IPL 2023: ଟସ ଜିତିଲେ ଭୁବନେଶ୍ୱର କୁମାର, ଦେଖନ୍ତୁ ଦୁଇ ଦଳର ପ୍ଲେଇଂ ଇଲେଭେନ୍

IPL 2023, SRH vs RR

IPL 2023, SRH vs RR Toss: ଆଜି ଆଇପିଏଲ 2023ର ଚତୁର୍ଥ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳା ଯାଉଛି । ସନରାଇଜର୍ସ ହାଇଦ୍ରାବାଦ ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଏହି ମ୍ୟାଚ SRH ଦଳର ଘରୋଇ ପଡିଆ ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ହେଉଛି ।

ଯେଉଁଠାରେ ରାଜସ୍ଥାନ ରୟାଲ୍ସ ଦଳ ଗତ ସିଜିନର ଫାଇନାଲିଷ୍ଟ ଥିଲା । ଗତ ଅନେକ ଋତୁ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଅତ୍ୟନ୍ତ ଖରାପ ଥିଲା ଏବଂ ସେମାନେ ପ୍ଲେ ଅଫରେ ମଧ୍ୟ ପହଞ୍ଚି ନାହାଁନ୍ତି । ଏହି ମ୍ୟାଚ୍ ପୂର୍ବରୁ ଖେଳା ଯାଇଥିବା ପାଞ୍ଚଟି ଆଇପିଏଲ୍ ମ୍ୟାଚରେ ସନରାଇଜର୍ସ ମାତ୍ର ଗୋଟିଏ ବିଜୟ ହାସଲ କରିଥିବା ବେଳେ ରୟାଲ୍ସ ତିନିଟି ବିଜୟ ହାସଲ କରିଛି ।

ସଞ୍ଜୁ ସାମସନଙ୍କ ନେତୃତ୍ୱାଧିନ ରାଜସ୍ଥାନ ରୟାଲ୍ସ ହୋଇଥିବା ବେଳେ ଆଡେନ ମାର୍କ୍ରାମଙ୍କ ଅନୁପସ୍ଥିତିରେ ସିନିୟର ପେସର ଭୁବନେଶ୍ୱର କୁମାର ସନରାଇଜର୍ସ ହାଇଦ୍ରାବାଦର ଦାୟିତ୍ୱ ତୁଲାଉଛନ୍ତି । ଆଇପିଏଲର 16 ତମ ସିଜନରେ ସନରାଇଜର୍ସ ହାଇଦ୍ରାବାଦ ଅଧିକ ଆତ୍ମବିଶ୍ୱାସୀ ରହିଛି । କାରଣ ଆୟୋଜକ ଦଳ ପୂର୍ବରୁ ଖେଳା ଯାଇଥିବା ତିନୋଟି ମ୍ୟାଚ୍ ଜିତିଛନ୍ତି ।

ଆଜିର ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଶିବିରରେ କିଛି ନାମ, ଗତ ସିଜନରେ ପଞ୍ଜାବ ଦଳର ଅଧିନାୟକ ମୟଙ୍କ ଅଗ୍ରୱାଲଙ୍କ ଉପରେ ନଜର ରହିବ । ସବୁଠାରୁ ଚିତ୍ତାକର୍ଷକ ଖେଳାଳି ହେଉଛନ୍ତି ହ୍ୟାରି ବ୍ରୁକ୍ । ଯିଏ ଆଇପିଏଲର ଡେବ୍ୟୁ ସିଜନରେ ଖେଳୁଛନ୍ତି ଏବଂ କମଳା ଆର୍ମି ତାଙ୍କୁ 13.25 କୋଟି ଟଙ୍କା ନେଇଛନ୍ତି । ସେହିଭଳି ରାଜସ୍ଥାନ ରୟାଲ୍ସ ମଧ୍ୟ ଜେସନ ହୋଲ୍ଡରଙ୍କ ରୂପରେ ନିଜ ଦଳରେ ବହୁତ ଭଲ ଅଲରାଉଣ୍ଡରଙ୍କୁ ସାମିଲ କରିଛନ୍ତି । ଗତ ଋତୁରେ 4 ଶତକ ହାସଲ କରିଥିବା RR ର ଜୋସ୍ ବଟଲର୍ ମଧ୍ୟ ଦେଖିବା ଯୋଗ୍ୟ ।

ଉଭୟ ଦଳର ପ୍ଲେଇଂ ଇଲେଭେନ୍ ନିମ୍ନଲିଖିତ ଅଟେ-

  • ସନରାଇଜର୍ସ ହାଇଦ୍ରାବାଦ: ମୟଙ୍କ ଅଗ୍ରୱାଲ, ଅଭିଷେକ ଶର୍ମା, ରାହୁଲ ତ୍ରିପାଠୀ, ହ୍ୟାରି ବ୍ରୁକ, ୱାଶିଂଟନ ସୁନ୍ଦର, ଗ୍ଲେନ ଫିଲିପ୍ସ (ୱିକେଟରକ୍ଷକ), ଉମ୍ରାନ ମଲ୍ଲିକ, ଆଦିଲ ରସିଦ, ଭୁବନେଶ୍ୱର କୁମାର (ଅଧିନାୟକ), ଟି ନାଟାରାଜନ, ଫଜଲହକ୍ ଫାରୁକି ।
  • ସନରାଇଜର୍ସ ହାଇଦ୍ରାବାଦ Imapct Players- ଉପେନ୍ଦ୍ର ଯାଦବ, ମୟଙ୍କ ମାର୍କାଣ୍ଡେ, ବିବେକ ଶର୍ମା, ଅବଦୁଲ ସମାଦ, ମୟଙ୍କ ଡାଗର ।
  • ରାଜସ୍ଥାନ ରୟାଲ୍ସ : ଜଶସ୍ୱୀ ଜସୱାଲ, ଜସ୍ ବଟଲର, ସଞ୍ଜୁ ସାମସନ, ଦେବଦତ୍ତ ପାଦିକ୍କାଲ, ରିୟାନ୍ ପରାଗ, ଶିମ୍ରନ୍ ହେଟମିୟର, ରବିଚନ୍ଦ୍ରନ୍ ଅଶ୍ୱିନ୍, ଜେସନ୍ ହୋଲ୍ଡର୍, ଟ୍ରେଣ୍ଟ ବୋଲ୍ଟ, କେଏମ୍ ଆସିଫ୍, ୟୁଜଭେନ୍ଦ୍ର ଚହଲ ।
  • ରାଜସ୍ଥାନ ରୟାଲ୍ସ Imapct Players- ଧ୍ରୁଭ ଜୁରେଲ, ସନ୍ଦୀପ ଶର୍ମା, ମୁରୁଗାନ ଅଶ୍ୱିନ, ଡୋନୋଭାନ ଫେରେରା, ନବଦୀପ ସାଇନି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+