ଆଇପିଏଲ 2023: ପୁଣି ବର୍ଷିଲା ବିରାଟଙ୍କ ବ୍ୟାଟ୍, ଆରସିବି ଟପ୍ ଅର୍ଡର ଠିଆ କଲେ ବିଶାଳ ସ୍କୋ

IPL 2023 RCB vs LSG Score in Odia: ପୁଣି ବର୍ଷିଲା ବିରାଟଙ୍କ ବ୍ୟାଟ୍ । ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବିପକ୍ଷ ମ୍ୟାଚରେ ଆରସିବି ଟପ୍ ଅର୍ଡର ଠିଆ କଲେ ବିଶାଳ ସ୍କୋର ।

ଆରସିବିର ଟପ-3ଙ୍କ ଆଗରେ ଆଜି ଲକ୍ଷ୍ନୌ ବୋଲରମାନେ ଅସହାୟ ନଜର ଆସୁଥିଲେ । ଆରମ୍ଭରୁ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରି ବିରାଟ କୋହଲି ଏବଂ ଫାଫ୍ ଡୁ ପ୍ଲେସିସ୍ ବୋଲରଙ୍କ ଉପରେ ଚାପ ପକାଇ ଥିଲେ। ପ୍ରଥମେ ବ୍ୟାଟିଂ କରି ଆରସିବି 2 ୱିକେଟ୍ ହରାଇ 212 ରନ୍ ସ୍କୋର କରିଛି । ଫଳରେ ଲକ୍ଷ୍ନୌ ଆଗରେ ବିଜୟ ପାଇଁ ବିଶାଳ 213 ରନର ବିଜୟ ଲକ୍ଷ୍ଯ ଛିଡା ହୋଇଛି । ଆଜି ମ୍ୟାଚରେ ବିରାଟ କୋହଲି ଏବଂ ଫାଫ୍ ଡୁ ପ୍ଲେସିସ୍ ଅର୍ଦ୍ଧଶତକ ହାସଲ କରିଥିଲେ ।

IPL 2023 RCB vs LSG

ଟସ୍ ହରା ପରେ ପ୍ରଥମେ ବ୍ୟାଟିଂ କରୁଥିବା ଆରସିବି ଫୁଲ୍ ଦମ ସହ ପଡିଆକୁ ଓହ୍ଲାଇଥିଲା । କୋହଲି ଏବଂ ଡୁ ପ୍ଲେସିସ୍ ଆକ୍ରମଣାତ୍ମକ ବ୍ୟାଟିଂ କରି ପ୍ରଥମ ୱିକେଟ୍ ପାଇଁ 96 ରନ୍ ଯୋଡିଥିଲେ । ଏହି ସମୟରେ କୋହଲି 35 ଟି ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ସେ 44 ବଲର ସମ୍ମୁଖୀନ ହୋଇଥିଲେ ଏବଂ 4 ଟି ଚୌକା ଏବଂ 6 ଟି ଛକା ସହାୟତାରେ 61 ରନ୍ ସ୍କୋର କରିଥିଲେ । କୋହଲିଙ୍କ ପରେ ଫାଫ୍ ଡୁ ପ୍ଲେସିସ୍ ଦ୍ରୁତ ଗତିରେ 35ଟି ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ । ସେ ରବି ବିଷ୍ଣୋଇଙ୍କୁ 115 ମିଟରର ଏକ ଲମ୍ବ ଛକା ମାରିଥିଲେ। ବଲ୍ ଯାଇ ସିଧା ଷ୍ଟାଡିୟମର ଛାତ ଉପରେ ପଡିଥିଲା ।

ଫାଫ୍ ଡୁ ପ୍ଲେସିସ୍ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି 46 ବଲରୁ ଅପରାଜିତ 79 ରନ୍ କରିଥିଲେ। ଡୁ ପ୍ଲେସିସ୍ ତାଙ୍କ ପାଳିରେ 5 ଚୌକା ଓ 5ଟି ଛକା ମାରିଥିଲେ। ତାଙ୍କ ବ୍ୟତୀତ ମ୍ୟାକ୍ସୱେଲ ମଧ୍ୟ 29 ଟି ବଲରେ 59 ରନ୍ ସଂଗ୍ରହ କରି ହଇଚଇ ସୃଷ୍ଟି କରିଥିଲେ। ମ୍ୟାକ୍ସୱେଲ 6 ଟି ଛକା ଓ 3 ଚୌକା ମାରିଥିଲେ । ତେବେ ଲକ୍ଷ୍ନୌ ସୁପର ଜଏଣ୍ଟସ୍ ପକ୍ଷରୁ ମାର୍କ ଉଡ୍ ଏବଂ ଅମିତ ମିଶ୍ର ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+