ଆଇପିଏଲ 2023: ଦୁର୍ଘଟଣା ପରେ ପ୍ରଥମ ଥର ପଡିଆକୁ ଫେରିବେ ପନ୍ତ

Rishabh Pant

IPL 2023, Rishabh Pant, DC vs GT: ଦୁର୍ଘଟଣା ପରେ ପ୍ରଥମ ଥର ପଡିଆକୁ ଫେରିବେ ପନ୍ତ । ଦିଲ୍ଲୀ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଦିଲ୍ଲୀ କ୍ୟାପିଟାଲ୍ସର ଦଳର ନିୟମିତ ଅଧିନାୟକ ଋଷଭ ପନ୍ତ ଦୀର୍ଘଦିନ ପରେ କ୍ରିକେଟ ମୈଦାନରେ ନଜର ଆସିବେ ।

ଉଲ୍ଲେଖଥାଉ କି, ଗତ ବର୍ଷ ଏକ କାର ଦୁର୍ଘଟଣାର ଶିକାର ହୋଇଥିଲେ ପନ୍ତ । ଏହି ଦୁର୍ଘଟଣା ଯୋଗୁଁ ଋଷଭ ପୂରା ଆଇପିଏଲ ସିଜନରୁ ବାହାର ହୋଇ ଯାଇଥିଲେ । ତାଙ୍କ ସ୍ଥାନରେ ଡେଭିଡ୍ ୱାର୍ଣ୍ଣରଙ୍କୁ ଦିଲ୍ଲୀର ନେତୃତ୍ୱ ଦିଆଯାଇଛି ।

ତେବେ ଆଇପିଏଲ ୨୦୨୩ରେ ଦିଲ୍ଲୀ କ୍ୟାପିଟାଲ୍ସର ହୋମ ଗ୍ରାଉଣ୍ଡରେ ଖେଳା ଯିବାକୁ ଥିବା ଗୁଜରାଟ ଟାଇଟନ୍ସ ବିପକ୍ଷରେ ମ୍ୟାଚରେ ଅନ୍ୟ ଖେଳାଳିଙ୍କ ସହ ପନ୍ତଙ୍କୁ ଦେଖିବାକୁ ମିଳିବ । ଏନେଇ ସ୍ପଷ୍ଟ କରିଛି ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ଆସୋସିଏସନ (DDCA) ।

ଆଜି ସନ୍ଧ୍ୟାରେ ଦିଲ୍ଲୀର ଅରୁଣ ଜେଟ୍‌ଲି ଷ୍ଟାଡିୟମ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଗୁଜରାଟ ଟାଇଟନ୍ସକୁ ଭେଟିବ । ଗୁଜରାଟ ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସକୁ ହରଇ ଥିବା ବେଳେ ଦିଲ୍ଲୀ ପ୍ରଥମ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ଠୁ ପରାଜିତ ହୋଇଥିଲା ।

"ଆମ ଦର୍ଶକଙ୍କ ପାଇଁ ଏକ ଖୁସି ଖବର । ଆହତ ସତ୍ତ୍ବେ ପନ୍ତ ତାଙ୍କର ଟିମକୁ ସମର୍ଥନ କରିବାକୁ ଆସୁଛନ୍ତି । ସେ ଜଣେ ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର୍ । ଆଶା କରୁଛି ଦର୍ଶକମାନ ତାଙ୍କୁ କରତାଳି ମାଧ୍ୟମରେ ସ୍ୱାଗତ କରିବେ ।" ଏହା କହିଛନ୍ତି DDCA ଯୁଗ୍ମ ସମ୍ପାଦକ ରାଜନ ମଞ୍ଚନ୍ଦା ।

"ଯଦି ରିଷଭ ପନ୍ତ ସୁସ୍ଥ ଅନୁଭବ କରନ୍ତି ଓ ଦିଲ୍ଲୀ କ୍ୟାପିଟାଲ୍ସ ଅନୁମତି ପ୍ରଦାନ କରେ ତେବେ ଆମେ ତାଙ୍କୁ ପଡ଼ିଆକୁ ସ୍ୱାଗତ କରିବାକୁ ପ୍ରସ୍ତୁତ । ଆମେ ତାଙ୍କର ସମସ୍ତ ପ୍ରକାର ଦାୟିତ୍ୱ ନେବୁ । ତାଙ୍କୁ ଘର ଆଣିବା ଠାରୁ ପୁଣି ଘରେ ଛାଡ଼ିବା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା କରିବୁ ।" ଏହା କହିଛନ୍ତି DDCA ନିର୍ଦ୍ଦେଶକ ।

ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍ ରିକି ପଣ୍ଟିଂ ମଧ୍ୟ ରିଷଭ ପନ୍ତଙ୍କୁ ଦିଲ୍ଲୀର ହୋମ ମ୍ୟାଚରେ କ୍ୟାମ୍ପରେ ଦେଖିବାକୁ ଚାହାନ୍ତି ବୋଲି ଇଚ୍ଛା ଜାହିର କରିଛନ୍ତି । ପଣ୍ଟିଂ କହିଛନ୍ତି, "ମୁଁ ପନ୍ତଙ୍କ ସହ କଥା ହୋଇଛି । ଚଳିତ ସଂସ୍କରଣରେ ତାଙ୍କୁ ଟିମ ସହ ଯୋଡ଼ି ରଖିବା ପାଇଁ ଆମେ ଯୋଜନା କରୁଛୁ । ଆମର ସମସ୍ତ ହୋମ ମ୍ୟାଚରେ ତାଙ୍କୁ ସାଥିରେ ଦେଖିବାକୁ ଚାହୁଁଛୁ । ଦିଲ୍ଲୀ କ୍ୟାପିଟାଲ୍ସର ଡ୍ରେସିଂ ରୁମରେ ପନ୍ତଙ୍କ ଉପସ୍ଥିତି ସ୍ୱତନ୍ତ୍ର ହେବ ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+