Get Updates
Get notified of breaking news, exclusive insights, and must-see stories!

ଆଇପିଏଲ 2023: ଏମିତି କିଛି ହେଲେ ପ୍ଲେ-ଅଫ୍ ଖେଳିପାରିବ ରାଜସ୍ଥାନ...

IPL 2023, RR Playoff Scenarios: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ 2023) ସିଜନ୍ ପାଇଁ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ପ୍ଲେ-ଅଫ ଦୌଡ଼ ଶେଷ ହୋଇସାରିଛି । କାରଣ ଗତକାଲି ଏକ ରନରରେ ମ୍ୟାଚ୍ ଜିତି ତୃତୀୟ ପ୍ଲେ-ଅଫ ସ୍ପଟ୍ ବୁକ୍ କରି ସାରିଛି ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ।

ତେବେ ବର୍ତ୍ତମାନ କେବଳ ଗୋଟିଏ ପ୍ଲେ ଅଫ୍ ସ୍ପଟ୍ ବାକି ଅଛି । ଯାହା ପାଇଁ ଉଭୟ ମୁମ୍ବାଇ ଇଣ୍ଡିଆନ୍ସ (MI) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏହି ସିଜିନ ପାଇଁ ଶେଷ ଲିଗ୍ ମ୍ୟାଚରେ ଆଜି (ରବିବାର) ଲଡେଇ କରିବେ ।

IPL 2023, RR Playoff Scenarios

ଉଭୟ ଦଳ ପରସ୍ପରକୁ ମୁହାଁମୁହିଁ ହେଉ ନାହାଁନ୍ତି । ଏମଆଇ ଦିନର ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟୁଥିବା ବେଳେ ଆରସିବି ଦ୍ବିତୀୟ ମ୍ୟାଚରେ ଟେବୁଲ ଟପ୍ପର ଗୁଜରାଟ ଟାଇଟାନ୍ସ କୁ ଭେଟିବ । ତେବେ କେଉଁ ଦଳର ଅଧିକ କଷ୍ଟଦାୟକ କାର୍ଯ୍ୟ, ତାହା କହିବା କଷ୍ଟକର ।

କାରଣ SRH ଓ GT ଏପରି ଦୁଇ ଦଳ । ଯାହାଙ୍କ ପାଖରେ ଆଜି ମ୍ୟାଚରେ ହାରଇବାକୁ କିଛି ବାକି ନାହିଁ । କାରଣ ଜଣେ ଟେବୁଲ ଟପ୍ପର ସହ ଆଇପିଏଲ କ୍ୱାଲିଫାୟର ଖେଳିବାକୁ ଯୋଗ୍ୟ ବିବେଚିତ ହୋଇସାରିଥିବା ବେଳେ ଆଉ ଜଣେ ପ୍ଲେ-ଅଫ ରେସରୁ ସମ୍ପୂର୍ଣ୍ଣ ବାହାରେ ରହିଛି ।

ଯଦି ପଏଣ୍ଟ ଟେବୁଲ ଉପରେ ଆପଣ ଗୋଟିଏ ନଜର ପକାଇବେ, RCB, MI ଏବଂ RR ପ୍ରତ୍ୟେକ ଦଳଙ୍କ ଖାତରେ ସମାନ 14 ପଏଣ୍ଟ ରହିଥି । +0.180 ର ନେଟ୍ ରନ୍ ରେଟ୍ ସହିତ RCB ଚତୁର୍ଥ ସ୍ଥାନରେ ବସିଥିବା ବେଳେ -0.128 ନେଟ୍ ରନ୍ ରେଟ୍ MIକୁ RR ତଳେ ଅର୍ଥାତ ଷଷ୍ଠ ସ୍ଥାନକୁ ଠେଲିଦେଇଛି । ଯେଉଁଠି RRର ନେଟ୍ ରନ୍ ରେଟ୍ +0.140 ରହିଛି ।

ତେବେ ଯାହାର ଅର୍ଥ ହେଉଛି ମୁମ୍ବାଇ ପାଇଁ ଏକ ସାମାନ୍ୟ ବିଜୟ ଦଳକୁ ପ୍ଲେ-ଅଫ ଟିକେଟ୍ ଦେଇପାରିବ ନାହିଁ । ସେହିଭଳି, ଯଦି RCB ସେମାନଙ୍କ ମ୍ୟାଚ୍ ଜିତେ ଏବଂ MI ହାରିଯାଏ ତେବେ ଟେବୁଲ୍ ପୋଜିସନ୍ ଅପରିବର୍ତ୍ତିତ ରହିବ । ଅନ୍ୟପଟେ ଯଦି MI ନିଜର ମ୍ୟାଚ ଜିତେ ଏବଂ RCB GTଠୁ ପରାସ୍ତ ହୁଏ । ତେବେ MI 16 ପଏଣ୍ଟ ସହ ପ୍ଲେ-ଅଫ ଟିକେଟ୍ ସହଜରେ ହାତେଇ ନେବ ।

ମାତ୍ର ଯଦି ଆରସିବି ବିଜୟ ହୁଏ । ତେବେ MIକୁ ପ୍ଲେ-ଅଫ ଟିକେଟ ପାଇବାକୁ ହେଲେ ସେମାନଙ୍କ ବିଜୟର ମାର୍ଜିନ RCB ଠାରୁ ଅତି କମରେ 78 ରନ୍ ଅଧିକ ହେବା ଆବଶ୍ୟକ । ଏହାର ଅର୍ଥ ହେଉଛି ଯଦିଓ ଆରସିବି ସେମାନଙ୍କ ମ୍ୟାଚକୁ କେବଳ ଗୋଟିଏ ରନରେ ଜିତେ, ତେବେ MI ତାର ମ୍ୟାଚରେ 79 ରନରେ ଜିତିବାକୁ ପଡିବ ।

ମାତ୍ର ଉଭୟ MI ଏବଂ RCB ହାରିଗଲେ ପ୍ଲେ ଅଫ୍ ଯୋଗ୍ୟତା ଅର୍ଜନ କରିବାରେ RR ପାଇଁ ଏକ ସୁଯୋଗ ଛିଡା ହେବ । ଏହି ପରିସ୍ଥିତିରେ, ଏହା RR ଏବଂ RCB ର NRR କୁ ଆସିବ । କାରଣ MI ପୂର୍ବରୁ କମ୍ ରନ ରେଟରେ ରହିଛି । ତେଣୁ ଯଦି RCB ପ୍ରଥମେ ବ୍ୟାଟ୍ କରି 180 ସ୍କୋର କରେ, ଏବଂ GT 19.3 ଓଭରରେ କିମ୍ବା ତା'ପୂର୍ବରୁ ଟାର୍ଗେଟକୁ ଗୋଡ଼ାଇବାରେ ସଫଳ ହୁଏ କିମ୍ବା ଯଦି RCB ପ୍ରଥମେ ଫିଲ୍ଡିଂ କରେ ଏବଂ 180 ରନର ଟାର୍ଗେଟକୁ ଗୋଡଇ 174 ରନ କିମ୍ବା ତା'ଠାରୁ କମ୍ ରନରେ ଅଲଆଉଟ୍ ହୋଇଯାଏ । ତେବେ ଯାଇ, RRକୁ ମିଳି ପାରିବ ପ୍ଲେ-ଅଫ ଟିକେଟ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+