ଆଇପିଏଲ 2023: ହେଟମାୟରଙ୍କ ଝଡ଼ରେ ହାରିଲା ଟାଇଟନ୍ସ , 3 ୱିକେଟରେ ମ୍ୟାଚ ଜିତିଲା ରାଜସ୍ଥାନ
IPL 2023, RR vs GT: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିବା ଆଇପିଏଲର 23ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ତିନି ୱିକେଟରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ । ରାଜସ୍ଥାନର ବିଜୟରେ ଶିମ୍ରନ୍ ହେଟମିୟରଙ୍କ ଅର୍ଦ୍ଧଶତକ ବେଶ୍ ସାହାଯ୍ୟ କରିଛି । ଶେଷ ଓଭରରେ ଚାରିଟି ଚୌକା ସହ ହେଟମିୟର ଦଳକୁ ବିଜୟ ପ୍ରଦାନ କରିଥିଲେ।
ପୂରା ମ୍ୟାଚରେ ଗୁଜୁରାଟର ଦଳ ପ୍ରାଧାନ୍ୟ ବିସ୍ତାର କରିଥିଲା ହେଲେ କେତେ ବେଳେ ରାଜସ୍ଥାନର ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିଥିଲା, ତାହା ଆଶ୍ଚର୍ଯ୍ୟକର ଥିଲା । ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ବାଛିଥିଲା । ରାଜସ୍ଥାନର ବୋଲରମାନେ ପାୱାରପ୍ଲେରେ ଜବରଦସ୍ତ ବୋଲିଂ କରି ପ୍ରଥମ ୫ ଓଭରରେ ମାତ୍ର ୩୨ ରନ୍ କରି ଦୁଇଟି ୱିକେଟ୍ ନେଇଥିଲେ ।

ଆଜିର ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ୧୭୭ ରନ୍ କରିଥିଲା ଗୁଜରାଟ । ୧୭୮ ରନ୍ ଟାର୍ଗେଟର ପିଛା କରି ରାଜସ୍ଥାନ ମାତ୍ର ୧୯.୨ ଓଭରରେ ୭ ୱିକେଟ୍ ହରାଇ ୧୭୯ ରନ୍ କରିଛି । ଟିମ୍ ବିଜୟ ହିରୋ ସାଜିଛନ୍ତି ଶିମ୍ରନ ହେଟ୍ ମାୟର । ରାଜସ୍ଥାନ ପକ୍ଷରୁ ଆଜି ସଞ୍ଜୁ ସାମସନ ସର୍ବାଧିକ ୩୧ ବଲରେ ୬୦ ରନ୍ କରିଥିଲେ । ତାଙ୍କ ପଛକୁ ଶିମ୍ରନ ହେଟମାୟର ୨୬ ବଲରେ ୫୬ ରନ୍ କରିଥିଲେ । ସେହିପରି ବେଳେ ଦେବଦୂତ ପାଡିକଲ ୨୬ ରନ୍ କରିଥିଲେ ।
୧୭୮ ରନ୍ ଟାର୍ଗେଟର ପିଛା କରି ବ୍ୟାଟିଂ କରିବାକୁ ଆସିଥିବା ରାଜସ୍ଥାନ ଆରମ୍ଭରୁ ଦୁର୍ବଳ ପ୍ରଦର୍ଶନ କରିଥିଲା । ବ୍ୟାଟ୍ସମ୍ୟାନ ମାନେ ଦ୍ରୁତ ରନ ସଂଗ୍ରହ କରିପାରି ନଥିଲେ । ଫଳରେ ଶେଷ ବେଳକୁ ଟିମ୍ ଉପରେ ଚାପ ପଡ଼ିଥିଲା । ହେଲେ ସିମ୍ରନ ହେଟ୍ ମାୟର ଗୁଜରାଟର ସବୁ ଖେଳ ବିଗାଡ଼ି ଦେଇଥିଲେ । ଗୋଟେ ସମୟରେ ଲାଗୁଥିଲା ରାଜସ୍ଥାନ ମ୍ୟାଚ୍ ହାରିଯିବ । ହେଲେ ହେଟ୍ମାୟର ୨୫ ବଲ୍ରେ ୫୬ ରନ୍ କରି ଦଳକୁ ମ୍ୟାଚ୍ ଜିତାଇବାରେ ବଡ଼ ଭୂମିକା ନିର୍ବାହ କରିଥିଲେ ।












Click it and Unblock the Notifications