ଆଇପିଏଲ ୨୦୨୩: ପ୍ରଥମେ ବ୍ୟାଟିଂ କରିବ କେକେଆର୍, ଦଳରେ ଡେବ୍ୟୁ କଲେ ଏହି ଯୁବ ଖେଳାଳି
IPL 2023, RCB vs KKR Toss Report: ଆଇପିଏଲ 2023ର 9ମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଆରସିବି ବିଜୟ ସହିତ ନିଜର ଆଇପିଏଲ ଯାତ୍ରା ଆରମ୍ଭ କରିଛି । ଅନ୍ୟପଟେ କେକେଆରକୁ ପ୍ରଥମ ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡିଥିଲା ।

କେକେଆର୍ ମୋହାଲିରେ ଖେଳିଥିବା ପଞ୍ଜାବ କିଙ୍ଗ୍ସ ବିପକ୍ଷ ନିଜର ପ୍ରଥମ ମ୍ୟାଚରେ ଡକ୍ୱର୍ଥ ଲୁଇସ୍ ମେଥଡ୍ ଅନୁଯାୟୀ ୭ ରନରେ ପରାସ୍ତ ହୋଇଥିଲା । ସେପଟେ କେକେଆରକୁ ଘାରିଛି ଆହତ ଚିନ୍ତା । ପିଠି ଯନ୍ତ୍ରଣା ଯୋଗୁଁ ନିୟମିତ ଅଧିନାୟକ ଶ୍ରେୟସ ଆୟର ମଧ୍ୟ ପୂରା ପ୍ରତିଯୋଗିତାରୁ ଦୂରେଇ ଯାଇଛନ୍ତି । ଫଳରେ ନୀତିଶ ରାଣାଙ୍କୁ ଦଳ ନେତୃତ୍ବ ଭାର ଦେଇଛି । ତେବେ ରାଣା ଟସ୍ ହାରିଲା ପରେ କହିଛନ୍ତି ଯେ, ଆମେ ମଧ୍ୟ ପ୍ରଥମେ ବୋଲିଂ କରିବାକୁ ଇଚ୍ଛୁକ ଥିଲୁ । ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି ।
KKR ପାଇଁ 19 ବର୍ଷୀୟ ଲେଗ୍ ସ୍ପିନର ସୁୟାଶ ଶର୍ମା ନିଜର ଆଇପିଏଲ୍ ଡେବ୍ୟୁ କରିଛନ୍ତି । ଅନ୍ଯପଟେ ଆରସିବି ପାଇଁ ଆଶା କରାଯାଉ ଥିବା ୱିଲି ଟୋପଲିଙ୍କୁ ସୁଯୋଗ ମିଳିଛି ।
- କୋଲକାତା ନାଇଟ୍ ରାଇଡର୍ସ ଏକାଦଶ: ମନଦୀପ ସିଂ, ରହମାନୁଲ୍ଲା ଗୁରୁବାଜ , ନୀତିଶ ରାଣା, ରିଙ୍କୁ ସିଂ, ଆନ୍ଦ୍ରେ ରସେଲ, ଶାର୍ଦ୍ଦୁଲ ଠାକୁର, ସୁନୀଲ ନାରିନ, ସୁୟାଶ ଶର୍ମା, ଟିମ ସାଉଥୀ, ଉମେଶ ଯାଦବ, ବରୁଣ ଚକ୍ରବର୍ତ୍ତୀ।
- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏକାଦଶ: ବିରାଟ କୋହଲି, ଫାଫ ଡୁ ପ୍ଲେସିସ୍, ଦିନେଶ କାର୍ତ୍ତିକ, ଗ୍ଲେନ୍ ମ୍ୟାକ୍ସୱେଲ, ମାଇକେଲ ବ୍ରେସୱେଲ, ଶାହାବାଜ ଅହମ୍ମଦ, ଡେଭିଡ ୱିଲି, କର୍ ଶର୍ମା, ହର୍ଷଲ ପଟେଲ, ଆକାଶ ଦୀପ, ମହମ୍ମଦ ସିରାଜ।












Click it and Unblock the Notifications