ଆଇପିଏଲ 2023: ଏହି ଦୁଇ ଟିମ ଖେଳିବେ ପ୍ରଥମ କ୍ୱାଲିଫାୟର
IPL 2023 Qualifier 1: ଚଳିତ ଆଇପିଏଲରେ ଦ୍ୱିତୀୟ ଦଳ ଭାବେ ଟପ୍ ୪ ବା ପ୍ଲେଅଫରେ ସ୍ଥାନ ପକ୍କା କରିଛି ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ । ତେବେ ଚେନ୍ନାଇ ସୁପର କିଙ୍ଗ୍ସ ଟେବୁଲ ଟପ୍ପର ଗୁଜୁରାଟ ଟାଇଟାନ୍ସ ସହିତ ପ୍ରଥମ କ୍ୱାଲିଫାୟର ମ୍ୟାଚ୍ ଖେଳିବ । ଦଳ ଶେଷ ଲିଗ୍ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୭୭ ରନରେ ହରାଇ ମୋଟ୍ ୧୭ ପଏଣ୍ଟ ସହ ପ୍ଲେଅଫ ଟିକେଟ ହାତେଇଛି ।
ତେବେ ଆଇପିଏଲ୍ 2023 ର ପ୍ରଥମ ଯୋଗ୍ୟତା ମ୍ୟାଚ୍ ମେ 23 ରେ ଚେନ୍ନାଇର ଚେପାକ୍ ଷ୍ଟାଡିୟମରେ ଖେଳାଯିବ । ପ୍ରଥମ ଯୋଗ୍ୟତା ପର୍ଯ୍ୟାୟରେ ଚେନ୍ନାଇ ସୁପର କିଙ୍ଗସ୍ ବନାମ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଏକ ମ୍ୟାଚ୍ ଦେଖିବାକୁ ମିଳିବ ।

କହିରଖୁ କି, 16ତମ ସିଜିନର ଉଦ୍ଘାଟନୀ ମ୍ୟାଚ୍ ମଧ୍ୟ ଗୁଜୁରାଟ ଓ ଚେନ୍ନାଇ ମଧ୍ୟରେ ଖେଳା ଯାଇଥିଲା । କ୍ୱାଲିଫାୟର -1 ଜିତୁଥିବା ଦଳ ସିଧାସଳଖ ଫାଇନାଲକୁ ଉନ୍ନୀତ ହୁଏ । ଅନ୍ୟପକ୍ଷରେ, ଯେଉଁ ଦଳ ହାରେ, କ୍ୱାଲିଫାୟର-୨ ଖେଳିବାର ସୁଯୋଗ ପାଇଥାଏ । ପଏଣ୍ଟ ଟେବୁଲର ଶ୍ରେଷ୍ଠ ଦୁଇ ଦଳ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ଦୁଇଟି ସୁଯୋଗ ପାଆନ୍ତି । ଯଦି କୌଣସି ଦଳ କ୍ୱାଲିଫାୟର୍ -1 ରେ ହାରିଯାଏ, ତେବେ କ୍ୱାଲିଫାୟର୍-୨ ହୁଏ, ଯେଉଁଥିରେ ଏହା ଏଲିମିନେଟର ରାଉଣ୍ଡର ବିଜେତାଙ୍କୁ ସାମ୍ନା କରେ । ଫାଇନାଲ ଖେଳୁଥିବା ପ୍ରଥମ ଦଳର ନାମ ମେ 23 ରେ ପ୍ରକାଶ ପାଇବ ।
ଗତକାଲି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୨୨୩ ରନ କରିଥିଲା ଚେନ୍ନାଇ। ଏହାର ଜବାବରେ ଦିଲ୍ଲୀ ୯ ୱିକେଟ ହରାଇ କେବଳ ୧୪୬ ରନ କରିବାକୁ ସକ୍ଷମ ହୋଇଛି । ଦିଲ୍ଲୀ ନିଜର ଶେଷ ଲିଗ୍ ମ୍ୟାଚ୍ରେ ମଧ୍ୟ ପରାସ୍ତ ହୋଇଛି । ଚଳିତ ବର୍ଷ ଦିଲ୍ଲୀ ୧୪ଟି ମ୍ୟାଚ୍କୁ ୫ଟିରେ ଜିତିବାକୁ ସକ୍ଷମ ହୋଇଥିବା ବେଳେ ୯ଟିରେ ହାରିଛି ।












Click it and Unblock the Notifications