ଆଇପିଏଲ 2023: ହ୍ୟାରି ବ୍ରୁକଙ୍କ ବିସ୍ଫୋରଣ, ବିଶାଳ ବିଜୟ ଲକ୍ଷ୍ୟ ଠିଆ କଲା ହାଇଦ୍ରାବାଦ
IPL 2023, SRH vs KKR Match Report in Odia: ଆଇପିଏଲ 2023ର 19 ତମ ମ୍ୟାଚରେ ଚଳିତ ଋତୁର ପ୍ରଥମ ଶତକ ଯୋଡିଛନ୍ତି ହାଇଦ୍ରାବାଦ ଓପନର ହ୍ୟାରି ବ୍ରୁକ । ଏହା ବ୍ୟତୀତ ଅଧିନାୟକ ଆଡେନ ମାର୍କ୍ରାମ ମଧ୍ୟ ଏକ ଚମତ୍କାର ଇନିଂସ ଖେଳି ଅର୍ଦ୍ଧଶତକ ହାସଲ କରିଛନ୍ତି ।

ଟସ୍ ହାରିବା ପରେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ସନରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ 20 ଓଭରରେ 228 ରନ୍ ସ୍କୋର କରିଛି ।
ତେବେ ବ୍ରୁକ ଓ ମାର୍କ୍ରାମଙ୍କ ବ୍ୟତିତ ଅବିଷେକ ଶର୍ମା 17 ବଲରୁ 32 ରନ ସ୍କୋର କରିଛନ୍ତି । କେକେଆର ପକ୍ଷରୁ ଆନ୍ଦ୍ରେ ରସେଲ ସର୍ବାଧିକ 3 ୱିକେଟ ନେଇଥିବା ବେଳେ ସ୍ପିନର ବରୁଣ ଚକ୍ରବର୍ତ୍ତି ଓ ସୁୟଶ ଶର୍ମା ଖୁବ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ତେବେ ଏମାନଙ୍କ ବ୍ୟତିତ ମୟଙ୍କ ଅଗ୍ରୱାଲ ଓ ରାହୁଲ ତ୍ରିପାଠୀ ସମାନ ସମାନ 9 ରନ ସ୍କୋର କରିଛନ୍ତି ।












Click it and Unblock the Notifications