ଆଇପିଏଲ 2023: ରାଜସ୍ଥାନ ନିକଟରୁ ଶୋଚନୀୟ ଭାବେ ହାରିଲା ହାଇଦ୍ରାବାଦ

IPL 2023, SRH vs RR

IPL 2023, SRH vs RR: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ 2023)ରେ ଆଜି ଖେଳା ଯାଇଥିବା ୪ର୍ଥ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୭୨ ରନରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ ।

ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୨୦ ଓଭରରେ ୫ ୱିକେଟ ବିନିମୟରେ ୨୦୩ ରନ କରିଥିଲା । ଯଶସ୍ୱୀ ଜୈସୱାଲ ୫୪, ଜୋସ ବଟଲର ୫୪ ଓ ସଞ୍ଜୁ ସାମସନ ବିସ୍ଫୋରକ ୫୫ ରନର ଇନିଂସ ଖେଳିଥିଲେ । ହାଇଦ୍ରାବାଦ ପକ୍ଷରୁ ଫଜାଲକ ଫାରୁକି ଓ ତ୍ୟାଗୀ ନଟରାଜନ ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ୨୦୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ହାଇଦ୍ରାବାଦ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରିଥିଲା ।

୨୦୪ ରନ୍‌ ବିଜୟ ଲକ୍ଷ୍ୟକୁ ପିଛା କରି ହାଇଦ୍ରାବାଦ୍‌ ୮ ୱିକେଟ୍‌ ହରାଇ ୧୩୧ ରନ୍‌ ସଂଗ୍ରହ କରିପାରିଥିଲା। ଦଳକୁ ଆରମ୍ଭରୁ ଝଟକା ଲାଗିଥିଲା। ଅଭିଷେକ ଶର୍ମା, ରାହୁଲ ତ୍ରିପାଠୀ ବିନା କୌଣସି ରନ୍‌ କରି ଆଉଟ୍‌ ହୋଇଥିଲେ। ଦଳୀୟ ସ୍କୋର ୫୦ ରନ୍‌ ହେବା ପୂର୍ବରୁ ଅଧା ଖେଳାଳି ଆଉଟ୍‌ ହୋଇ ଯାଇଥିଲେ। ପ୍ରତିପକ୍ଷ ଦଳର ବୋଲିଂ ଆଗରେ କୌଣସି ଖେଳାଳି ବେଶୀ ସମୟ ତିଷ୍ଠି ରହିପାରି ନ ଥିଲେ।

ପରେ ଅବଦୁଲ ସାମଦ ଓ ଭୁବନେଶ୍ବର କୁମାର ପାରିକୁ ସମ୍ଭାଳି ଥିଲେ। ପରେ ଭୁବନେଶ୍ବର କୁମାର ୧୦ ବଲରେ ୬ ରନ କରି ଆଉଟ ହୋଇଥିଲେ। ଉମରାନ ମଲ୍ଲିକ ୮ ବଲରେ ୧୯ ରନ କରି ଅପରାଜିତ ରହିଥିବା ବେଳେ ଅବଦୁଲ ସାମଦ ୩୨ ବଲରେ ୩୨ ରନ କରି ଅପରାଜିତ ରହିଥିଲେ ।

ରାଜସ୍ଥାନ ଟିମର ବୋଲର ୟୁଜବେନ୍ଦ୍ର ଚହଲ ୧୭ ରନ୍‌ ଦେଇ ୪ଟି ୱିକେଟ୍‌ ନେଇଥିଲେ । ଟ୍ରେଣ୍ଟ ବୋଲ୍ଟ ୨ଟି ୱିକେଟ୍‌ ନେଇଥିଲା ବେଳେ ଜେସନ ହୋଲଡର ଓ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+