Get Updates
Get notified of breaking news, exclusive insights, and must-see stories!

ଆଇପିଏଲ 2023 ଖେଳସୂଚୀ: ଜାଣନ୍ତୁ, କେଉଁ ଦିନ ଅଛି କାହାର ମ୍ୟାଚ ?

IPL 2023 Schedule

IPL 2023 Schedule in Odia: ଆସନ୍ତାକାଲି (ମାର୍ଚ୍ଚ 31, ଶୁକ୍ରବାର)ଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱର ବିତ୍ତଶାଳି ଲିଗ୍ ଆଇପିଏଲ 2023 । ଆଇପିଏଲ 2023ର ସମ୍ପୂର୍ଣ୍ଣ ଖେଳସୂଚୀ ଘୋଷଣା କରିଛି ବିସିସିଆଇ ।

ପ୍ରଥମ ମ୍ୟାଚ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧିନ ଦଳ ଗୁଜୁରାଟ ଟାଇଟାନ୍ସ ଏବଂ ଏମଏସ ଧୋନିଙ୍କ ଅଧିନାୟକରେ ଥିବା ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବ। ଏହାର ଅର୍ଥ ହେଉଛି ଯୁବ ତାରକା ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ମ୍ୟାଚରେ ଅଭିଜ୍ଞ ମହେନ୍ଦ୍ର ସିଂ ଧୋନିଙ୍କ ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ । ତେବେ ଫାଇନାଲ ମ୍ୟାଚ୍ 28 ମେ ଖେଳାଯିବ । 52 ଦିନ ଧରି ଚାଲିବାକୁ ଥିବା ବିଶ୍ୱର ଏହି ବିତ୍ତଶାଳୀ ଲିଗରେ 10ଟି ଦଳ ମଧ୍ୟରେ ମୋଟ୍ 70 ଟି ଲିଗ୍ ମ୍ୟାଚ୍ ଖେଳାଯିବ । ଏହା ପରେ ଚାରୋଟି ପ୍ଲେ ଅଫ୍ ମ୍ୟାଚ୍ ଖେଳାଯିବ । ଏହିପରି ଭାବେ ଟୁର୍ଣ୍ଣାମେଣ୍ଟରେ ମୋଟ 74 ଟି ମ୍ୟାଚ୍ ଖେଳାଯିବ । ସେଥିମଧ୍ୟରୁ 18ଟି ଡବଲ୍ ହେଡର୍ (ଗୋଟିଏ ଦିନରେ ଦୁଇଟି ମ୍ୟାଚ୍) ରହିବ । ସମସ୍ତ ମ୍ୟାଚ୍ ସମଗ୍ର ଦେଶରେ 12ଟି ଗ୍ରାଉଣ୍ଡରେ ଖେଳାଯିବ । ଗୋଟିଏ ଦଳ ଲିଗ୍ ରାଉଣ୍ଡରେ ସାତୋଟି ମ୍ୟାଚ୍ ଏବଂ ବିରୋଧୀ ଦଳର ଗ୍ରାଉଣ୍ଡରେ ସାତୋଟି ମ୍ୟାଚ୍ ଖେଳିବ ।

IPL 2023 Schedule

ଆଇପିଏଲ୍ 2019 ପରେ ପ୍ରଥମ ଥର ପାଇଁ ସମସ୍ତ ଦଳ ଘରୋଇ ଗ୍ରାଉଣ୍ଡରେ ମ୍ୟାଚ୍ ଖେଳିବେ । କରୋନା ଭାଇରସ୍ ମହାମାରୀ ହେତୁ 2020 ରେ ୟୁଏଇରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଏଥି ସହିତ, 2021 ମସିହାରେ ଭାରତର କିଛି ପଡିଆରେ ମ୍ୟାଚ୍ ଖେଳା ଯାଇଥିଲା । କିନ୍ତୁ କରୋନା ମହାମାରୀ ହେତୁ ଏହାକୁ ମଧ୍ୟଭାଗରେ ବନ୍ଦ କରି ୟୁଏଇ ସ୍ଥାନାନ୍ତରିତ କରାଯାଇଥିଲା । 2022 ମସିହାରେ ଏହି ଟୁର୍ଣ୍ଣାମେଣ୍ଟ ସମ୍ପୁର୍ଣ୍ଣ ଭାରତରେ ଖେଳା ଯାଇଥିଲା । କିନ୍ତୁ ମୁମ୍ବାଇ ପୁଣେରେ ଲିଗ୍ ମ୍ୟାଚ୍ ଏବଂ ଅହମ୍ମଦାବାଦ ଓ କୋଲାକତାରେ ପ୍ଲେ ଅଫ୍ ମ୍ୟାଚ୍ ଗୁଡିକ ଖେଳାଯାଇଥିଲା ।

ତେବେ ବିଶ୍ୱର ସବୁଠୁ ବଡ଼ କ୍ରିକେଟ୍ ଲିଗ୍ ଭାବେ ବିବେଚିତ ହୋଇଥିବା ଆଇପିଏଲର ଏହା 16 ତମ ସିଜନ ହେବ । ଏହା ପୂର୍ବରୁ ଯେତେବେଳେ ଆଇପିଏଲ୍ 2022 ଖେଳାଯାଇଥିଲା, ସଞ୍ଜୁ ସାମସନଙ୍କ ଅଧିନାୟକ ରାଜସ୍ଥାନ ରୟାଲ୍ସ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦ୍ୱାରା ପରିଚାଳିତ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ଏଥିରେ ଗୁଜୁରାଟ ଟାଇଟାନ୍ସ ଫାଇନାଲରେ ଜିତି ଟ୍ରଫି ପ୍ରଥମ ପର୍ଯ୍ୟାୟରେ କବଜା କରିଥିଲା। ଆଇପିଏଲ୍ 2022 ରେ ଦୁଇଟି ନୂତନ ଦଳ ପ୍ରବେଶ କରାଯାଇଥିଲା । ଯାହାର ନାମ ଗୁଜୁରାଟ ଟାଇଟାନ୍ସ ଏବଂ ଲକ୍ଷ୍ନୌ ସୁପର ଜଏଣ୍ଟସ୍ ଥିଲା । ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଦଳ ମଧ୍ୟ ପ୍ଲେ ଅଫ୍ ପର୍ଯ୍ୟନ୍ତ ଯାଇଥିଲା । କିନ୍ତୁ ଏହା ପରେ ଆଗକୁ ବଢି ପାରି ନଥିଲା । କିନ୍ତୁ ଗୁଜୁରାଟ ଦଳ ଟାଇଟଲ୍ ଜିତିଥିଲା ​​। ଏଥର ମଧ୍ୟ ଦଶଟି ଦଳ ଆଇପିଏଲରେ ଅଂଶଗ୍ରହଣ କରୁଛନ୍ତି ।

ଆଇପିଏଲର ଲାଇଭ ଟେଲିକାଷ୍ଟ ବିଷୟରେ କହିବାକୁ ଗଲେ ଏଥର ଡିଜିଟାଲ ଏବଂ ଟିଭି ଅଧିକାରକୁ ପୃଥକ ଭାବରେ ଦିଆଯାଇଛି । ଆଇପିଏଲ୍ ଇତିହାସରେ ଏହା ପ୍ରଥମ ଥର ପାଇଁ ଘଟିଛି । ଆପଣ ମୋବାଇଲରେ ଆଇପିଏଲର ଲାଇଭ୍ ଟେଲିକାଷ୍ଟ ଯଥା Jio ସିନେମାର ଡିଜିଟାଲ୍ ପ୍ଲାଟଫର୍ମରେ ଦେଖିବାରେ ସକ୍ଷମ ହେବେ । କାରଣ ଏହାର ଅଧିକାର Viacom18 କୁ ଦିଆଯାଇଛି । ଅନ୍ୟପଟେ ଯଦି ଆପଣ ଟିଭିରେ ମ୍ୟାଚ୍ ଉପଭୋଗ କରିବାକୁ ଚାହାଁନ୍ତି । ତେବେ ଆପଣ ଏହାକୁ ଷ୍ଟାର୍ ସ୍ପୋର୍ଟସରେ ଦେଖିପାରିବେ । ଯେଉଁଠାରେ ଆପଣ ଗତ ପାଞ୍ଚ ବର୍ଷ ଧରି ଏହାକୁ ଦେଖୁଥିଲେ । ଏହି ସମୟରେ, ଆଇପିଏଲ୍ ଆରମ୍ଭ ହେବାକୁ ଦେଢ ମାସରୁ କମ୍ ସମୟ ବାକି ଅଛି । ସେଥିପାଇଁ ଖୁବଶୀଘ୍ର ଟିକେଟ୍ ଆରମ୍ଭ ହେବାକୁ ଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+