ଆଇପିଏଲ 2023: ଶେଷ ୫ ବଲରେ ୫ ଛକା ମାରି କେକେଆରକୁ ବିଜୟ ଭେଟି ଦେଲେ ରିଙ୍କୁ ସିଂ
IPL 2023, Match 13, GT vs KKR: ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଗୁଜରାଟ ଟାଇଟନ୍ସ ମୁହଁରୁ ବିଜୟ ଛଡ଼ାଇ ନେଲା କୋଲକାତା ନାଇଟ୍ ରାଇଡର୍ସ । ଶେଷ ୫ ବଲରେ ୫ ଛକା ମାରି କେକେଆରକୁ ବିଜୟ ଭେଟି ଦେଲେ ରିଙ୍କୁ ସିଂ ।
ଶେଷ ୫ ବଲରେ କୋଲକାତାକୁ ବିଜୟ ପାଇଁ ୨୮ ରନ୍ ଆବଶ୍ୟକ ଥିବା ବେଳେ ଲଗାତାର ୫ଟି ଛକା ମାରି ଦଳକୁ ବିଜୟ କରାଇ ଥିଲେ ରିଙ୍କୁ ସିଂ । ଏହି ମ୍ୟାଚରେ ରିଙ୍କୁ ୨୧ଟି ବଲରେ ୪୮ ରନର ବିସ୍ଫୋରକ ଇନିଂସ ଖେଳିଥିଲେ ।

ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୨୦୪ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ମ୍ୟାଚକୁ ଜିତିବାକୁ ହେଲେ କୋଲକାତାକୁ ୨୦୫ ରନର ଆବଶ୍ୟକତା ରହିଥିଲା । କୋଲକାତା ୨୦ ଓଭରରେ ୭ ୱିକେଟ ହରାଇ ୨୦୭ ରନ କରି ମ୍ୟାଚକୁ ଜିତି ନେଇଛି । କୋଲକାତା ପକ୍ଷରୁ ରହମନୁଲ୍ଲା ଗୁରବାଜ ୧୨ ବଲରେ ୧୫ ରନ, ଜଗଦିଶାନ ୮ ବଲରେ ୬ ରନ କରି ଆଉଟ ହୋଇଥିଲେ । ପରେ ଭେଙ୍କେଟଶ ଆୟର ଓ ନୀତିଶ ରାଣା ପାରିକୁ ସମ୍ଭାଳି ଥିଲେ । ନୀତିଶ ରାଣା ୨୯ ବଲରେ ୪୫ ରନ କରି ଆଉଟ ହୋଇଥିଲେ। ଭେଙ୍କେଟଶ ଆୟର ୪୦ ବଲରେ ୮୩ ରନ କରି ଆଉଟ ହୋଇଥିଲେ ।
ଅନ୍ୟପଟେ ରସିଦ ଖାନ ଆଇପିଏଲ ୨୦୨୩ ର ପ୍ରଥମ ହ୍ୟାଟ୍ରିକ୍ ନେଇଥିଲେ । ସେ ଆଣ୍ଡ୍ରେ ରସେଲ, ସୁନୀଲ ନାରିନ ଏବଂ ଶାର୍ଦ୍ଦୁଲ ଠାକୁରଙ୍କୁ ତିନୋଟି ବଲରେ ଆଉଟ୍ କରି ଏହି ସଫଳତା ପାଇଥିଲେ । ପରେ ରିଙ୍କୁ ସିଂହଙ୍କ ଏକ ବିସ୍ଫୋରକ ଇଂନିସ ଖେଳିଥିଲେ। ମ୍ୟାଚର ୨୦ ତମ ଓଭରର ପ୍ରଥମ ବଲ୍ରେ ୧ ରନ୍ ନେଇ ନନ୍ ଷ୍ଟ୍ରାଇକ୍କୁ ଆସିଥିଲେ ଉମେଶ ଯାଦବ ଏବଂ ଷ୍ଟ୍ରାଇକ୍କୁ ଆସିଥିଲେ ରିଙ୍କୁ ସିଂ। ଏବେ କୋଲକାତାକୁ ବିଜୟ ପାଇଁ ୫ ବଲରେ ୨୮ ରନ୍ ଆବଶ୍ୟକ ଥିଲା । ଆଉ ରିଙ୍କୁ ସିଂ ବୋଲରଙ୍କୁ କୌଣସି ସୁଯୋଗ ନଦେଇ ୫ଟି ବଲରେ ଲଗାତାର ୫ଟି ଛକା ମାରି ବିଜୟ ମୁଣ୍ଡି ମାରିଥିଲେ ।
ତେବେ ଆଜିର ମ୍ୟାଚ୍ରେ ଗୁଜରାଟର ନିୟମିତ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଖେଳି ନଥିଲେ । ରଶିଦ ଖାନ୍ଙ୍କ ନେତୃତ୍ୱରେ ଗୁଜରାଟ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା । ବିଜୟ ଶଙ୍କର ୬୩ ଏବଂ ସାଇ ସୁଦର୍ଶଙ୍କ ୫୩ ଅର୍ଦ୍ଧଶତକ ସହାୟତାରେ ଗୁଜରାଟ ୨୦ ଓଭରରେ ୪ ଉଇକେଟ୍ ହରାଇ ୨୦୪ ରନ୍ ସ୍କୋର୍ କରିଥିଲେ । ଗୁଜରାଟ୍ ପକ୍ଷରୁ ରସିଦ ଖାନ ୩ଟି ୱିକେଟ ନେଇଥିବା ବେଳେ ଆଲଜାରି ଯୋସେଫ ୨ଟି ୱିକେଟ ନେଇଥିଲେ । ମହମ୍ମଦ ସାମି ଓ ଲିଟଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।












Click it and Unblock the Notifications