଳାଳିମାନଙ୍କ ଉନ୍ନତ ପ୍ରଦର୍ଶନ କରିବେ ବୋଲି ଆଶା ରହିଛି ।












Click it and Unblock the Notifications