ଆଜି ଆଇପିଏଲରେ ଡବଲ ହେଡର ମୁକାବିଲା
IPL 2023, Double Header: ଆଜି ଆଇପିଏଲରେ ଡବଲ ହେଡର ମୁକାବିଲା । ବୁଧବାର ଖେଳାଯିବ ଦୁଇଟି ହାଇ-ଭୋଲଟେଜ୍ ମ୍ୟାଚ । ପ୍ରଥମ ମ୍ୟାଚ୍ ସାଢେ ୩ଟାରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ଓ ଚେନ୍ନାଇ ସୁପର କିଙ୍ଗ୍ସ ହେବ । ସେହିପରି ସଂଧ୍ୟାରେ ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ ।
CSK vs LSG: ପ୍ରଥମ ମ୍ୟାଚ୍ ସୁପର ଜାଏଣ୍ଟ୍ସ ଘରୋଇ ଗ୍ରାଉଣ୍ଡ୍ରେ ଚେନ୍ନାଇ ସୁପରକିଙ୍ଗସକୁ ଭେଟିବ । ଗତ ଲୋ' ସ୍କୋରିଂ ମ୍ୟାଚରେ ରାହୁଲ ଆଣ୍ଡ କୋ ଆରସିବି ଠାରୁ ପରାସ୍ତ ହୋଇଥିଲା । ତେବେ ଆଜିର ମ୍ୟାଚ୍ ଜିତି ପଏଣ୍ଟ ଟେବୁଲରେ ଉପରକୁ ଉଠିବାକୁ ଚେଷ୍ଟା କରିବ ।

ସେହିପରି ଚେନ୍ନାଇ ତାର ଶେଷ ମୁକାବିଲାରେ ପଞ୍ଜାବଠୁ ପରାସ୍ତ ହୋଇଥିଲା । ଦଳ ବର୍ତ୍ତମାନ ସୁଦ୍ଧା 9ଟି ମ୍ୟାଚ ଖେଳି ଚତୁର୍ଥ ସ୍ଥାନରେ ରହିଛି । ଦୁଇ ଦଳ ମଧ୍ୟରେ ଗତ ମାସ 3ତାରିଖରେ ଏକ ମ୍ୟାଚ ହୋଇଥିଲା ଏଥିରେ ଚେନ୍ନାଇ 12ରନରେ ବିଜୟ ହାସଲ କରିଥିଲା । ଆଜି ବିଜୟ ଟ୍ରାକକୁ ଫେରିବା ସହ ପୂର୍ବ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ଲକ୍ଷ୍ନୌ ।
PBKS vs MI: ସେହିପରି ଦ୍ବିତୀୟ ମ୍ୟାଚ୍ ପଞ୍ଜବ କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ । ମୋହାଲିରେ ଏହି ମ୍ୟାଚ ଖେଳାଯାଉଥିବାରୁ ସହଜ ବିଜୟ ଲକ୍ଷ୍ୟ ରଖିଛନ୍ତି ଧୱନ ଆଣ୍ଡ କୋ । ଶେଷ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସକୁ ହରାଇଥିଲା ପଞ୍ଜାବ କିଙ୍ଗ୍ସ । ତେବେ ଏହି ଆଧିପତ୍ୟ ବଜାୟ ରଖି ଦଳ ପଏଣ୍ଟ ବୃଦ୍ଧି କରିବାକୁ ପ୍ରୟାସ କରିବ । ସେପଟେ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ପୂର୍ବ ମ୍ୟାଚରେ ଦମଦାର ବିଜୟ ଲାଭ କରିଥିବାରୁ ଦଳରେ ଖେଳାଳିଙ୍କ ମନୋବଳ ଦୃଢ ରହିଛି ।
ତେବେ ଚେନ୍ନାଇ ବିପକ୍ଷରେ ଶେଷ ମ୍ୟାଚ ଜିତିଥିଲା ପଞ୍ଜାବ କିଙ୍ଗସ । ମୁମ୍ବାଇ ରାଜସ୍ଥାନ ବିପକ୍ଷରେ ବିଜୟ ହାସଲ କରିଥିଲା । ଏହି ଦୁଇ ଦଳ ବିଜୟ ଧାରା ଜାରି ରଖିବା ଲକ୍ଷ୍ୟରେ ରହିଛନ୍ତି । ପଞ୍ଜାବ ଏବେ ସୁଦ୍ଧା 9ଟି ମ୍ୟାଚରୁ 5ଟି ଜିତିଥିବାବେଳେ ମୁମ୍ବାଇ 8ଟିରୁ 4ଟିରେ ବିଜୟ ହାସଲ କରିଛି । ଚଳିତ ସିଜନରେ ପ୍ରଥମରୁ ମୁମ୍ବାଇର ପ୍ରଦର୍ଶନ ଭଲ ନଥିଲା ମାତ୍ର ଯେଉଁଭଳି ଭାବେ ସେ ରାଜସ୍ଥାନ ବିପକ୍ଷରେ ରୋମାଞ୍ଚକର ବିଜୟ ହାସଲ କରିଛି ତେଣୁ ଫଳାଫଳକୁ ନେଇ ପୂର୍ବାନୁମାନ କରିବା ଅସମ୍ଭବ ।
CSK ସମ୍ଭାବ୍ୟ ଏକାଦଶ: ମହେନ୍ଦ୍ର ସିଂହ ଧୋନୀ, ଡେଭନ କନୱେ, ଋତୁରାଜ ଗାଏକ୍ବାଡ, ଆଜିଙ୍କ୍ୟ ରାହାଣେ, ମୋଇନ ଅଲ୍ଲୀ, ଶିବମ ଦୁବେ, ଅମ୍ବାତି ରାୟୁଡୁ, ରବୀନ୍ଦ୍ର ଜାଡେଜା, ମଥିଶା ପତିରଣା/ମିଚେଲ ସାଣ୍ଟନର, ତୁଷାର ଦେଶପାଣ୍ଡେ, ମହୀଶ ତୀକ୍ଷଣା, ଆକାଶ ସିଂହ ।
LSG ସମ୍ଭାବ୍ୟ ଏକାଦଶ: କେଲି ମେୟର୍ସ, ଆୟୁଷ ବାଦୋନି, ଦୀପକ ହୁଡା, କୃନାଲ ପାଣ୍ଡ୍ୟା (ଅଧିନାୟକ), ମାର୍କସ ଷ୍ଟଇନିସ,ନିକୋଲାସ ପୁରନ, କେ ଗୋଥାମ, ଅଭେଶ ଖାନ, ବରି ବିଷ୍ଣୋଇ, ଅମିତ ମିଶ୍ରା, ନବୀନ ଉଳଲ-ହକ/ମାର୍କ ଉଡ ।
PBKS ସମ୍ଭାବ୍ୟ ଏକାଦଶ: ଶିଖର ଧାୱନ, ପ୍ରଭସିମରନ ସିଂହ, ମାଥ୍ୟୁ ସର୍ଟ/ଲାଏମ ଲିଭିଙ୍ଗଷ୍ଟୋନ, ହରପ୍ରୀତ ସିଂହ, ସିକନ୍ଦର ରାଜା, ଭିତେଶ ଶର୍ମା, ସାମ କୁରାନ, ଶାହରୁଖ ଖାନ, ହରପ୍ରୀତ ବ୍ରାର, କାଗିସୋ ରାବାଡା, ରାହୁଲ ଚହର ।
MI ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା, ଈଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, କ୍ୟାମେରନ ଗ୍ରୀନ, ଅର୍ଜୁନ ତେନ୍ଦୁଲକର, ଟିମ ଡେଭିଡ, ହ୍ରିତିକ ସୋକିନ, ପିୟୁଷ ଚାୱାଲା, ରିଲି ମେରେଡିଥ, ଡୁଆନ ଜାନସେନ/ଜାସନ ବେନଡ୍ରର୍ଫ ।












Click it and Unblock the Notifications